ଯାଜପୁର: ଜିଲ୍ଲାର ବଡ଼ଚଣା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ସିମେଣ୍ଟ ଦୋକାନରୁ ଅପହରଣ ହୋଇଥିଲେ । ଏହି ଘଟଣାରେ 3 ଦୁର୍ବୃତ୍ତଙ୍କୁ ବଡ଼ଚଣା ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି ।
ବଡ଼ଚଣା ଥାନା ଅଧୀନ ବଡ଼ଘୁମୁରି ଅଞ୍ଚଳର ଚାରିମାସ ପୂର୍ବରୁ ଜଣେ ବ୍ୟକ୍ତି ଏକ ସିମେଣ୍ଟ ଦୋକାନରେ ବସିଥିବା ସମୟରେ ଅପହରଣ ହୋଇଥିଲେ । ଦୁର୍ବୃତ୍ତମାନେ ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି 5 ଲକ୍ଷ ଟଙ୍କା ମାଗିଥିଲେ । ତେବେ ଏହି ଘଟଣାରେ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା ।
ତେବେ ଗୁରୁବାର ଏହି ଘଟଣାରେ ପୋଲିସ 3 ଜଣ ବ୍ୟକ୍ତି ଗନ୍ଧର୍ବ ଓଝା, ଚିତ୍ରସେନ ଓଝା, ବୁଲୁ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଏହି 3 ଜଣ ବ୍ୟକ୍ତି କଟକ ଅଞ୍ଚଳର ବୋଲି ଜଣାପଡିଛି । ତେବେ ପୋଲିସ ପୂର୍ବରୁ ଅପହରଣ ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ସମ୍ପୃକ୍ତ 2 ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ