ETV Bharat / state

କୋଭିଡ କଟକଣା ସହ ଶେଷହେଲା ଯାଜପୁରରେ ମା' କାଳୀଙ୍କ ଭସାଣ ଉତ୍ସବ - maa kali

ଶେଷ ହେଲା ଯାଜପୁରର ଗଣପର୍ବ କାଳୀପୂଜା। ଆଜି(ମଙ୍ଗଳବାର) ଯାଜପୁର ଟାଉନ ଓ ବ୍ୟାସନଗର ସହରରେ ମା' କାଳୀଙ୍କ ଭସାଣ ଉତ୍ସବ ସୁରୁଖୁରରେ ଶେଷ ହୋଇଛି । ଅଧିକ ପଢ଼ନ୍ତୁ...

କୋଭିଡ କଟକଣା ସହ ଶେଷହେଲା ଯାଜପୁରରେ ମା' କାଳୀଙ୍କ ଭଷାଣ ଉତ୍ସବ

author img

By

Published : Nov 18, 2020, 8:26 PM IST

ଯାଜପୁର: ଶେଷ ହେଲା ଯାଜପୁରର ଗଣପର୍ବ କାଳୀପୂଜା । ଆଜି(ମଙ୍ଗଳବାର) ଯାଜପୁର ଟାଉନ ଓ ବ୍ୟାସନଗର ସହରରେ ମା' କାଳୀଙ୍କ ଭସାଣ ଉତ୍ସବ ସୁରୁଖୁରରେ ଶେଷ ହୋଇଛି। ସମ୍ପୂର୍ଣ୍ଣ ନିରାଡମ୍ବର ଭାବରେ ମା'ଙ୍କ ଭସାଣ ଉତ୍ସବ କରାଯାଇଛି। ମା' କାଳୀଙ୍କ ମେଲାଣୀ ପାଇଁ ବ୍ୟାସନଗର ପୌରପ୍ରଶାସନ ପକ୍ଷରୁ ପଥର ଛଇରେ ଏକ କୁତ୍ରିମ ପୋଖରୀ ଖୋଳା ଯାଇଛି । ସେହି ସ୍ଥାନରେ ବ୍ୟାସନଗର ଅଞ୍ଚଳର ସମସ୍ତ ମୃଣ୍ମୟୀ ମୂର୍ତ୍ତିକୁ ଭସାଣ କରାଯାଇଥିଲା।

କୋଭିଡ କଟକଣା ସହ ଶେଷହେଲା ଯାଜପୁରରେ ମା' କାଳୀଙ୍କ ଭଷାଣ ଉତ୍ସବ

ଚଳିତ ବର୍ଷ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ସମସ୍ତ ପୂଜା ନିରାଡ଼ମ୍ବର ଭାବରେ କରାଯାଇଛି। ସେହିଭଳି ଭସାଣ ଉତ୍ସବରେ ମଧ୍ୟ କଟକଣା ଜାରି କରିଥିଲା। ଏଥିପାଇଁ ଚଳିତ ବର୍ଷ ଯାଜପୁରରେ ଭସାଣ ଉତ୍ସବ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି। ବ୍ୟାସନଗର ଭଳି ଯାଜପୁର ଟାଉନରେ ମଧ୍ୟ ମା' କାଳୀଙ୍କୁ ମେଲାଣି ଦିଆଯାଇଛି । କେବଳ ଘଣ୍ଟ ଘଣ୍ଟୁଆଙ୍କୁ ନେଇ ମା'ଙ୍କ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଛି । ଯାଜପୁର ଟାଉନର ବୈତରଣୀ ନଦୀ ପଠାରେ ପୌରପରିଷଦ ପକ୍ଷରୁ କୃତ୍ରିମ ପୋଖରୀ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.