ଯାଜପୁର: ଯାଜପୁରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦିଆଗଲା କରୋନା ଟିକା, ୪ଶହରୁ ଉର୍ଦ୍ଧ୍ବ ନେଲେ କୋରୋନା ଟିକା । ଜିଲ୍ଲାର ୧୦ଟି ବ୍ଳକ ଓ ଦୁଇଟି ପୌରପରିଷଦର କାର୍ଯ୍ୟରତ ସାମ୍ବାଦିକଙ୍କୁ କୋରୋନା ଟିକା ଦେବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଆଜି କେଏନଡିଏ ସଭାଗୃହରେ ଯାଜପୁର ରୋଡ ଡ଼ାକ୍ତରଖାନାର ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପୃଷ୍ଟି ନିଜର କର୍ମଚାରୀଙ୍କ ସହ ଉପସ୍ଥିତ ରହି ଶହେରୁ ଉର୍ଦ୍ଧ୍ବ ସାମ୍ବାଦିକଙ୍କୁ କରୋନା ଟିକା ଦେଇଥିଲେ । ତେବେ ସାମ୍ବାଦିକ ମାନଙ୍କୁ ସ୍ବତନ୍ତ୍ର ଟିକା ଦେବାର ବ୍ୟବସ୍ଥା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାମ୍ବାଦିକ ମାନେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ