ETV Bharat / state

ଯାଜପୁରରେ ଲକ୍‌ଡାଉନ୍‌ ଜୋରଦାର: ରାତିରେ ରାସ୍ତାକୁ ଓହ୍ଲାଇ ସ୍ଥିତି ପରଖିଲେ ଜିଲ୍ଲାପାଳ - କୋରୋନା ଭାଇରସ ଅପଡେଟ୍‌

ଯାଜପୁରରେ ଲକ୍‌ଡାଉନ୍କୁ‌ ଜୋରଦାର କରିବା ପାଇଁ ରାତିରେ ରାସ୍ତାକୁ ଓହ୍ଲାଇଛନ୍ତି ଜିଲ୍ଲାପାଳ । ହାତରେ ବାଡି ଧରି ଆଇନ ଉଲଙ୍ଘନକାରୀଙ୍କୁ ମଧ୍ୟ ସାବାଡ କରିଛନ୍ତି ଜିଲ୍ଲାପାଳ ରଞ୍ଜନ ଦାସ ।

Lockdown in Jajpur
ଯାଜପୁରରେ ଲକ୍‌ଡାଉନ୍‌ ଜୋରଦାର: ରାତିରେ ରାସ୍ତାକୁ ଓହ୍ଲାଇ ସ୍ଥିତି ପରଖିଲେ ଜିଲ୍ଲାପାଳ
author img

By

Published : Mar 25, 2020, 9:29 AM IST

Updated : Mar 25, 2020, 9:37 AM IST

ଯାଜପୁର: ଲକ୍‌ଡାଉନ୍କୁ‌ ଜୋରଦାର କରିବା ପାଇଁ ରାତିରେ ରାସ୍ତାକୁ ଓହ୍ଲାଇଛନ୍ତି ଯାଜପୁର ଜିଲ୍ଲାପାଳ । ହାତରେ ବାଡି ଧରି ଆଇନ ଉଲଙ୍ଘନକାରୀଙ୍କୁ ମଧ୍ୟ ସାବାଡ କରିଛନ୍ତି ଜିଲ୍ଲାପାଳ ରଞ୍ଜନ ଦାସ ।

ଯାଜପୁରରେ ଲକ୍‌ଡାଉନ୍‌ ଜୋରଦାର: ରାତିରେ ରାସ୍ତାକୁ ଓହ୍ଲାଇ ସ୍ଥିତି ପରଖିଲେ ଜିଲ୍ଲାପାଳ

ସାରା ଜିଲ୍ଲାରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଅନେକ ଲୋକ ଛକ ବଜାରରେ ଅଯଥା ଗହଳି କରି କୋରୋନା ସଂକ୍ରମଣକୁ ବଢାଉଥିବା ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଯାଜପୁର ସହରର ଗାନ୍ଧିଛକ, ବାଳାଶ୍ରମ ପଡିଆ, ଗରିଆପୁର,ତ୍ରିଲୋଚନେଶ୍ବର ମନ୍ଦିର, ସାନ ବଜାର ଅଞ୍ଚଳରେ ପହଞ୍ଚି ଅଯଥା ଗହଳି ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସାବାଡ କରିଛନ୍ତି ।

ସେହିପରି ଘର ଛାଡି ପଦାକୁ ଆସୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି । ଆସନ୍ତାକାଲି ଠାରୁ ସହରରେ କୌଣସି ମଟର ସାଇକେଲ ଚଳାଚଳ କରିବ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ହେଲେ ଚାଲି ଚାଲି ଆସିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ସୂଚନାଥାଉକି, ଲକ୍‌ଡାଉନ୍‌ ନିୟମ ଭଙ୍ଗ କରିବା ଅଭିଯୋଗରେ ଜିଲ୍ଲାର 28 ଜଣଙ୍କ ବିରୋଧରେ ଆଜି ଫୌଜଦାରି ମୋକଦ୍ଦମା ରୁଜୁ ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Mar 25, 2020, 9:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.