ETV Bharat / state

ମୈଥାନ୍ ଇସ୍ପାତ୍ କାରଖାନାରେ ଶ୍ରମିକ ଅଶାନ୍ତି, ଧାରଣାରେ କର୍ମଚାରୀ

ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଷ୍ଟିଲ ଦ୍ବାରା ପରିଚାଳିତ ମୈଥାନ୍ ଇସ୍ପାତ୍ କାରଖାନାରେ ଦୀର୍ଘଦିନ ଧରି ଲାଗି ରହିଛି ଶ୍ରମିକ ଅଶାନ୍ତି । ଅଧିକ ପଢନ୍ତୁ...

author img

By

Published : Apr 19, 2021, 7:00 PM IST

ମୈଥାନ୍ ଇସ୍ପାତ୍ କାରଖାନାରେ ଶ୍ରମିକ ଅଶାନ୍ତି
ମୈଥାନ୍ ଇସ୍ପାତ୍ କାରଖାନାରେ ଶ୍ରମିକ ଅଶାନ୍ତି

ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଷ୍ଟିଲ ଦ୍ବାରା ପରିଚାଳିତ ମୈଥାନ୍ ଇସ୍ପାତ୍ କାରଖାନାରେ ଦୀର୍ଘଦିନ ଧରି ଲାଗି ରହିଛି ଶ୍ରମିକ ଅଶାନ୍ତି । ପରିଚାଳନା ଗତ ତ୍ରୁଟି ପାଇଁ ଏହି କାରଖାନା ଗତ 2019 ଫେବୃଆରୀ ମାସ ଠାରୁ ଦୀର୍ଘ ପ୍ରାୟ ଦୁଇବର୍ଷରୁ ଉର୍ଦ୍ଧ୍ବ କାଳ ବନ୍ଦ ହୋଇ ପଡିରହିଛି ।

ମୈଥାନ୍ ଇସ୍ପାତ୍ କାରଖାନାରେ ଶ୍ରମିକ ଅଶାନ୍ତି

ଶ୍ରମିକ କର୍ମଚାରୀମାନଙ୍କ ପରିବାର ଗୁଜୁରାଣ ମେଣ୍ଟାଇବା ଦୁର୍ବିସହ ହୋଇପଡିଛି । ଶ୍ରମିକ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଧିକାରୀଙ୍କ ଯାଏଁ ଦରମା ନପାଇ ଦୁଃଖ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଏବେ ଏହି କାରଖାନାକୁ ଅନ୍ୟ କାହା ହାତରେ ଟେକି ଦେବାକୁ ମସୁଧା ଚାଲିଥିବା କାରଖାନାର କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।

ତେବେ ଏଥିରୁ ସ୍ଥାନୀୟ ତଥା ପୁରୁଣା କର୍ମଚାରୀଙ୍କୁ ବାହାର କରି ନୂଆ ଅଣଓଡିଆ କର୍ମଚାରୀଙ୍କୁ ଏଥିରେ ଭର୍ତ୍ତି କରିବା ପାଇଁ ଷଡଯନ୍ତ୍ର କରାଯାଉଥିବା ଶ୍ରମିକ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । କାରଖାନାର ଶ୍ରମିକ କର୍ମଚାରୀମାନଙ୍କୁ ସେମାନଙ୍କ ବକେୟା ଦରମା ପ୍ରଦାନ, କାରଖାନାରେ ଛଟେଇ ଶ୍ରମିକଙ୍କ ପୁନଃ ନିଯୁକ୍ତି ଓ ନିଯୁକ୍ତିରେ ସ୍ଥାୟିତ୍ବ ପ୍ରଦାନ ଦାବିରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକ କର୍ମଚାରୀମାନେ ଗଣଧାରଣା ଜାରି ରଖିଛନ୍ତି । ତୁରନ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଶ୍ରମିକ କର୍ମଚାରୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.