ETV Bharat / state

ଖୋଲିବ ମେଡିକାଲ କଲେଜ, ଉତ୍ସବମୁଖର ଯାଜପୁର

ଯାଜପୁର ଜିଲ୍ଲାରେ ଖୁବ ଶୀଘ୍ର ଖୋଲିବ ମେଡିକାଲ କଲେଜ । ଏନେଇ ଅନୁମୋଦନ ଦେଇ ସାରିଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ବେଶ ଉତ୍ସାହିତ ସହରବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jul 13, 2019, 9:51 PM IST

ଯାଜପୁର: ଆଜି ଉତ୍ସବମୁଖର ସମଗ୍ର ଯାଜପୁର ଜିଲ୍ଲା । ବାଣ ଫୁଟାଇ ନାଚି, ଗାଇ, ମିଠା ଖାଇ ନିଜ ଖୁସିକୁ ଜାହିର କରୁଛନ୍ତି ସହରବାସୀ । କାରଣ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ । ବହୁ ପ୍ରତୀକ୍ଷିତ ଏହି ପ୍ରସ୍ତାବକୁ କେନ୍ଦ୍ର ଦେଇଛି ଗ୍ରୀନ ସିଗନାଲ । ଏବେ ଦେଖିବାକୁ ମିଳିବନି ଆଉ ନଗଡା ଭଳି ଚିତ୍ର । ସୁସ୍ଥ ହେବ ଜିଲ୍ଲା । ଏଥିପାଇଁ ତ ନିଜ ଉତ୍କଣ୍ଠାକୁ ସମ୍ଭାଳିପାରୁ ନାହାନ୍ତି ଜିଲ୍ଲାବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଦୀର୍ଘ ଦେଢ ବର୍ଷ ପରେ ପୁରୁଣ ହେବାକୁ ଯାଉଛି ଜିଲ୍ଲବାସୀଙ୍କ ସ୍ବପ୍ନ । ବାକି ତ କେବଳ ରାଜ୍ୟ ସରକାରଙ୍କ ହଁକୁ । ଏକ ଉପାନ୍ତ ଅଞ୍ଚଳରେ ମେଡିକାଲ ଖୋଲିବା ଦ୍ବାରା କେବଳ ଯାଜପୁର ନୁହେଁ ଆଖପାଖ ଅଞ୍ଚଳ ମଧ୍ୟ ଉପକୃତ ହେବେ । ସେପଟେ ପ୍ରସ୍ତାବିତ ମେଡିକାଲ କଲେଜ ପାଇଁ ଆଙ୍କୁଲା ଠାରେ ଜାଗା ଚିହ୍ନଟ ହୋଇସାରିଛି । ଏଥିସହିତ ଯାଜପୁର ସଦର ଡାକ୍ତରଖାନା ଓ ଏହାର ଆଖାପାଖ ଅଞ୍ଚଳରେ ନର୍ସିଂ କଲେଜ ନିର୍ମାଣ ହେବା ପାଇଁ ମଧ୍ୟ ସ୍ଥିର ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-Medical college
format-pkg
reporter-Gyanaranjan ojha
place-jajpur
date-12.07.2019
anchor--
ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ଯାଜପୁରରେ ପ୍ରସ୍ତାବିତ ମେଡିକାଲ କଲେଜକୁ କେନ୍ଦ୍ରସରକାର ଅନୁମୋଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହା ୧୦୦ ଶଯ୍ୟା ବିଶିଷ୍ଟ ହେବାକୁ ମଧ୍ୟ ନିଷ୍ପତି ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ଯାଜପୁରରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ଏହି ପ୍ରକଳ୍ପ ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଜିଲାପାଳଙ୍କୁ ଧନ୍ୟବାଦ ଦେଇଛନ୍ତି ଜିଲାବାସୀ । ଯାଜପୁର ସହରର ଗାନ୍ଧୀଛକ ରେ ବିଧାୟକଙ୍କ ସମର୍ଥକ ବାଣ ପୁଂଟାଇ ଖୁସିରେ ମିଠା ବଂଟନ କରିଥିଲେ । ଯାଜପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରସରକାରଙ୍କୁ ଦେଢ଼ ବର୍ଷ ତଳେ ପ୍ରସ୍ତାବ ଦେଇଥିଲେ ।
Body:
ଭିଓ୧
ଶେଷରେ ଯାଜପୁରବାସୀଙ୍କ ସ୍ୱପ୍ନ ପୁରଣ ହେଲା । ପ୍ରସ୍ତାବିତ ମେଡିକାଲ କଲେଜ ପ୍ରକଳ୍ପକୁ କେନ୍ଦ୍ରସରକାର ଅନୁମୋଦନ କରିଛନ୍ତି । ଆଉ ଏ ହେଉଛି ସେହି ଅନୁମୋଦନର ଖୁସି । ଆଜି ଏହା ଘୋଷଣା ହେବା ପରେ ଗାନ୍ଧୀ ଛକରେ ଏକାଠି ହୋଇଥିଲେ ଶହ ଶହ ଲୋକ । ଖୁସିକୁ ଜାହିର କରିବା ପାଇଁ ବାଣ ପୁଂଟାଇ,ବାଜା ବଜାଇବା ସହିତ ପରସ୍ପରକୁ ମିଠା ଖୁଆଇଥିଲେ ସମସ୍ତେ । ଏଭଳି ଏକ ପ୍ରକଳ୍ପ ହେବା ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମକୁ ସମସ୍ତେ ପ୍ରଂଶସା କରିଥିଲେ । ଦେଢ଼ ବର୍ଷ ତଳେ ରାଜ୍ୟସରକାର ଯାଜପୁରରେ ମେଡିକାଲ ପ୍ରତିଷ୍ଠା ପାଇଁ କେନ୍ଦ୍ରସରକାରଙ୍କୁ ପ୍ରସ୍ତାବ ଦେବା ପରେ ଜିଲାପ୍ରଶାସନ ଏହାର ଭିତିଭୂମି ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଥିଲା ।
ବାଇଟ୍:
୧.         ରଂଜନ କୁମାର ଦାସ,ଯାଜପୁର ଜିଲାପାଳ
୨.         ରାଜୀବ ମହାନ୍ତି,ଆଇନଜିବି
ଭିଓ୨
ଯାଜପୁରରେ ପ୍ରସ୍ତାବିତ ମେଡିକାଲ କଲେଜ ପାଇଁ ଆଙ୍କୁଲା ଠାରେ ଜାଗା ଚିହ୍ନଟ ହୋଇଛି । ଏଥିସହିତ ଯାଜପୁର ସଦର ଡାକ୍ତରଖାନା ଓ ଏହାର ଆଖାପାଖ ଅଂଚଳରେ ନର୍ସିଂ କଲେଜ ନିର୍ମାଣ ହେବା ପାଇଁ ମଧ୍ୟ ସ୍ଥିର ହୋଇଛି । ଯାଜପୁର ଜିଲା ଉପରେ ଆଖପାଖ ଭଦ୍ରକ,କେନ୍ଦ୍ରାପଡା ଜିଲାର ଅନେକ ଅଂଚଳ ନିର୍ଭର କରୁଥିବାରୁ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଏହି ଅଂଚଳବାସୀ ବିଶେଷ ଭାବେ ଉପକୃତ ହେବେ । ଏଥିସହିତ ଉପକୂଳ ଓଡିଶାର ଡାକ୍ତରଖାନାରେ ଡାକ୍ତର ସମସ୍ୟା ଦୂର ହେବା ନେଇ ଆଶା କରାଯାଉଛି । ମେଡିକାଲ କଲେଜର ଭଳି ବୃହତ ପ୍ରକଳ୍ପକୁ ଯାଜପୁର ବାସୀଙ୍କ ହାତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେକିଦେଇଥିବାରୁ ଦଳ ମତ ନିର୍ବିଶେଷରେ ଧନ୍ୟବାଦ ଦେଇଛନ୍ତି ସମସ୍ତେ ।
ବାଇଟ୍:
୩.ମନୋଜ କୁମାର ସାହୁ,ପୂର୍ବତନ କାଉନସିଲର,ଯାଜପୁର ପୌରପାଳିକା
୪.         ସେକ ଅନୁଅର ଅଲ୍ଲୀ, ଯାଜପୁର ବାସୀ
Conclusion:
ପାଂଭିଓ
ଏହି ମେଡିକାଲ କଲେଜ ପ୍ରତିଷ୍ଠା ହେବା ସହିତ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ବିଶେଷଜ୍ଞ ମାନଙ୍କୁ ଅଣାଯିବ ଓ ଜିଲାବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.