ETV Bharat / state

ଅଗ୍ନିକାଣ୍ଡରେ ବେସାହାରା 3 ପରିବାର, ସରକାରୀ ସହାୟତାକୁ ଅପେକ୍ଷା - massive fire in radhanagar village in jajpur

ଯାଜପୁର ରସୁଲପୁରୁ ବ୍ଲକରେ ଭୟାବହ ଅଗ୍ନିକାଣ୍ଡ 3ଟି ପରିବାରକୁ ବାସହୀନ କରିଦେଇଛି । ନିଜ କଷ୍ଟ ଅର୍ଜିତ ଧନ ପୋଡି ପାଉଁଶ ହେବା ପରେ କୋହକୁ ସମ୍ଭାଳି ନପାରି କାନ୍ଦି ଉଠିଛନ୍ତି ଅଗ୍ନିବିପନ୍ନ ମଞ୍ଜୁଲତା । ବେସାହାରା ହୋଇପଡିଥିବା ଏହି 3ଟି ପରିବାରଙ୍କ ଏବେ କେବଳ ସାହା ସରାକାରୀ ସହାୟତା । ଅଧିକ ପଢନ୍ତୁ...

3 families houses gutted in major fire breaks out at radhanagar village in Jajpur
ଅଗ୍ନିକାଣ୍ଡରେ ବେସାହାରା 3 ପରିବାର, ଏବେ ସାହା ସରକାରୀ ସହାୟତା
author img

By

Published : Dec 24, 2020, 10:00 AM IST

Updated : Dec 24, 2020, 6:01 PM IST

ଯାଜପୁର: ଅଗ୍ନିକାଣ୍ଡରେ ଘର ସହ ଜଳି ଗଲା ସୁନାର ସଂସାର । ବୋଝ ଉପରେ ନଳୀତା ବିଡ଼ା ପରି ଗରିବ ପରିବାର ମୁଣ୍ଡରେ ଏହି ଅଗ୍ନିକାଣ୍ଡ ଚଡ଼କ ପକାଇଛି । ଏହି ଭୟାବହ ଅଗ୍ନିକାଣ୍ଡ ଜିଲ୍ଲାର ରସୁଲପୁରୁ ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତର ରାଧାନଗର ଗାଁରେ ବୁଧବାର ରାତିରେ ଘଟିଛି । ଅଗ୍ନିକାଣ୍ଡରେ 3ଟି ଯୌଥ ପରିବାରର 14 ବଖରା ଘର ସହିତ ଲକ୍ଷାଧିକ ସମ୍ପତ୍ତି ଜଳି ଯାଇଛି ।

ଅଗ୍ନିକାଣ୍ଡରେ ବେସାହାରା 3 ପରିବାର, ଏବେ ସାହା ସରକାରୀ ସହାୟତା

ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଗ୍ୟାସ୍ ଚୁଲାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିବିପନ୍ନ ଗରିବ ଶ୍ରେଣୀର ହୋଇଥିବା ବେଳେ ରାତିରେ ଘଟିଥିବା ଅଗ୍ନିକାଣ୍ଡ ତାଙ୍କୁ ବେସାହାରା କରିଦେଇଛି । ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଘର ସହିତ ଆସବାବପତ୍ର ଓ ପ୍ରାୟ 25 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।

ଏହି ଅସହାୟମାନଙ୍କୁ ପଡ଼ୋଶୀ ସାହାଯ୍ୟ କରୁଥିବା ବେଳେ ସ୍କୁଲଘରେ ଅସ୍ଥାୟୀ ଭାବେ ଥଇଥାନ କରାଯାଇ ପଲିଥିନ, କମ୍ବଳ ଓ ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରାଯାଇଛି । ବିପନ୍ନ ପରିବାରଙ୍କୁ ସରକାରୀ ଯୋଜନାରେ ପକ୍କାଘର ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ରସୁଲପୁର ବିଡିଓ ଅଗ୍ନିବିପନ୍ନଙ୍କ ପାଖରେ ପହଞ୍ଚି ପଲିଥିନ୍ ଓ ରିଲିଫ୍ ସାମଗ୍ରୀ ଯୋଗାଇ ଦେଇଛନ୍ତି । ସେପଟେ ତହସିଲ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି । ସେମାନଙ୍କୁ ସରକାରୀ ବ୍ୟବସ୍ଥା ଅନୁଯାୟୀ ସହାୟତା ରାଶି ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ ଆଦି ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ବିଡିଓ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Dec 24, 2020, 6:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.