ETV Bharat / state

ଭିସା କାରଖାନାରେ ଦୁର୍ଘଟଣା, ମେସିନରେ ପଡ଼ି ଶ୍ରମିକ ମୃତ - ଯାଜପୁର ଭିସା କାରଖାନା

ଯାଜପୁର ଭିସା କାରଖାନାରେ ଏକ ମେସିନରେ ଚାପି ହୋଇଯିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଯଖପୁରା ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

ଭିସା କାରଖାନାରେ ଦୁର୍ଘଟଣା, ମେସିନରେ ପଡ଼ି ଶ୍ରମିକ ମୃତ

author img

By

Published : Aug 23, 2022, 11:02 PM IST

ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳ ଭିସା କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । କାର୍ଯ୍ୟ କରୁଥିବା ସମୟରେ ଏକ ମେସିନରେ ଚାପି ହୋଇଯିବାରୁ ମୃତ୍ୟୁ ଘଟଥିବା ଜଣାପଡ଼ିଛି । ମୃତକ ହେଲେ କୋରାଇ ଥାନା ଅନ୍ତର୍ଗତ ଖମିଗାଁର ଜିତେନ୍ଦ୍ର କୁମାର କର । ଖବର ପାଇ ଯଖପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଆଜି (ମଙ୍ଗଳବାର) ମଧ୍ୟାହ୍ନରେ କାରଖାନା ମଧ୍ୟରେ କାର୍ଯ୍ୟ କରୁଥିବା ସମୟରେ ଜିତେନ୍ଦ୍ର ଏକ ମେସିନରେ ଚାପି ହୋଇଯାଇଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଖବର ପାଇ ଜଖପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ମେଡିକାଲକୁ ପଠାଇଛି । ତେବେ ଆଜି ସନ୍ଧ୍ୟା ହୋଇଯିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇ ପାରି ନଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.