ETV Bharat / state

ବେଆଇନ କୋଇଲା ପରିବହନ ଯୋଗୁଁ ବ୍ୟାପକ ପ୍ରଦୂଷଣ ! ବନ୍ଦ ପାଇଁ ଅଣ୍ଟା ଭିଡିଲେ ଟମକା ଗ୍ରାମବାସୀ

author img

By

Published : Dec 21, 2022, 7:32 PM IST

ବନ୍ଦ ହେଉନି ବେଆଇନ କୋଇଲା ପରିବହନ । ଏନେଇ ବାରମ୍ବାର ଅଭିଯୋଗ ସତ୍ବେ ଶୁଣିନି ପ୍ରଶାସନ । ଯାହାକୁ ନେଇ ବିବାଦ ଉପୁଜିବାରେ ଲାଗିଛି । ଅଧିକ ପଢ଼ନ୍ତୁ

coal transportation in Jajpur
illegal coal transportation
illegal coal transportation

ଯାଜପୁର : ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଟମକା ଅଞ୍ଚଳରେ ଚାଲିଛି ବେଆଇନ ଭାବେ କୋଇଲା ପରିବହନ । ଏନେଇ ଦେଖା ଦେଇଛି ବିବାଦ । ଟମକା ସ୍ଥିତ ରେଲୱେ ସାଇଡିଂକୁ ହେଉଥିବା କୋଇଲା ପରିବହନ ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଖାଲି ସେତିକି ନୁହେଁ ଏହି କୋଇଲା ପରିବହନ ହେଉଥିବାରୁ ଗମନାଗମନରେ ସମସ୍ୟା ଉପୁଜୁଛି । ସୃଷ୍ଟି ହେଉଛି ବ୍ୟାପକ ପ୍ରଦୂଷଣ । ତେଣୁ ଏହି ଅଞ୍ଚଳରୁ କୋଇଲା ପରିବହନ ବନ୍ଦ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଟମକା ଗ୍ରାମବାସୀ। ସେପଟେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଦୂଷଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ।

ଦାନଗଦୀ ବ୍ଲକରେ କୋଇଲା ପରିବହନ ଯୋଗୁଁ ଆଖପାଖ ଅଞ୍ଚଳର ପ୍ରାୟ ୮ଟି ପଞ୍ଚାୟତର ପାଖାପାଖି 30ହଜାରରୁ ଊର୍ଦ୍ଧ୍ବ ଲୋକେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିପରି ଗାଁ ରାସ୍ତାରେ ଦୈନିକ କୋଇଲା ବୋଝେଇ ଭାରିଯାନ ଚଳାଚଳ କରିବା ଯୋଗୁଁ ରାସ୍ତାଘାଟରେ ମଧ୍ୟ ଗର୍ତ୍ତମାନ ସୃଷ୍ଟି ହେଲାଣି ।

ଫଳରେ ସାଧାରଣ ଲୋକଙ୍କ ସମେତ ସ୍କୁଲ କଲେଜ ଯାଉଥିବା ଛାତ୍ରଛାତ୍ରୀ ଯାତାୟାତ ସମୟରେ ଅସୁବିଧା ଭୋଗୁଛନ୍ତି । ଏଥିସହିତ ଚାଷଜମି ଓ ଜଳଉତ୍ସ ଗୁଡିକ ଉପରେ ଆଣ୍ଠୁଏ ବହଳର ଧୂଳି ବସୁଛି । ତେଣୁ ଚାଷୀ ଚାଷ କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ ।

ପ୍ରଦୂଷଣ ଯୋଗୁଁ ଅନେକ ସମୟରେ ଲୋକେ ନାନା ରୋଗର ମଧ୍ୟ ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଏଣୁ ତୁରନ୍ତ ରେଲୱେ ସାଇଡିଂକୁ କୋଇଲା ପରିବହନ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେହିପରି କୋଇଲା ପରିବହନ ଯୋଗୁଁ ସାରା ଅଞ୍ଚଳରେ କୋଇଲା ଗୁଣ୍ଡ ଉଡୁଛି ।

ସେହିଭଳି ଶବ୍ଦ ପ୍ରଦୂଷଣ, ପିଲାଙ୍କ ପାଠ ପଢାରେ କ୍ଷତି, ଚାଷ, ଜଳ ଆଦି ଦୂଷିତ ହେଉଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିବା ସହ କୋଇଲା ଟ୍ରକର ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଗତ କିଛିଦିନ ତଳେ ସ୍ଥାନୀୟ ଅଞ୍ଚଳର ୮ଟି ଗ୍ରାମ ପଞ୍ଚାୟତର ଶତାଧିକ ଲୋକେ ମେଳି ହୋଇ ଏହାକୁ ବିରୋଧ କରିଥିଲେ।

ଯଥାଶୀଘ୍ର ରେଲୱେ ସାଇଡିଂକୁ କୋଇଲା ପରିବହନ ବନ୍ଦ କରାନଗଲେ ଆଗକୁ ଏକ ବଡ଼ ଆନ୍ଦୋଳନ କରିବାକୁ ଲୋକେ ଚେତାବନୀ ଦେଇଥିଲେ । ତେବେ ଏହି କୋଇଲା ପରିବହନ ପାଇଁ ପ୍ରଦୂଷଣ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଥିବା ସୂଚନାରୁ ପ୍ରକାଶ।

ଏନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ପ୍ରଦୂଷଣ ବିଭାଗର ଆଞ୍ଚଳିକ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ତୁରନ୍ତ ସମାଧାନ କରାଯିବ । ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପବିତ୍ରମୋହନ ମହାପାତ୍ର କହିଛନ୍ତି ''ଏଠାରେ କୋଇଲା ପରିବହନ ଯୋଗୁଁ ପ୍ରଦୂଷଣ ପ୍ରବଳ ମାତ୍ରାରେ ବଢ଼ିଗଲାଣି। ତେବେ ଏହି ପ୍ରଦୂଷଣ ଯୋଗୁଁ ଲୋକେ ମଧ୍ୟ ଅନେକ ରୋଗରେ ପଡୁଛନ୍ତି । ଏପରିକି ସ୍କୁଲକୁ ପିଲାମାନେ ଯାଇପାରୁନାହାଁନ୍ତି । ଖାଲି ସେତିକି ନୁହେଁ ରାସ୍ତାରେ ମଧ୍ୟ ଯାତାୟତ କଲାବେଳେ ଛୋଟବଡ଼ ଦୁର୍ଘଟଣା ବି ଘଟୁଛି। ପ୍ରଦୂଷଣ ଯୋଗୁଁ ପୋଖରୀରେ ମାଛ ବି ମରିଗଲେଣି । ଏଠାରେ ଯେଉଁ ପରିବାର ଚାଷ ଉପରେ ନିର୍ଭର କରି ଚଳନ୍ତି ସେମାନଙ୍କ ଦାନାପାଣି ମଧ୍ୟ ନଷ୍ଟ ହୋଇଗଲାଣି । ତେଣୁ ପ୍ରଶାସନ ଯଦି ଆଗକୁ ପଦକ୍ଷେୁ ନନିଏ ତାହାଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ହେବ ।''

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.