ଯାଜପୁର: ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀ ମନରେ ଥିଲା ଦୁଃଖ । ଚାଷ ଜମିରେ ପାଣି ନଥିବା ଯୋଗୁଁ ଚାଷ କାମ ଆଗେଇ ପାରୁନଥିଲା । ମାତ୍ର ବଙ୍ଗୋଫସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଗତ ଦୁଇଦିନ ଧରି ଜିଲ୍ଲାରେ ଭଲ ପରିମାଣରେ ବର୍ଷା ହୋଇଛି । ଫଳରେ ବର୍ଷା ଅପେକ୍ଷାରେ ଥିବା ଚାଷୀକୂଳଙ୍କ ମନରେ ଖୁସି ଦେଖିବାକୁ ମିଳିଛି ।
ଆଜି ଠାରୁ ଯାଜପୁର ଜିଲ୍ଲାର ଚାଷୀମାନେ ଆରମ୍ଭ କରିଛନ୍ତି ଧାନ ରୁଆ ଓ ପୋତା କାମ । ଯଦି ଏପରି ଆଉ ଦୁଇ ତିନି ଥର ବର୍ଷା ହେବ, ଧାନ ଚାଷରେ କୌଣସି କ୍ଷତି ହେବନାହିଁ ବୋଲି ଚାଷୀମାନେ କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ