ETV Bharat / state

ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Oct 9, 2022, 10:23 PM IST

ଯାଜପୁର ଜିଲ୍ଳା ଛତିଆ ନିକଟରେ ଥିବା ଏସାର ପେଟ୍ରୋଲ ପମ୍ପ୍‌ ପାଖରେ ଥିବା ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ବଡଚଣା ଥାନା ଓଲର ଗ୍ରାମର ଭାଗ୍ୟଧର ବେହେରା ବୋଲି ଜଣାପଡିଛି । ଅଧିକ ପଢନ୍ତୁ

ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାରନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଜିଲ୍ଳା ଛତିଆରେ ଅଭାବନୀୟ ଘଟଣା । ଛତିଆ ନିକଟରେ ଥିବା ଏସାର ପେଟ୍ରୋଲ ପମ୍ପ ପାଖରେ ଥିବା ନାଳରୁ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ହେଲେ ବଡଚଣା ଥାନା ଓଲର ଗ୍ରାମର ଭାଗ୍ୟଧର ବେହେରା । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ, ଯେ ଭାଗ୍ୟଧର ଗତ ଶୁକ୍ରବାର ଅପରାହ୍ନରେ ଘରୁ ଜଣାଇ ବ୍ୟାଙ୍କ୍ ଆସିଥିଲେ । କିନ୍ତୁ ତାପରେ ସେ ଆଉ ଘରକୁ ଫେରିନଥିଲେ । ଘରଲୋକ ଅନେକ ଖୋଜାଖୋଜି କରିଥିଲେ ବି ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ଶନିବାର ପରିବାର ଲୋକେ ଏ ସମ୍ପର୍କରେ ପୋଲିସକୁ ଅବଗତ କରିଥିଲେ ।

ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ରବିବାର ସକାଳେ ଏସାର ପେଟ୍ରୋଲ ପମ୍ପ ପାଖ ଏକ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାସହ ସେହି ସ୍ଥାନରୁ ଏକ ସାଇକେଲ୍‌, ଏକ ବ୍ୟାଗ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ୍ କରିଛି ପୋଲିସ୍ । ପୋଲିସ ମୃତଦେହକୁ ଜବତ କରି ପରିବାର ଲୋକଙ୍କୁ ଅବଗତ କରାଇଥିବା ଜଣାପଡିଛି । ମୃତଦେହକୁ ଉଦ୍ଧାର କରି ବଡଚଣା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ନିଆରା ସଙ୍ଗୀତ ସାଧକ ନୃସିଂହନାଥ, ପ୍ରତିଭା ଆଗରେ ପ୍ରତିବନ୍ଧକ ସାଜିନି ଶାରୀରିକ ଅକ୍ଷମତା

ସୂଚନାଯୋଗ୍ୟ ଯେ, "ଅକ୍ଟୋବର 8 ତାରିଖ ଦିନ ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ଘର ଭିତରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ମହିଳା ଜଣକ ହେଲେ ତ୍ରିବେଣୀ ନାୟକ । ପାରିବାରିକ କଳହ କାରଣରୁ ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି । ବେଣୀ ପୁଅ ସନା ନାୟକ ସହିତ ଘରେ ରହୁଥିଲେ । ଗତ ଶୁକ୍ରବାର ସନା ମାଆକୁ ଟଙ୍କା ମାଗିଥିଲା ।

ଏହାମଧ୍ୟ ପଢନ୍ତୁ: Dhamnagar Bypoll: ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ

ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଆର ମୃତଦେହ ଘରେ ପଡିଥିବା ଦେଖି ପଡୋଶୀ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏନେଇ ମୃତ ମହିଳାଙ୍କ ଜ୍ବାଇଁ କହିଥିଲେ ଯେ, "ପ୍ରାୟତଃ ଟଙ୍କା ନେଇ ମାଆ ପୁଅଙ୍କ ମଧ୍ୟରେ ଝଗଡ଼ା ହୁଏ । ତେଣୁ ଅନେକ ସମୟରେ ସେ ଝିଅ ଘରେ ଆସି ରହୁଥିଲେ । ଟଙ୍କା ମାଗିବାକୁ ନେଇ ମାଆଙ୍କୁ ହତ୍ୟା କରାଯାଇଛି ।"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.