ETV Bharat / state

ପ୍ରେମ ପ୍ରତାରଣା ଧୋକା ଅଭିଯୋଗ, ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ପୀଡିତା

ଲଭ ସେକ୍ସ ଓ ଧୋକା ଘଟଣାରେ ନ୍ୟାୟ ପାଇଁ ଏସପିଙ୍କୁ ଭେଟି ଯୁବକଙ୍କ ବିରୋଧରେ ଫେରାଦ ଦେଲେ ପୀଡିତା । ଅଧିକ ପଢନ୍ତୁ...

ପ୍ରେମ ପ୍ରତାରଣା ଧୋକା ଅଭିଯୋଗ, ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ପୀଡିତା
ପ୍ରେମ ପ୍ରତାରଣା ଧୋକା ଅଭିଯୋଗ, ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ପୀଡିତା
author img

By

Published : Sep 29, 2021, 3:48 PM IST

ଯାଜପୁର: ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବଡଚଣା ଅଞ୍ଚଳରେ ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ ଓ ଶେଷରେ ଯୁବତୀ ଜଣକୁ ଧୋକା ଦେବା ଦେବା ଘଟଣାରେ ଜିଲ୍ଲା ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତା ଜଣକ । ସୂଚନାନୁସାରେ ବଡଚଣା ଥାନା ଅଧିନ ବନ୍ତଳା ଗ୍ରାମର ଯୁବକ ସମ୍ବିତ ସାମଲ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଏବେ ଯୁବତୀ ଜଣକ ଗର୍ଭବତୀ ଥିବା ଜଣାପଡିଛି ।

ପ୍ରେମ ପ୍ରତାରଣା ଧୋକା ଅଭିଯୋଗ, ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ପୀଡିତା

ତେବେ ଯୁବତୀ ଜଣକ ଗର୍ଭବତୀ ହେବା ଜାଣିବା ପରେ ବିବାହ ପାଇଁ ସମ୍ବିତକୁ କହିଥିଲେ । କିନ୍ତୁ ସମ୍ବିତ ବିବାହ କରିବାକୁ ମନା କରିଦେବା ସହ କୁଆଡେ ଫେରାର ହୋଇଯାଇଛନ୍ତି । ଆଉ ଏ ସଂପର୍କରେ ଉଭୟ ପରିବାର ଲୋକେ ମଧ୍ୟ ଜାଣିଛନ୍ତି ।

ତେବେ ଶେଷରେ ବିବାହର ପ୍ରତିଶ୍ରୁତି ପାଇ ଶେଷରେ ନିରାଶ ହେବା ପରେ ପୀଡିତା ଜଣକ ବଡଚଣା ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ଆଜି (ବୁଧବାର) ପାଣିକୋଇଲିସ୍ଥିତ ପୋଲିସ ମୁଖ୍ୟାଳୟରେ ଏସପି ରାହୁଲ ପି.ଆରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.