ETV Bharat / state

ଗୁରୁବାର ଠାରୁ ଯାଜପୁରରେ କର୍ଫ୍ୟୁ କଡାକଡି

author img

By

Published : Mar 25, 2020, 5:58 PM IST

ଗୁରୁବାର ଠାରୁ ଯାଜପୁରରେ କର୍ଫ୍ୟୁ କଡାକଡି ପାଳନ ପାଇଁ ଯାଜପୁର ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଯାଜପୁର ଜିଲ୍ଲାପାଳ
ଯାଜପୁର ଜିଲ୍ଲାପାଳ

ଯାଜପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ଲକଡାଉନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହି ନିର୍ଦ୍ଦେଶକୁ ଲୋକେ ଠିକ ଭାବେ ପାଳନ କରୁନଥିବା ଦେଖିବାକୁ ମିଳିଛି । ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ବାହାନା ଦେଖାଇ ଅଯଥା ରାସ୍ତା ଘାଟରେ ଭିଡ କରୁଛନ୍ତି । ଫଳରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ରହିଛି ।

ଗୁରୁବାର ଠାରୁ ଯାଜପୁରରେ କର୍ଫ୍ୟୁ କଡାକଡା

ସେଥିପାଇଁ ଆସନ୍ତାକାଲି(ଗୁରୁବାର) ଠାରୁ ଯାଜପୁର ଜିଲାରେ କର୍ଫ୍ୟୁ ଭଳି ନିୟମ କଡାକଡି କରାଯିବ ବୋଲି ଯାଜପୁର ଜିଲାପାଳ ଘୋଷଣା କରିଛନ୍ତି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସକାଳ ୭ ଟାରୁ ୯ ଟା ଏବଂ ସଂଧ୍ୟା ୩ ଟାରୁ ୫ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସମୟରେ ହିଁ ଲୋକେ ବାହାରକୁ ବାହାରି ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ । ଅନ୍ୟ ସମୟରେ ଆଇନ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସ୍ପଷ୍ଟ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.