ETV Bharat / state

ଝରାଫୁଲ ମୃତ୍ୟୁ ଘଟଣା, ମୃତଦେହ ପଡିଥିବା ସ୍ଥାନରେ ଡେମୋ ଦେଖାଇଲା ଅଭିଯୁକ୍ତ

author img

By

Published : Feb 2, 2021, 1:37 PM IST

Updated : Feb 2, 2021, 5:56 PM IST

ଝରାଫୁଲ ମୃତ୍ୟୁ ଘଟଣା
ଝରାଫୁଲ ମୃତ୍ୟୁ ଘଟଣା

13:28 February 02

ଝରାଫୁଲ ମୃତ୍ୟୁ ଘଟଣା, ଅଭିଯୁକ୍ତକୁ ନେଇ ସିନ ରିକ୍ରିଏଟ କଲା ପୋଲିସ

ଯାଜପୁର: ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ବଢିବାରେ ଲାଗିଛି ସସପେନ୍ସ । ଆଜିଯାଏଁ ଝରାଫୁଲଙ୍କ ପ୍ରକୃତ ମୃତ୍ୟୁ କାରଣ ଜଣାପଡି ନଥିବାବେଳେ ଯାଜପୁର ପୋଲିସ ଅଭିଯୁକ୍ତ ରାକେଶ ସ୍ବାଇଁକୁ ଘନଘନ ଜେରା କରିଛି ।  

ଏଥିସହ ରାକେଶକୁ ଆଜି ଝରାଫୁଲଙ୍କ ମୃତଦେହ ଫିଙ୍ଗିଥିବା ସ୍ଥାନକୁ ନେଇ ସିନ ରିକ୍ରିଏଟ କରିଛି ପୋଲିସ । କେମିତି ମୃତଦେହକୁ ନିଆଯାଇଥିଲା ଓ କିପରି ସେହି ସ୍ଥାନରେ ପଡିଥିଲା, ସେନେଇ ଡେମୋ ଦେଖାଇଛି ଅଭିଯୁକ୍ତ  । ସିନ ରିକ୍ରିଏଟ ପରେ ରାକେଶକୁ ପୁଣି କୁଆଖିଆ ଥାନାକୁ ନିଆଯାଇ ସେଠାରେ ଘନଘନ ଜେରା କରାଯାଉଥିବା ଜଣାପଡିଛି ।  

ଅନ୍ୟପଟେ ରାକେଶର ଅନ୍ୟଜଣେ ସହଯୋଗୀ ଏବେ ବି ଫେରାର ଥିବାବେଳେ ତାକୁ ଧରିବାକୁ ପୋଲିସ ପକ୍ଷରୁ ଅଧିକ ତନାଘନା କରାଯାଉଛି । ଏଥିସହ ଅଧିକ ତଥ୍ୟ ସଂଗ୍ରହ ପାଇଁ ଝରାଫୁଲଙ୍କ ବାପାଙ୍କୁ କୁଆଖିଆ ଥାନାକୁ ଡାକିଛି ପୋଲିସ । ସୂଚନାଯୋଗ୍ୟ ଆଜିଠାରୁ ରାକେଶକୁ 3 ଦିନିଆ ରିମାଣ୍ଡରେ ନେଇଛି କୁଆଖିଆ ପୋଲିସ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ 

Last Updated : Feb 2, 2021, 5:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.