ଯାଜପୁର: ଜିଲ୍ଲାରେ ମୌସୁମୀ ଜନିତ ବର୍ଷା ନଥିବାରୁ ଚାଷୀ କୂଳ ହତାଶ ହୋଇପଡିଛନ୍ତି । ଚାଷଜମି ପାଟି ଆଁ କଲାଣି। ବର୍ତ୍ତମାନ ରୁଆ ପୋତା କାମ ଜୋରସୋରରେ ହେବା କଥା । କିନ୍ତୁ ଏ ପର୍ଯ୍ୟନ୍ତ ବହୁ ସ୍ଥାନରେ ଆରମ୍ଭ ହୋଇପାରିନି କାମ ।
ବିଂଝାରପୁର ଅଂଚଳରେ ଚାଷୀମାନେ କେବଳ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି କିନ୍ତୁ ଚଳିତ ବର୍ଷ ଆଶାନୁରୁପ ବର୍ଷା ହୋଇନଥିବାରୁ ଚାଷୀ କୂଳ ବେଶ ଚିନ୍ତାରେ ଅଛନ୍ତି । କେତେକ ଚାଷୀ ମଟର ଲଗାଇ ପାଖ ଜମିରେ ପାଣି ମଡାଉଛନ୍ତି । ଆଗାମୀ ଦିନ ଦୁଇ ଦିନ ମଧ୍ୟରେ ବର୍ଷା ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି କୁହାଯାଉଛି । ସେପଟେ କୃଷି ବିଭାଗ ମଧ୍ୟ ଚାଷୀଙ୍କ ସମସ୍ୟା ନେଇ ଚିନ୍ତା ପ୍ରକଟ କରିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ