ETV Bharat / state

ଭୋଟରଙ୍କୁ ଫୁଲତୋଡା ଦେଇ ଧନ୍ୟବାଦ ଦେଲେ ସୁକିନ୍ଦା ବିଧାୟକ - mla

କାଳିଆପାଣି ଖଣି ଅଞ୍ଚଳରେ ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡାଇ ଭୋଟରଙ୍କୁ ଦେଲେ ଧନ୍ୟବାଦ । ସମସ୍ତ ଭୋଟରଙ୍କୁ ଫୁଲତୋଡା ଦେଇ ଧନ୍ୟବାଦ ଦେଇଛନ୍ତି ବିଧାୟକ ।

ଫଟୋ ସୌଜନ୍ଯ : ସମ୍ବାଦଦାତା,ଯାଜପୁର
author img

By

Published : Jun 22, 2019, 5:16 AM IST

ଯାଜପୁର : ନିର୍ବାଚନ ପରେ ବିଧାୟକଙ୍କ ପକ୍ଷରୁ ଧନ୍ୟବାଦ ସଭା । ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଞ୍ଚଳରେ ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡାଇ ଭୋଟରଙ୍କୁ ଦେଲେ ଧନ୍ୟବାଦ । ଏହି ଧନ୍ୟବାଦ ସଭାରେ ବିଧାୟକ ଲୋକଙ୍କ ପାଖକୁ ଯାଇ ସେମାନଙ୍କୁ ଫୁଲ ତୋଡା ଦେଇ ଗତ ନିର୍ବାଚନରେ ଯେଉଁଭଳି ଭାବେ ତାଙ୍କୁ ସମର୍ଥନ ଦେଇଛନ୍ତି ସେଥିପାଇଁ ସେ ହାତ ଯୋଡି ଧନ୍ୟବାଦ ଦେଇଛନ୍ତି ।

ଭିଡିଓ ସୌଜନ୍ଯ : ସମ୍ବାଦଦାତା,ଯାଜପୁର

ଏହି ଅବସରରେ ଅନୁଷ୍ଠିତ ଏକ ଉତ୍ସବରେ ସୁକିନ୍ଦା ରିଜିଅନ କ୍ରୋମାଇଟ୍ ଖଣି ମଜଦୁର ୟୁନିଅନ ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ଧୀର,ସୁକିନ୍ଦା ବ୍ଲକର ପୂର୍ବତନ ଅଧ୍ୟକ୍ଷା ଭଗବତୀ ମହାନ୍ତଙ୍କ ସମେତ ବହୁବିଜେଡି କର୍ମୀ ଓ ନେତା ଯୋଗ ଦେଇଥିଲେ । ବିଧାୟକଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ଆଗାମୀ ଦିନରେ ତାଙ୍କର ହାତମୁଠାକୁ ଟାଣ କରିବାକୁ ଆହ୍ବାନ ଦେଇଥିଲେ ।

ଆଗାମୀ ଦିନରେ ଖଣି ଅଞ୍ଚଳରେ ରହିଥିବା ମୌଳିକ ସମସ୍ୟାକୁ ସବୁଦିନ ପାଇଁ ଦୂର କରାଯିବ । ଛାତ୍ର ଛାତ୍ରୀଙ୍କ ପାଠ ପଢ଼ାର ଉନ୍ନତି ପାଇଁ ଏଠାରେ ସ୍କୁଲ ଓ କଲେଜ ଖୋଲାଯିବାକୁ ଲକ୍ଷ୍ୟ ରହିଛି ବୋଲି ବିଧାୟକ ତାଙ୍କ ବକ୍ତବ୍ୟରେ ସୂଚନା ଦେଇଥିଲେ । ସଭା ଆରମ୍ଭରେ ବିଭିନ୍ନ ଶ୍ରମିକ ସଂଗଠନ,ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଲୋକପ୍ରତିନିଧି ମାନେ ମଧ୍ୟ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.