ETV Bharat / state

ବୁଥ୍‌ ଜବର ଦଖଲ ଖବର ସଂଗ୍ରହ ବେଳେ ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ

ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତରେ ହିଂସାକାଣ୍ଡ । ବୁଥ୍ ଜବର ଦଖଲ ଖବର ସଂଗ୍ରହ କରୁଥିବାବେଳେ ଦୁଇ ଜଣ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Feb 20, 2022, 11:46 AM IST

Updated : Feb 20, 2022, 1:31 PM IST

ବୁଥ୍‌ ଜବର ଦଖଲ ଖବର ସଂଗ୍ରହ ବେଳେ ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ
ବୁଥ୍‌ ଜବର ଦଖଲ ଖବର ସଂଗ୍ରହ ବେଳେ ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ

ଯାଜପୁର: ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ନିର୍ବାଚନୀ ହିଂସା । ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତ ଅନ୍ତର୍ଗତ ବାମଦେବପୁର ଗାଁର 2 ନମ୍ବର ବୁଥ ଜବର ଦଖଲ ଅଭିଯୋଗ । ଏହି ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ସାମ୍ବାଦିକ ଆକ୍ରମଣର ଶିକାର ହୋଇଛନ୍ତି । ଦୁଇ ଜଣ ସାମ୍ବାଦିକଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ଗାଡି ଭଙ୍ଗାରୁଜା କରିବା ସହ ଜଣେ ସାମ୍ବାଦିକଙ୍କୁ ଅପହରଣ କରିଥିବାର ମଧ୍ୟ ଅଭିଯୋଗ ଆସିଛି ।

ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ମଧ୍ୟ ଯାଜପୁରରେ ବ୍ୟାପକ ହିଂସାକାଣ୍ଡ ପ୍ରକାଶ ପାଇଥିଲା । ଆଜି ତୃତୀୟ ପର୍ଯ୍ୟାୟରେ ମଧ୍ୟ ଅନେକ ସ୍ଥାନରୁ ହିଂସାର ଚିତ୍ର ସାମ୍ନାକୁ ଆସୁଛି । ସେହିପରି ପୂର୍ବରୁ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ପୁରୀ ଜିଲ୍ଲା କଣାସରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିଲା । ଏବେ ପୁଣି ଆକ୍ରୋଶର ଶିକାର ହୋଇଛନ୍ତି ସାମ୍ବାଦିକ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 20, 2022, 1:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.