ETV Bharat / state

ନଗଡାରେ ପ୍ରତିଷ୍ଠା ହେବ ଇକୋ ଲଜିଷ୍ଟିକ ପାର୍କ - jajpur news

ଏଣିକି ନଗଡାର ପ୍ରତ୍ୟେକ ପରିବାର ପାଇବେ ଚାଉଳ । ଏହାସହିତ ସେଠାରେ ପ୍ରତିଷ୍ଠା ହେବ ଇକୋ ଲଜିଷ୍ଟିକ ପାର୍କ । ଅଧିକ ପଢନ୍ତୁ...

Minister Visit To Nagada
ନଗଡାରେ ପ୍ରତିଷ୍ଠା ହେବ ଇକୋ ଲଜିଷ୍ଟିକ ପାର୍କ
author img

By

Published : Dec 14, 2019, 12:55 AM IST

ଯାଜପୁର: ଭୋକର ଭୂଗୋଳ ନଗଡ଼ାରେ ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚିବ ଚାଉଳ ଏବଂ ପ୍ରତିଷ୍ଠା ହେବ ଇକୋ ଲଜିଷ୍ଟିକ ପାର୍କ। ଏବେ ଚାଉଳ ପାଇଁ ଆଉ ଯିବାକୁ ପଡିବନି 15 କିଲୋମିଟର ଦୂର ଚିଙ୍ଗୁଡ଼ିପାଳକୁ। ଘର ପାଖରେ ଆସି ପହଞ୍ଚିଯିବ ଚାଉଳ। ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଘରେ ଘରେ ବସିବ ମହୁ ଚାଷ ତିଆରି ସେଟ୍‌ । ଏଥିସହିତ ରାସ୍ତାଘାଟ, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ ଯୋଗାଣ କାର୍ଯ୍ୟର ଅଗ୍ରଗତି ତ୍ବରାନ୍ବିତ କରାଯିବା ସହ ନଗଡ଼ାରେ ପ୍ରତିଷ୍ଠା କରାଯିବ ଇକୋ ଲଜିଷ୍ଟିକ ପାର୍କ।

ନଗଡାରେ ପ୍ରତିଷ୍ଠା ହେବ ଇକୋ ଲଜିଷ୍ଟିକ ପାର୍କ

ଶୁକ୍ରବାର ଭୋକର ଭୂଗୋଳ ଯାଜପୁର ଜିଲ୍ଲାର ନଗଡା ଗସ୍ତରେ ଆସି ଏହିସବୁ ପରିକଳ୍ପନା କରିଛନ୍ତି ଶିଳ୍ପ ଓ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସ୍ଥାନୀୟ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ ସହ ନଗଡ଼ାରେ ମଧ୍ୟାହ୍ନରେ ପହଞ୍ଚି 2 ଘଣ୍ଟା ଧରି ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି କିଭଳି ଏହିସବୁ କାର୍ଯ୍ୟର ଅଗ୍ରଗତି ହୋଇପାରିବ, ସେ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୬ ଜୁଲାଇ ମାସରେ ନଗଡ଼ାରେ 19 ଜଣ ନିଷ୍ପାପ ଶିଶୁଙ୍କ ଅପପୃଷ୍ଟି ଯୋଗୁଁ ମୃତ୍ୟୁ ଘଟିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବାପରେ କେନ୍ଦ୍ର ଠାରୁ ରାଜ୍ୟ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି ହୋଇଥିଲା । ତେବେ ଏହାପରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ, ଶିକ୍ଷା ସହ ସ୍ବାସ୍ଥ୍ୟ ବ୍ୟବସ୍ଥା ନଗଡାବାସୀଙ୍କୁ ଯୋଗାଇ ଦେବାକୁ ଅନେକ ପଦକ୍ଷେପ ନିଆଯାଇଛି । ହେଲେ ସବୁ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିରହିଛି। ସବୁବେଳେ ମନ୍ତ୍ରୀ, ନେତା, ବିଧାୟକ, ଅଫିସର ଆସୁଛନ୍ତି କିନ୍ତୁ ଖାଲି କହି ଦେଇଯାଉଛନ୍ତି, ହେଲେ କାମ କିଛି ହେଉନାହିଁ ବୋଲି ନଗଡାବାସୀ ଅଭିଯୋଗ କରିଛନ୍ତି । ଏହାସହିତ ମନ୍ତ୍ରୀଙ୍କୁ ଆସନ୍ତା 15 ଦିନ ମଧ୍ୟରେ ଚାକିରୀ ଯୋଗାଇ ଦେବା ନିମନ୍ତେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ତେବେ ନଗଡାବାସୀଙ୍କୁ ସବୁ ଯୋଗାଇ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ନିମନ୍ତେ ସରକାର ଅନେକ ଯୋଜନା କରୁଛନ୍ତି । ହେଲେ ସେମାନଙ୍କ ସଚେତନତା ଉପରେ ଅଧିକ କାର୍ଯ୍ୟକ୍ରମ କରିଲେ ନଗଡାବାସୀ ଅନ୍ଧାରରୁ ସମ୍ପୂର୍ଣ୍ଣ ଆଲୋକକୁ ଆସିପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:
Slug-- Minister Visit To Nagada.
Report- Gyanaranjan ojha, Jajpur
ଭୋକର ଭୂଗୋଳ ନଗଡ଼ାରେ ପ୍ରତ୍ୟେକ ପରିବାର ନିକଟରେ ପହଂଚିବ ଚାଉଳ ଏବଂ ପ୍ରତିଷ୍ଠା ହେବ ଇକୋ ଲଜିଷ୍ଟିକ ପାର୍କ। ଆଜି ନଗଡା ଗସ୍ତରେ ଆସି ଏହିପରି ଅନେକ ଯୋଜନାର ରୂପାୟନ କରିଛନ୍ତି ଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡାଈଙ୍କ ସହ ନଗଡ଼ାରେ ଦୁଇଘଣ୍ଟା ଧରି ବିଭିନ୍ନ କାର‌୍ୟ୍ୟର ସମୀକ୍ଷା କରିବା ସହ ଜିଲ୍ଲା ପ୍ରଶାସନକୁ ଏହିସବୁ କାର‌୍ୟ୍ୟର ଅଗ୍ରଗତି ନିମନ୍ତେ ନିର୍ଦେଶ ଦେଇଛନ୍ତି। ତେବେ ଏତେସବୁ ଉନ୍ନତି କେବଳ ଘୋଷଣା ମଧ୍ୟରେ ସୀମିତ ବୋଲି ନଗଡା ବାସୀ ପ୍ରତିକ୍ରିୟା କରିଛନ୍ତି।

Body:
vo୧- ଏବେ ଚାଉଳ ପାଇଁ ଆଉ ଯିବାକୁ ପଡିବନି ପନ୍ଦର କିଲୋମିଟର ଦୂର ଚିଙ୍ଗୁଡ଼ିପାଳକୁ। ଘର ପାଖରେ ଆସି ପହଂଚିଯିବ ଚାଉଳ। ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଘରେ ଘରେ ବସିବ ମହୁ ଚାଷ ତିଆରି ସେଟ। ଆଉ ରାସ୍ତାଘାଟ, ସ୍ୱାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ ଯୋଗାଣ କାର୍ୟ୍ୟର ଅଗ୍ରଗତି ତ୍ୱରାନ୍ୱିତ କରାଯିବ ସହ ନଗଡ଼ାରେ ପ୍ରତିଷ୍ଠା କରାଯିବ ଇକୋ ଲଜିଙ୍ଗ ପାର୍କ। ଆଜି ଭୋକର ଭୂଗୋଳ ଯାଜପୁର ଜିଲ୍ଲାର ନଗଡା ଗସ୍ତରେ ଆସି ଏହି ସବୁ ପରିକଳ୍ପନା କରିଛନ୍ତି ଶିଳ୍ପ ଓ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ସ୍ଥାନୀୟ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଈଙ୍କ ସହ ନଗଡ଼ାରେ ମଧ୍ୟାହ୍ନରେ ପହଞ୍ଚି ଦୁଇଘଣ୍ଟା ଧରି ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି କିଭଳି ଏହିସବୁ କାର୍ୟ୍ୟର ଅଗ୍ରଗତି ତ୍ୱରାନ୍ୱିତ ହୋଇପାରିବ, ସେ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
nite-1-- କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଶକ୍ତି ଓ ଶିଳ୍ପ ମନ୍ତ୍ରୀ, ଓଡ଼ିଶା
bite2-- ପ୍ରୀତିରଞ୍ଜନ ଘଡାଈ,ବିଧାୟକ, ସୁକିନ୍ଦା

vo୨- ୨୦୧୬ ଜୁଲାଇ ମାସରେ ନଗଡ଼ାରେ ଉଣେଇସି ଜଣ ନିଷ୍ପାପ ଶିଶୁଙ୍କ ଅପପୃଷ୍ଟି ଯୋଗୁଁ ମୃତ୍ୟୁ ଘଟିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବାପରେ କେନ୍ଦ୍ର ଠାରୁ ରାଜ୍ୟ ପର୍ୟ୍ୟନ୍ତ ହଇଚଇ ସ୍ତ୍ରୁଷ୍ଟି ହୋଇଥିଲା। ତେବେ ଏହାପରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ରାସ୍ତା ନିର୍ମାଣ, ପିଇବାପାଣି ଯୋଗାଣ, ବିଦ୍ୟୁତ, ଶିକ୍ଷା ସହ ସ୍ୱାସ୍ଥ୍ୟ ବ୍ୟବସ୍ଥା ନଗଡା ବାସୀଙ୍କୁ ଯୋଗାଇ ଦେବାକୁ ଅନେକ ପଦକ୍ଷେପ ନିଆଯାଇଛି। ହେଲେ ସବୁ କାର୍ୟ୍ୟ ଅଧାପନ୍ତରିଆ ହୋଇ ପଡିରହିଛି। ସବୁବେଳେ ମନ୍ତ୍ରୀ, ଏମେଲେ, ଅଫିସର ଆସୁଛନ୍ତି କିନ୍ତୁ ଖାଲି କହିଦେଇଯାଉଛନ୍ତି, ହେଲେ କାମ କିଛି ହେଉନାହିଁ ବୋଲି ନଗଡା ବାସୀ ଅଭିଯୋଗ କରିଛନ୍ତି ଏବଂ ମନ୍ତ୍ରୀଙ୍କୁ ଆସନ୍ତା ପନ୍ଦର ଦିନ ମଧ୍ୟରେ ଚାକିରୀ ଯୋଗାଇ ଦେବା ନିମନ୍ତେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।
bite3-- ଦେଶ ପ୍ରଧାନ, ତଳ ନଗଡା ବାସୀ।
bite4-ଚକୁଲି ପ୍ରଧାନ, ତଳ ନଗଡା ବାସୀ

Conclusion:Fvo-- ତେବେ ନଗଡା ବାସୀଙ୍କୁ ସବୁ ଯୋଗାଇଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ନିମନ୍ତେ ସରକାର ଅନେକ ଯୋଜନା କରୁଥିବା ବେଳେ ସେମାନଙ୍କ ସଚେତନତା ଉପରେ ଅଧିକ କାର୍ଯ୍ୟକ୍ରମ କରିଲେ ନଗଡା ବାସୀ ଅନ୍ଧାରରୁ ସମ୍ପୂର୍ଣ୍ଣ ଆଲୋକକୁ ଆସି ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.