ETV Bharat / state

ଯାଜପୁରରୁ ପୁଣି ଆସିଲା ବିକାଶର ନଗ୍ନ ଚିତ୍ର, ଅପପୁଷ୍ଟିର ଶିକାର କୁନିଶିଶୁ - କଳିଙ୍ଗନଗରରେ ଅପପୁଷ୍ଟି

ପୁଣି ଫେରିଲା ‘ନଗଡା’ ଏପିସୋଡ୍ । ଯାଜପୁରରୁ ପୁଣି ଆସିଲା ବିକାଶର ନଗ୍ନ ଚିତ୍ର । ଶିଳ୍ପସମୃଦ୍ଧ ଜିଲ୍ଲା ଏବେ ଭୋକର ଭୂଗୋଳ । ଦୀର୍ଘ ୭ ବର୍ଷ ପରେ ପୁଣି ଅପଖ୍ୟାତି ମୁଣ୍ଡାଇଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀ । କିଛି ଦିନ ପୂର୍ବେ ଅପପୃଷ୍ଟିରେ ଘାଟିସାହି ଗାଁର ବାଙ୍କୁ ହେମ୍ବ୍ରମ, ପୁଅକୁ ହରାଇଥିବା ବେଳେ ଏବେ ଝିଅ ଶଯ୍ୟାଶାୟୀ । ଫଳରେ ପୂର୍ବରୁ ଅପପୁଷ୍ଟିକୁ ନେଇ ଅପଖ୍ୟାତି ଅର୍ଜନ କରିଥିବା ନଗଡ଼ା ଅଞ୍ଚଳକୁ ବଳିଯିବାକୁ ବସିଛି କଳିଙ୍ଗନଗର । ଦେଖନ୍ତୁ ଏହି ରିପୋର୍ଟ

Malnutrition again hit Sukinda block of Jajpur

author img

By

Published : Mar 21, 2023, 9:23 PM IST

ଯାଜପୁରରୁ ପୁଣି ଆସିଲା ବିକାଶର ନଗ୍ନ ଚିତ୍ର, ଅପପୁଷ୍ଟି ରୋଗର ଶିକାର କୁନିଶିଶୁ

ଯାଜପୁର: ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ପୁଣି ସାମ୍ନାକୁ ଆସିଲା ଅପପୁଷ୍ଟିରେ ଶିକାର ଶିଶୁ । ଗୋଟେ ପଟେ ଜିଲ୍ଲାର ବିକାଶ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅନ୍ୟପଟେ ଜିଲ୍ଲାରେ ଖାଇବାକୁ ନପାଇ ଅନାହାରରେ ଶିଶୁ ମରିବାର ଚିତ୍ର ସମ୍ମାନକୁ ଆସୁଛି l ଯାଜପୁର ହେଉଛି ଏମିତି ଏକ ଜିଲ୍ଲା ଯେଉଁଠୁ ପ୍ରତ୍ୟେକ ଦିନ ରାଜ୍ୟ ରାଜକୋଷକୁ ଯାଏ କୋଟି କୋଟି ଟଙ୍କା । କିନ୍ତୁ ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଅପପୁଷ୍ଟିର ଅଭାବନୀୟ ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଛି । ଦୀର୍ଘ ୭ବର୍ଷ ପରେ ସୁକିନ୍ଦା ବ୍ଲକରେ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଦେଖିବାକୁ ମିଳିଛି । ଫଳରେ ପୂର୍ବରୁ ଅପପୃଷ୍ଟିକୁ ନେଇ ଅପଖ୍ୟାତି ଅର୍ଜନ କରିଥିବା ନଗଡ଼ା ଅଞ୍ଚଳକୁ ବଳିଯିବାକୁ ବସିଛି କଳିଙ୍ଗନଗର ।

୨୦୧୬ ମସିହାରେ ନଗଡାରେ ହୋଇଥିବା ଅପପୁଷ୍ଟି ନେଇ ସାରା ଭାରତ ବର୍ଷରେ ଚର୍ଚ୍ଚାରେ ଥିବା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଏବେ ପୁଣି ଅପପୃଷ୍ଟି ପାଇଁ ଚର୍ଚ୍ଚାରେ । ଏଠି ମାଟି ତଳେ କୋଟି କୋଟି ଟଙ୍କାର ଭଣ୍ଡାର ଆଉ ମାଟି ଉପରେ ଦେଖିବାକୁ ମିଳିଛି ଭୋକର ଭୂଗୋଳ । ଏସିଆ ମହାଦେଶରେ ଶିଳ୍ପ ସମୃଦ୍ଧ ଅଞ୍ଚଳର ମାନ୍ୟତା ପାଇଥିବା କଳିଙ୍ଗନଗରର ଏ ଦୃଶ୍ୟ ବୟାନ କରୁଛି ଏହି ଅଞ୍ଚଳର ବିକାଶର ବାସ୍ତବ ଚିତ୍ର l ଖାଇବାକୁ ନ ପାଇ ଅନାହାରରେ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି ଅନେକ ଶିଶୁ । ଏପରି ଏକ ଅଭାବନୀୟ ଦୃଶ୍ୟ ଜିଲ୍ଲାର ଦାନଗଦି ବ୍ଲକ ରାଣାଗୁଣ୍ଡି ପଞ୍ଚାୟତର ଘାଟିସାହି ଗାଁରେ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- Love Jihad: ଯାଜପୁରରୁ ଯୁବତୀଙ୍କୁ ଉଦ୍ଧାର କଲା ତ୍ରିପୁରା ପୋଲିସ

ଏହି ଗାଁରେ ବାସ କରନ୍ତି ବାଙ୍କୁ ହେମ୍ବ୍ରମ, ତାଙ୍କ ପତ୍ନୀ ତୁଳସୀ ହେମ୍ବ୍ରମ ଏବଂ ୯ଟି ପିଲା । ୯ ଜଣ ପିଲାଙ୍କ ମଧ୍ୟରୁ ୭ ଜଣ ଝିଅ ଓ ୨ଜଣ ପୁଅ । ବାଙ୍କୁ ହେମ୍ବ୍ରମ ପ୍ରତିଦିନ ମୁଲମଜୁରୀ ଲାଗି ଯାହା ଆଣନ୍ତି ସେଥିରେ ପରିବାରର ୧୧ ପ୍ରାଣୀ ଚଳିବା କଷ୍ଟକର ହେଇପଡ଼ିଥାଏ l ଏହି ପରିବାର ଦିନେ ଓଳିଏ ଖାଇଲେ ଆର ଓଳି ଉପାସ ରହିବାକୁ ପଡ଼ିଥାଏ । ଏଭଳି ସ୍ଥିତିରେ ଅପପୁଷ୍ଟି ଯେପରି ବାଙ୍କୁଙ୍କ ପରିବାରର ପିଛା ଛାଡୁନାହିଁ । ବାଙ୍କୁଙ୍କ ୨ଟି ପୁଅ ମଧ୍ୟରୁ ଜଣେ ଅପପୃଷ୍ଟିରେ କିଛି ଦିନ ପୂର୍ବେ ମୃତ୍ୟୁବରଣ କରିଥିବା ବେଳେ ଏବେ ଝିଅ କୁନି ହେମ୍ବ୍ରମ ଅପପୁଷ୍ଟିରେ ଆକ୍ରାନ୍ତ ହେଇ ବିଛଣାରେ ପଡି଼ ରହିଛି । ଏପରିକି କୁନି ଅପପୁଷ୍ଟିରେ ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଥିବା ଦେଖିବାକୁ ମିଳିଛି ।

ସେପଟେ ବାଙ୍କୁଙ୍କୁ ସରକାରୀ ସହାୟତା ଭାବେ ରାସନ କାର୍ଡ ମିଳିଛି ସତ କୌଣସି କାରଣରୁ ମିଳୁନି ରାସନ ସାମଗ୍ରୀ । ଫଳରେ ମୁଲମଜୁରୀ ଲାଗି ବହୁ କଷ୍ଟରେ ପରିବାର ଚଳାଉଥିବା ବାଙ୍କୁ ଶେଷରେ ପିଲାଙ୍କ ଅବସ୍ଥା ଦେଖି ଅସହାୟ ହୋଇପଡିଛନ୍ତି । ସେପଟେ ଏବେ ଏହି ପରିବାରକୁ ସହାୟତା ପାଇଁ ଆଗେଇ ଆସିଛନ୍ତି କିଛି ସ୍ୱେଚ୍ଛାସେବୀ ଯୁବକ l ଏହି ଯୁବକମାନଙ୍କ ପ୍ରଚେଷ୍ଟାରେ କୁନିକୁ ଚିକିତ୍ସା ପାଇଁ ଆଣି ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରର ଅପପୁଷ୍ଟି ସାଧନ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଏ ନେଇ ସ୍ବଚ୍ଛାସେବୀ ଯୁବକ ଅରବିନ୍ଦ ମହାରଣା କହିଛନ୍ତି, "ଏମାନେ ଅଶିକ୍ଷିତ ଲୋକ । ସରକାରଙ୍କ ସଚେତନତା ଅଭାବରୁ ଜଣେ ଦମ୍ପତି ୯ଟି ପିଲାକୁ ଜନ୍ମ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ସରକାରଙ୍କ ସଚେତନତା କାର୍ଯ୍ୟକ୍ରମ ସବୁ ବିଫଳ ।"

ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶିବାଶିଷ ମହାରଣା ଏହି ଖବର ପାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି l ସ୍ବାସ୍ଥ୍ୟ ଅଧିକାରୀ ଏହି ଶିଶୁର ଅବସ୍ଥାର ଅନୁଧ୍ୟାନ କରିବା ସହିତ କିଭଳି ଉତ୍ତମ ଚିକିତ୍ସା ମିଳିବ ସେ ନେଇ ପ୍ରୟାସ ଆରମ୍ଭ କରିଛନ୍ତି l ସୁକିନ୍ଦା ଭଳି ଏକ ବିକାଶଶୀଳ ନିର୍ବାଚନ ମଣ୍ଡଳୀରେ ଯଦି ଏଭଳି ପରିସ୍ଥିତି ତେବେ ଅନ୍ୟ ନିର୍ବାଚନ ମଣ୍ଡଳୀରେ କିଭଳି ସ୍ଥିତି ଥିବ ଏହି ଘଟଣାରୁ ଅନୁମେୟ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.