ETV Bharat / state

Padmashri Nanda Sir: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ

author img

By

Published : Nov 29, 2021, 8:36 AM IST

Updated : Nov 29, 2021, 8:55 AM IST

ଜମିବାଡ଼ି ବିବାଦ (Land Dispute)କୁ କେନ୍ଦ୍ର କରି କନ୍ତିରା ଗାଁରେ ନନ୍ଦ ସାରଙ୍କ ବଡ ପୁଅ ଗଣେଶ୍ୱର ପୃଷ୍ଟିଙ୍କୁ ମରଣାନ୍ତକ ଆକ୍ରମଣ । ଏଥିସହ ନନ୍ଦ ସାରଙ୍କୁ ମଧ୍ୟ ଆକ୍ରମଣ ଧମକ ଦେଲେ ଆକ୍ରମଣକାରୀ । ଅଧିକ ପଢନ୍ତୁ

ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ
ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ

ଯାଜପୁର: ଶତାୟୁ ଶିକ୍ଷକ ତଥା ପଦ୍ମଶ୍ରୀ ନନ୍ଦ ସାର (Padma Shri Nanda Prusty)ଙ୍କ ପରିବାର ଉପରେ ଆକ୍ରମଣ (Attack)। ଜମିବାଡ଼ି ବିବାଦକୁ କେନ୍ଦ୍ର କରି କନ୍ତିରା ଗାଁରେ ନନ୍ଦ ସାରଙ୍କ ବଡ ପୁଅ ଗଣେଶ୍ୱର ପୃଷ୍ଟିଙ୍କୁ ମରାଣାନ୍ତକ ଆକ୍ରମଣ କଲେ ଗ୍ରାମର ଲକ୍ଷ୍ମଣ ମଲ୍ଲିକ ଓ ସୁଶାନ୍ତ ମଲ୍ଲିକ । ଏପରିକି ନନ୍ଦସାରଙ୍କୁ ମଧ୍ୟ ଆକ୍ରମଣ କରିବା ପାଇଁ ମଧ୍ୟ ଧମକ ଦେଇଛନ୍ତି । ଏ ନେଇ ସୁକିନ୍ଦା ଥାନାରେ ନନ୍ଦସାର ଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।

ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ

ସୂଚନାଅନୁଯାୟୀ ଦୀର୍ଘ ଦିନ ଧରି ଜମିବାଡ଼ିକୁ ନେଇ ନନ୍ଦସାରଙ୍କ ପୁଅ ଗଣେଶ୍ୱର ପୃଷ୍ଟିଙ୍କୁ କନ୍ତିରା ଗ୍ରାମର ଲକ୍ଷ୍ମଣ ମଲ୍ଲିକ ଓ ସୁଶାନ୍ତ ମଲ୍ଲିକ ଆକ୍ରମଣ କରିଥିଲେ। ତେବେ ଏନେଇ ପରିବାର ପକ୍ଷରୁ ଅଭିଯୋଗ କରାଯିବା ପରେ ସୁକିନ୍ଦା ଥାନା ଅଧିକାରୀ ଶିବଚରଣ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଆକ୍ରମଣ ପରେ ଘଟଣାସ୍ଥଳରୁ ୨ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Nov 29, 2021, 8:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.