ଯାଜପୁର: ଧିରେ ଧିରେ ଖୋଲୁଛି ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ଗୁମର । ଦିନ ଗଡିବା ସହ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅର୍ଚ୍ଚନା ନାଗଙ୍କ ସହ(Lady blackmailer Archana Nag) ସହ ବଡ ବଡ ନେତା, ମନ୍ତ୍ରୀ,ପୋଲିସ ଓ ଅଫିସରଙ୍କ ଫଟୋ ଭାଇରାଲ ହେବା ପରେ ରାଜ୍ୟ ରାଜନୀତିରେ ଏବେ ହଇଚଇ ସୃଷ୍ଟି ହୋଇଛି । ବିଜେପି ମହିଳା ମୋର୍ଚ୍ଚା ସିବିଆଇ ତଦନ୍ତ ଦାବି କରିଥିବା ବେଳେ ଏହାକୁ କଡା ସମାଲୋଚନା କରିଛନ୍ତି ରାଜ୍ଯ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା । ପୂର୍ବରୁ ଅନେକ ଘଟଣାର ସିବିଆଇ ତଦନ୍ତ କରାଯାଇଛି, କିନ୍ତୁ ଆମେ ଏହାର ଫଳାଫଳ କଣ ତାହା ସମସ୍ତଙ୍କୁ ଜଣା, ତେଣୁ କ୍ରାଇମ ବ୍ରାଞ୍ଚ ଓ ପୋଲିସ ଏହି ଘଟଣାର ତଦନ୍ତ କରୁ ।
'' ଏଥି ସହ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ଚଲାଉଥିବା ଘଟଣାକୁ ନେଇ ବନ୍ଦିତା ପରିଡା ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି, ଏହି ଘଟଣାରେ ନିରପେକ୍ଷ ତଦନ୍ତ ଦାବି କରିବା ସହିତ ଅର୍ଚ୍ଚନା ସହ ସମ୍ପୃକ୍ତ ରାଜନେତାଙ୍କ ମୁଖା ଖୋଲିବାକୁ ଆହ୍ବାନ କରିଛନ୍ତି କଂଗ୍ରେସ ନେତ୍ରୀ । ଜବତ ସିସିଟିଭି ଫୁଟେଜ ଓ ପେନଡ୍ରାଇଭକୁ ଯାଞ୍ଚ କରିବା ସହିତ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଅଣାଯାଇ ଘଟଣାର ଖୋଳତାଡ କରାଯାଉ ବୋଲି ବନ୍ଦିତା ପରିଡା ଦାବି କରିଥିଲେ ।''
ଏହା ମଧ୍ୟ ପଢନ୍ତୁ-ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲା, ସିବିଆଇ ତଦନ୍ତ ଦାବି କଲା BJP
''ଏହି ରାକେଟ ପଛରେ ଉଭୟ ବିଜେପି ଏବଂ ସରକାରୀ ଦଳର ସମ୍ପୃକ୍ତି ରହିଛି । ତେଣୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରିବା ସହିତ ପୋଲିସ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରୁ ବୋଲି ସେ କହିଛନ୍ତି । ତରବରିଆ ଭାବେ ଅର୍ଚ୍ଚନା ନାଗକୁ ଗିରଫ କରିବା ଦ୍ବାରା ପୋଲିସର କାର୍ଯ୍ୟକଳାପ ମଧ୍ଯ ସନ୍ଦେହ ଘେରକୁ ଆସିଛି । ସବୁ ତଥ୍ଯ ପଦାକୁ ଆସିବା ଦରକାର ବୋଲି ସେ କହିଛନ୍ତି । ଏଥିରେ ଘଣ୍ଟ ଘୋଡାଇବାକୁ ଚେଷ୍ଟା କଲେ ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ।''
ଏହା ମଧ୍ୟ ପଢନ୍ତୁ: ଭିଡିଓ କନଫରେନ୍ସରେ ହାଜର ହେଲେ ବ୍ଲାକମେଲର ଅର୍ଚ୍ଚନା, ଚାଲିଛି ଜାମିନ୍ ଆବେଦନର ଶୁଣାଣି
ମାୟାବିନୀ ଅର୍ଚ୍ଚନା ନାଗଙ୍କ ମାୟାଜାଲରେ ରାଜ୍ୟ ରାଜନୀତିର ଅଧାରୁ ଅଧିକ ନେତା ଫସିଥିବା କୁହାଯାଉଛି । ଏହି ରାକେଟ ସହ ସରକାରୀ ଦଳର ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ରହିଥିବା ଆଜି ଅଭିଯୋଗ ଆଣିଥିଲା ବିଜେପି ମହିଳା ମୋର୍ଚ୍ଚା । ବିଜେପି ଅଭିଯୋଗ କରିଛି, ''ତରବରିଆ ଭାବେ ଅର୍ଚ୍ଚନା ନାଗଙ୍କୁ ଗିରଫ କରାଯାଇଛି । ପୋଲିସ ଏତେ ତତ୍ପର ହେଲା କେମିତି ତାହା ଆଶ୍ଚର୍ଯ୍ୟ ଲାଗୁଛି । ଏହି ସେକ୍ସ ସ୍କାଣ୍ଡାଲରେ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ରହିଛି । ସେମାନଙ୍କ ନାଁ ସ୍ପଷ୍ଟ କରୁନି ପୋଲିସ । ଏଥିରେ ସମ୍ପୃକ୍ତ ନେତା, ମନ୍ତ୍ରୀଙ୍କ ନାଁ ତୁରନ୍ତ ସ୍ପଷ୍ଟ କରନ୍ତୁ । କେଉଁ ପ୍ରଭାବଶାଳୀ ନେତାମାନେ ଏହି ଘଟଣାରେ ଜଡିତ ଅଛନ୍ତି ତାହା ସ୍ପଷ୍ଟ ହେବା ଦରକାର ।'' ତେଣୁ ମାମଲାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି କହିଥିଲା ବିଜେପି ମହିଳା ମୋର୍ଚ୍ଚା ।
ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନାଙ୍କ ଓକିଲ ହେଲେ ଦେବାଶିଷ, ଭିଡି଼ଓ କନଫେରନ୍ସଂରେ ଓକିଲ ଚୟନ କଲେ ଅର୍ଚ୍ଚନା
ତେବେ ଅର୍ଚ୍ଚନା ନାଗ ଏବେ ଜେଲରେ ଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନେକ ନେତା ଓ ମନ୍ତ୍ରୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ବିଜେପି ନେତା କନକବର୍ଦ୍ଧନ ସିଂହଦେଓ, ବିଜେପି ସାଂସଦ ଜୁଏଲ ଓରାମ, ପୂର୍ବତ୍ତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହିତ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ ହୋଇଛି । ଏହାକୁ ନେଇ ରାଜନୀତି ସରଗରମ ହୋଇଛି ।
ଇଟିଭି ଭାରତ, ଯାଜପୁର