ETV Bharat / state

ରୋଗଶଯ୍ୟାରେ ଜବାରର ଶୈଶବ, ଚିକିତ୍ସା ପ୍ରତିଶୃତି ଦେଲେ ବିଡିଓ

ଯାଜପୁର ଦାନଗଦୀ ବ୍ଲକ ଟାଙ୍ଗରସାହି ଗାଁରେ ଚିକିତ୍ସା ଅଭାବରୁ ରୋଗଶଯ୍ୟାରେ ପଡ଼ି ରହିଛି 5 ବର୍ଷର ଶିଶୁ ଜୱାର ବାଦ୍ରା। ବର୍ଷେ ତଳେ ଖେଳୁଖେଳୁ ଗଛରୁ ପଡ଼ି ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା। ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ଦାନଗଦୀ ବିଡିଓ ପ୍ରତିଶୃତି ଦେଇଛନ୍ତି। ଅଧିକ ପଢ଼ନ୍ତୁ...

ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ଯନ୍ତ୍ରଣାରେ କଟୁଛି ଜବାରର ଶୈଶବ

author img

By

Published : Nov 3, 2020, 9:43 PM IST

Updated : Nov 3, 2020, 10:16 PM IST

ଯାଜପୁର: ଚିକିତ୍ସା ଅଭାବରୁ ରୋଗଶଯ୍ୟାରେ ପଡ଼ି ରହିଛି 5 ବର୍ଷର ଶିଶୁ ଜୱାର ବାଦ୍ରା। ଯାଜପୁର ଜିଲ୍ଲାରେ ଦାନଗଦୀ ବ୍ଲକ ଟାଙ୍ଗରସାହି ଗ୍ରାମରୁ ଏଭଳି ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ଖେଳକୁଦ ବୟସରେ ଶଯ୍ୟାଶାୟୀ ହୋଇ ବଞ୍ଚିବାର ରାହା ଖୋଜୁଛି ଏହି କୋମଳମତି ଶିଶୁ। ବର୍ଷେ ତଳେ ଖେଳୁଖେଳୁ ଗଛରୁ ପଡ଼ି ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା। ଚିକିତ୍ସା ପାଇଁ ଶିଶୁକୁ ସ୍ଥାନୀୟ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ ଜୱାରର ମା' ବିରେନ। ଡାକ୍ତର ଶିଶୁଟିର ଆଶୁ ଚିକିତ୍ସା କରି କଟକ ବଡ଼ ମେଡ଼ିକାଲକୁ ନେଇଯିବାକୁ ପରାମର୍ଶ ଦେଇଥିଲେ । ହେଲେ ଅର୍ଥାଭାବରୁ ଶିଶୁଟିର ଚିକିତ୍ସା କରାଇ ପାରିନଥିଲେ ବିରେନ।

ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ଯନ୍ତ୍ରଣାରେ କଟୁଛି ଜବାରର ଶୈଶବ

ଚିକିତ୍ସା ନକରାଇ ପାରିବାରୁ ଜୱାର ଗୋଡ଼ରେ ଏକ କପଡ଼ା ଗୁଡ଼ାଇ ଛାଡ଼ି ଦେଇଥିଲେ ବିରେନ। ହେଲେ ଚିକିତ୍ସା ଅଭାବରୁ ଏହି ଗୋଡ ଏବେ ନଷ୍ଟ ହେବାକୁ ବସିଛି। ଗୋଡର ହାଡ ଭାଙ୍ଗି ବାହାରକୁ ବାହାରି ଆସିଥିବା ଯୋଗୁଁ କ୍ଷତ ସ୍ଥାନଟି ନଷ୍ଟ ହେବାକୁ ବସିଛି। ଏବେ ଅସହ୍ୟ ଯନ୍ତ୍ରଣା ଭୋଗୁଛି ଜୱାର। ଯଥା ଶୀଘ୍ର ଶିଶୁଟିର ଚିକିତ୍ସା କରାନଗଲେ ଶିଶୁଟି ଅକ୍ଷମ ହେବାର ଆଶଙ୍କା ରହିଛି। ହେଲେ ଅଭାବ ଅନଟନରେ ଦିନ କାଟୁଥିବା ପରିବା ଚିକିତ୍ସା ପାଇଁ ଅର୍ଥ କେଉଁଠୁ ଆଣିବେ ବୋଲି ପ୍ରଶ୍ନ କରିଛନ୍ତି ଜୱାରର ମା' ବିରେନ। ପୁଅର ଚିକିତ୍ସା ପାଇଁ ସରକାର ତୁରନ୍ତ ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି ଜୱାରର ମା' ବିରେନ।

୫ ବର୍ଷ ତଳେ ବିରେନଙ୍କ ସ୍ବାମୀ ରାଜୀବ ବାଦ୍ରାଙ୍କ ଅକାଳ ମୃତ୍ୟୁ ହୋଇଥିଲା। ଏହାପରେ ଶାଶୁ ଓ 3 ଜଣ ଛୁଆଙ୍କ ପେଟପାଟଣା ପାଇଁ ଦିନ ମଜୁରିଆ ଭାବେ କାମ କରି ପରିବାର ପେଟ ପୋଷୁଛନ୍ତି ବିରେନ। ଜୱାରର ଏଭଳି ଅବସ୍ଥା ପରେ ପରିବାର ଉପରେ ବୋଝ ଉପରେ ନଳୀତା ବିଡ଼ା ଲଦୀ ହୋଇ ଯାଇଛି।ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା ପରିବାର ଏବେ ପୁଅର ଚିକିତ୍ସା କିଭଳି କରାଇବେ ସେନେଇ ଚିନ୍ତାରେ। ଯଥାଶୀଘ୍ର ଶିଶୁଟିକୁ ଚିକିତ୍ସା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଯନ୍ତ୍ରଣାରେ ଛଟପଟ ଶୈଶବ। ଖେଳକୁଦ ବୟସରେ ରୋଗ ଶଯ୍ୟାରେ ପଡ଼ି ବଞ୍ଚିବାର ରାହା ଖୋଜୁଛି ୫ ବର୍ଷର ଶିଶୁ । ଜୱାର ବିଷୟରେ ସ୍ଥାନୀୟ ଦାନଗଦୀ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିଲେ ସ୍ଥାନୀୟ ଲୋକେ। ଏହାପରେ ଜବାରକୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଦାନଗଦୀ ବିଡିଓ ମହାପ୍ରସାଦ ମିଶ୍ର ପ୍ରତିଶୃତି ଦେଇଛନ୍ତି। ଏହାସହ ଶିଶୁଟିର ଥଇଥାନ ବ୍ୟବସ୍ଥା କରାଯିବ ବୋଲି ବିଡିଓ କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Nov 3, 2020, 10:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.