ଯାଜପୁର: ସଟର ଭାଙ୍ଗି ଅଳଙ୍କାର ଦୋକାନରୁ ଲୁଟ୍ । ଯାଜପୁର କୁଆଖିଆ ଥାନା ମଧୁବନ ହାଟ ସ୍ଥିତ ଏକ ଅଳଙ୍କାର ଦୋକାନରୁ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ସ୍ବସ୍ତିକ ଜୁଏଲର୍ସ ନାମକ ଏକ ଜୁଏଲାରୀ ସପ୍ ର ସଟର କାଟି ଚୋରମାନେ ଲକ୍ଷାଧିକ ଟଙ୍କାର ସୁନା ଓ ଅଳଙ୍କାର ଲୁଟି ନେଇଛନ୍ତି ।
ଏସମ୍ପର୍କରେ ଦୋକାନ ମାଲିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେଠାରେ ପହଞ୍ଚି ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ତଦନ୍ତ ଚଳାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ