ଯାଜପୁର: ୨୦୧୬ରେ ଯାଜପୁର ରୋଡ୍ ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ଦୋଷୀ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ଜିଲ୍ଲା ଦୌରାଜଜ୍ କୋର୍ଟ । ତା ସହିତ ଦୋଷୀକୁ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନାଦେୟ ଆଉ ଏକ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଅତିରିକ୍ତ ଦୌରାଜଜ୍ ।
ଏଥିସହ ନାବାଳିକାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୨୦୧୬ ମସିହାରେ ଯାଜପୁର ରୋଡ଼ ଥାନା ଅଞ୍ଚଳରେ ମେଳା ଦେଖିବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଜଣେ ଗାଡ଼ିଚାଳକ ଘରେ ଛାଡ଼ି ଦେବାକୁ କରି ବାଟରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।
ଏ ନେଇ ୧୨ ଜଣ ସାକ୍ଷୀଙ୍କୁ ଶୁଣିବା ପରେ ଆଜି (ଶୁକ୍ରବାର) ଦୋଷୀକୁ ୧୦ବର୍ଷ ଜେଲ ଦଣ୍ଡ ବିଧାନ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଦୀର୍ଘ ଦିନ ଧରି ଏହି ମାମଲା କୋର୍ଟ ଚାଲିଥିଲା । ଦୋଷୀକୁ ଦଣ୍ଡ ମିଳିବା ପରେ ସନ୍ତୋଷ ରହିଛନ୍ତି ପିଡ଼ିତାଙ୍କ ପରିବାର ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ