ETV Bharat / state

ଅସ୍ବାସ୍ଥ୍ୟକର ପରିବେଶରେ ପଡିରହିଛନ୍ତି 60ରୁ ଉର୍ଦ୍ଧ ଅସହାୟ ଓ ନିରାଶ୍ରୟ - ଯାଜପୁର 60ରୁ ଉର୍ଦ୍ଧ ଅସହାୟ ଓ ନିରାଶ୍ରୟ

ଯାଜପୁର ବ୍ୟାସନଗର ସହରର ପ୍ରମୁଖ ଅଞ୍ଚଳ ବସଷ୍ଟାଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଅସ୍ବାସ୍ଥ୍ୟକର ପରିବେଶରେ ପଡି ରହିଛନ୍ତି 60ରୁ ଉର୍ଦ୍ଧ ଅସହାୟ ଓ ନିରାଶ୍ରୟ ପୁରୁଷ-ମହିଳା । ଏମାନଙ୍କ ଉପରେ ପଡୁନି ଜିଲ୍ଲା ପ୍ରଶାସନର ନଜର ।

lockdown-affected-foothpath-distress-people-in-jajpur
ଅସ୍ବାସ୍ଥ୍ୟକର ପରିବେଶରେ ପଡିରହିଛନ୍ତି 60ରୁ ଉର୍ଦ୍ଧ ଅସହାୟ ଓ ନିରାଶ୍ରୟ
author img

By

Published : Mar 27, 2020, 5:47 PM IST

ଯାଜପୁର: କୋରୋନା ପାଇଁ ଚାରିଆଡେ କଡା କଟକଣା । ଲକଡାଉନ୍ ଯୋଗୁଁ ବାହାରକୁ ବାହାରିବା ମନା । ହେଲେ ଏମିତି କିଛି ହୃଦୟ ବିଦାରକ ଦୃଶ୍ୟ । ଯାଜପୁର ବ୍ୟାସନଗର ସହରର ପ୍ରମୁଖ ଅଞ୍ଚଳ ଭାବେ ପରିଚିତ ଷ୍ଟେସନ ବଜାର ଓ ବସଷ୍ଟାଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏମିତି କିଛି ଅଭାବନୀୟ ଦୃଶ୍ୟ । ଅସ୍ବାସ୍ଥ୍ୟକର ପରିବେଶରେ ପଡି ରହିଛନ୍ତି 60ରୁ ଉର୍ଦ୍ଧ ଅସହାୟ ଓ ନିରାଶ୍ରୟ ପୁରୁଷ-ମହିଳା । କଟକଣା ଯୋଗୁଁ କେଉଁଆଡେ ଯାଆଆସ କରିନପାରି ଫୁଟପାଥରେ କିମ୍ବା ଦୋକାନ ବାରଣ୍ଡାରେ ଦୀର୍ଘ 4ଦିନ ଧରି ଭୋକଉପାସରେ ପଡିରହିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି କିଛି ଭିକ୍ଷୁକ, କିଛି ଦିନ ମଜୁରିଆ ଓ ଆଉ କିଛି ମାନସିକ ବିକୃତ ମଣିଷ । ତେବେ କୋରୋନା ଭୟ ବି ଏମାନଙ୍କୁ ଗ୍ରାସ କରିଛି । ହେଲେ ଏମାନଙ୍କ ଉପରେ ନଜର ପଡୁନି ପ୍ରଶାସନର ।

ଅସ୍ବାସ୍ଥ୍ୟକର ପରିବେଶରେ ପଡିରହିଛନ୍ତି 60ରୁ ଉର୍ଦ୍ଧ ଅସହାୟ ଓ ନିରାଶ୍ରୟ

ଯାଜପୁର ରୋଡ ବା ବ୍ୟାସନଗର ସହରର ପ୍ରମୁଖ ଅଞ୍ଚଳ ଭାବେ ପରିଚିତ ଷ୍ଟେସନବଜାର ଓ ବସଷ୍ଟାଣ୍ଡ ଇଲାକା । କୋରୋନା ପାଇଁ ଚାରିଆଡେ କଡା କଟକଣା ଲାଗୁ ହୋଇଥିବା ବେଳେ କିଭଳି ଅସ୍ବାସ୍ଥ୍ୟକର ପରିବେଶରେ ଏଣେ ତେଣେ ହୋଇ ପଡିରହିଛନ୍ତି 60ରୁ ଉର୍ଦ୍ଧ ଅସହାୟ ଓ ନିରାଶ୍ରୟ । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି କିଛି ଭିକାରୀ, ଦିନ ମଜୁରିଆ ଓ ମାନସିକ ବିକୃତ ମଣିଷ । ପ୍ରାୟ ଅଧିକାଂଶଙ୍କର ନିର୍ଦ୍ଧିଷ୍ଟ ଠିକଣା ବି ନାହିଁ । କଡା କଟକଣା ଯୋଗୁଁ ଏମାନେ କେଉଁଆଡେ ବି ଯିବାଆସିବା କରିପାରୁନାହାନ୍ତି । ଗାଡିଘୋଡା ବନ୍ଦ ତା ସହିତ ହୋଟେଲ୍ ଓ ଦୋକାନ ବଜାର ବି ବନ୍ଦ । ଫଳରେ ଏମାନଙ୍କୁ ଖାଇବାକୁ ଗଣ୍ଡେ ବି ମିଳୁନି । ଫୁଟପାଥ କଡରେ କିମ୍ବା ଦୋକାନ ବାରଣ୍ଡାରେ ଅତି ଦୁର୍ବିସହ ଜୀବନ ବିତାଉଛନ୍ତି ଏହି ଅସହାୟ ନିରାଶ୍ରୟ ମଣିଷ । କୋରୋନା ପାଇଁ ଚାରିଆଡେ ଲକଡାଉନ ହୋଇଥିବା ବେଳେ ଏମାନଙ୍କୁ ପାଣି ମୁନ୍ଦାଏ ବି ମିଳିବା କଷ୍ଟକର ହୋଇପଡିଛି ।

ଜନତା କର୍ଫ୍ୟୁ ପରେ ଏବେ ଲାଗୁ ହୋଇଛି ଲକଡାଉନ୍ । ଲକଡାଉନ୍ ଯୋଗୁଁ ସାରା ସହର ଏବେ ଶୂନଶାନ୍ ଓ ସ୍ତବ୍ଧ । ହେଲେ ଏମାନେ କିନ୍ତୁ କାନ୍ଦି କାନ୍ଦି ଦିନ ସରୁନି । ରାତି ହେଲେ ଦୁଃଖ ଆହୁରି ବଢିଯାଉଛି । କଣ ଖାଇବେ କେମିତି ବଞ୍ଚିବେ କେବଳ ସେହି ଚିନ୍ତା ହିଁ ଏମାନଙ୍କୁ ଘାରିଛି ତେବେ କିଛି ସ୍ବେଚ୍ଛାସେବୀ ସଂଗଠନଙ୍କ ଯୋଗୁଁ ମୁଠେ ଖାଇବାକୁ ମିଳୁଥିବା ସେମାନେ କହିଛନ୍ତି। ଏଥି ସହିତ ସରକାର ଏମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ସ୍ବେଚ୍ଛାସେବୀ ସଂଗଠନ ମାନେ ଦାବି କରିଛନ୍ତି । ପ୍ରାୟ 6ଦିନ ହେବ ଭୋକଉପାସରେ ଦିନ ବିତାଇଲେଣି ଏହି ଅସହାୟ ଓ ନିରାଶ୍ରୟ ମଣିଷ ମାନେ । ଯେଉଁମାନଙ୍କୁ କୋରୋନା ଭୟ ବି ଘାରିଛି । ଫୁଙ୍ଗୁଳା ଦେହରେ ଖୋଲା ଆକାଶ ତଳେ ରାସ୍ତା କଡରେ ପଡିରହିଥିବା ଥିବା ଏହି ଅସହାୟଙ୍କୁ ଉପଯୁକ୍ତ ଥଇଥାନ ପ୍ରଦାନ କରିବା ସହିତ କୋରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ମାସ୍କ କିମ୍ବା ସାନିଟାଇଜର ଆଦି ଯୋଗାଇଦେବାକୁ ଆପତ୍ତି କରିଛନ୍ତି ସ୍ବେଚ୍ଛାସେବୀ ।

ତେବେ ଦୁଃଖ ଆଉ ପରିତାପର ବିଷୟ ଏମାନଙ୍କ ପ୍ରତି ପ୍ରଶାସନର ନଜର ମଧ୍ୟ ପଡୁନି । ତେବେ ଏ ସମ୍ପର୍କରେ ସ୍ଥାନୀୟ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚରିବାରୁ ସେ କହିଲେ ଅସ୍ଥାୟୀ ଭାବେ ସେମାନଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି । କୋରୋନା କଟକଣାକୁ ଏମାନେ ମଧ୍ୟ ପାଳିବାକୁ ପ୍ରସ୍ତୁତ । ହେଲେ ଦୁଃଖ ଏତିକି ଏମାନେ ବଞ୍ଚିବେ କେମିତି । ଖାଇବେ କଣ ଆଉ ରହିବେ କେଉଁଠି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏଭଳି ନିରାଶ୍ରୟ ମାନଙ୍କ ପ୍ରତି ଦୃଷ୍ଟି ଦେବା ଜରୁରୀ ଅଟେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.