ETV Bharat / state

ଅହେତୁକ ହୋଲଡିଂ ଟ୍ୟାକ୍ସ ବୃଦ୍ଧି ନେଇ ଅସନ୍ତୋଷ

author img

By

Published : Jan 26, 2023, 11:15 AM IST

ହୋଲଡିଂ ଟ୍ୟାକ୍ସ ବୃଦ୍ଧି ନେଇ ଅସନ୍ତୋଷ । ଘର ଟିକସ ଆଶାତୀତ ବୃଦ୍ଧି ହେବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଅଧିକ ପଢ଼ନ୍ତୁ

holding tax hike
ହୋଲଡିଂ ଟ୍ୟାକ୍ସ ବୃଦ୍ଧି
ହୋଲଡିଂ ଟ୍ୟାକ୍ସ ବୃଦ୍ଧି

ଯାଜପୁର: ଅହେତୁକ ହୋଲଡିଂ ଟ୍ୟାକ୍ସ ବୃଦ୍ଧି ନେଇ ଅସନ୍ତୋଷ । ହଠାତ୍ ଘର ଟିକସ ଆଶାତୀତ ବୃଦ୍ଧି ହେବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଯାଜପୁରର ଜିଲ୍ଲା ବ୍ୟାସନଗର ସହରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏଠାରେ ସହରର ଲୋକସଂଖ୍ୟା ବୃଦ୍ଧି ପାଇ ଏବେ ଏହା ଲକ୍ଷେ ଟପିବାକୁ ବସିଲାଣି । ସହରରେ କୋଠାବାଡ଼ି ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି । ଏହି ପୌରାଞ୍ଚଳରେ ବାଣିଜ୍ୟ ବ୍ୟବସାୟ ଓ ଶିଳ୍ପକୁ ଭିତ୍ତିକରି ସହରରେ ଗଢିଉଠିଛି ମାଳମାଳ କୋଠାଘର । ଗଢିଉଠିଛି ଛୋଟବଡ ହୋଟେଲ, ଲଜ୍, ମଣ୍ଡପ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ।

ତେବେ ହଠାତ୍ ଘର ଟିକସ ଆଶାତୀତ ବୃଦ୍ଧି ହେବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଘରଟିକସକୁ ମନଇଚ୍ଛା 10 ପ୍ରତିଶତରୁ ଆରମ୍ଭ କରି 200 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ କାଉନସିଲର । ଚଳିତ ବର୍ଷ ଘରଟିକସ ଆଦାୟ ପାଇଁ 1 କୋଟି 10ଲକ୍ଷ ଟଙ୍କା ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ବର୍ତ୍ତମାନ ସୁଦ୍ଧା 65 ଲକ୍ଷ 17 ହଜାର ଟଙ୍କା ଆଦାୟ ହୋଇଥିବା ଜଣାପଡିଛି । ତୁରନ୍ତ ଏହାର ଟିକସ ବୃଦ୍ଧି ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦିଆଯାଇଛି ।

ଯାଜପୁରର ଜିଲ୍ଲା ବ୍ୟାସନଗର ସହରରେ କ୍ରମଶଃ ଧୀରେ ଧୀରେ ଜନସଂଖ୍ୟା ବଢିବାରେ ଲାଗିଛି । ସହରରେ ଯେତିକି ସ୍ଥାୟୀ ଲୋକ ବସବାସ କରୁଛନ୍ତି ତା ଠୁ ଅଧିକ ହେଉଛନ୍ତି ଭଡାରେ ରହୁଥିବା ଲୋକ। ଏପରିସ୍ଥଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ସର୍ଭେ କରାଯାଇ ଘରଟିକସକୁ ଆଶାତୀତ ଭାବେ ବୃଦ୍ଧି କରାଯାଇଛି । ତେବେ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଅବସ୍ଥିତିକୁ ନଜର ନକରି ମନଇଚ୍ଛା ନଗର ଉନ୍ନୟନ ବିଭାଗ ପକ୍ଷରୁ ଘର ଟିକସ ବୃଦ୍ଧି କରାଯାଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ନିକଟରେ ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଘର ଟିକସ ବୃଦ୍ଧି ପାଇଁ ମୂଲ୍ୟାଙ୍କନ କରାଯାଇଥିଲା । ଏଥିପାଇଁ ପୌର କର୍ମଚାରୀଙ୍କୁ ବିନିଯୋଗ ନକରି ବିଭାଗ ଦ୍ବାରା ପୌରସଂସ୍ଥାର ଅନୁଦାନରୁ ପ୍ରାୟ ୧୨ ଲକ୍ଷ ଟଙ୍କା ଅସୁଲ କରାଯାଇ ଏହି ସର୍ଭେ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ପ୍ରତି 5ବର୍ଷରେ ଘରଟିକସ ମୂଲ୍ୟାଙ୍କନ କରିବାର ନିୟମ ଥିଲେ ହେଁ ଯାଜପୁର ପୌରପାଳିକାରେ 20ବର୍ଷରୁ ଊର୍ଦ୍ଧ୍ବକାଳ ଧରି କୌଣସି ମୂଲ୍ୟାଙ୍କନ କରାଯାଇନାହିଁ ।

ତେବେ ବ୍ୟାସନଗର ପୌରାଞ୍ଚଳରେ ଦୀର୍ଘ ୧୧ ବର୍ଷ ପରେ ଘର ଟିକସ ମୂଲ୍ୟାଙ୍କନ କରାଯାଇ ଆଶାତୀତ ବୃଦ୍ଧି କରାଯାଇଛି । ଏହି କ୍ଷେତ୍ରରେ ପାତରଅନ୍ତର ନୀତି ଆପଣାଇ ଥିବା ଅଭିଯୋଗ କରିଛନ୍ତି ସହରବାସୀ । ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ପୌରପରିଷଦର ସର୍ଭେ ଓ ପରିସଂଖ୍ୟନ ରିପୋର୍ଟରୁ ଯାହା ଜଣାଯାଏ, ଏଠାରେ 2021-22 ଆର୍ଥିକ ବର୍ଷ ଶେଷ ସୁଦ୍ଧା ଘର ସଂଖ୍ୟା ଥିଲା 7297 ଥିବା ବେଳେ ନୂତନ ସର୍ଭେ ରିପୋର୍ଟ ଅନୁଯାୟୀ ଏହା 9753କୁ ବୃଦ୍ଧି ପାଇଛି । ସେପଟେ ଏହାକୁ ନେଇ ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ କହିଲେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ନିଷ୍ପତ୍ତି ଅନୁଯାୟୀ ପଦକ୍ଷପ ନିଆଯିବ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.