ETV Bharat / state

କୋରେଇ ତୃତୀୟ ବିବାହ ଘଟଣା, ଅଭିଯୁକ୍ତ ଇମ୍ରାନ ଗିରଫ - ସବିନା ବିବି

ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା କୋରାଇ ତୃତୀୟ ବିବାହ ଘଟଣାରେ ଅଭିଯୁକ୍ତ ବର ଇମ୍ରାନ ଖାନ ଗିରଫ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Accused imran khan arreted
କୋରେଇ ତୃତୀୟ ବିବାହ ଘଟଣା: ଅଭିଯୁକ୍ତ ଇମ୍ରାନ ଗିରଫ
author img

By

Published : Nov 27, 2019, 8:19 PM IST

ଯାଜପୁର: ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା କୋରାଇ ତୃତୀୟ ବିବାହ ଘଟଣା । ଅଭିଯୁକ୍ତ ଇମ୍ରାନକୁ ଯାଜପୁର ଭଦ୍ରକ ସୀମାନ୍ତରୁ ଗିରଫ କରିଛି କୋରାଇ ପୋଲିସ ।

କୋରେଇ ତୃତୀୟ ବିବାହ ଘଟଣା: ଅଭିଯୁକ୍ତ ଇମ୍ରାନ ଗିରଫ

ଇମ୍ରାନ ପ୍ରଥମ ସ୍ତ୍ରୀକୁ ତଲାକ ଦେବାପରେ ଯାଜପୁର ମଙ୍ଗଳପୁର ଅଞ୍ଚଳର ସବିନା ବିବିଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ତେବେ ସବିନାଙ୍କ ସହ କିଛି ଦିନ ରହିବା ପରେ ଇମ୍ରାନ ତାଙ୍କୁ ଛାଡ଼ିଦେଇ ଦେଶ ବାହାରକୁ ଚାଲିଯାଇଥିଲେ। ପରେ ସବିନାଙ୍କୁ ଶାଶୁ, ଶ୍ବଶୁର,ଦେଢଶୁର ଏବଂ ଅନ୍ୟମାନେ ଯୌତୁକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା । ତେବେ ସବିନା ନିର୍ଯ୍ୟାତନା ସହି ନପାରି ତାଙ୍କ ବାପଘରକୁ ଚାଲିଯାଇଥିଲେ । ତାଙ୍କର ଗୋଟିଏ ୨ ବର୍ଷର ଝିଅ ମଧ୍ୟ ଅଛି ।

ତେବେ ଇମ୍ରାନ ପୁଣିଥରେ ଗତ 10 ତାରିଖରେ କୋରେଇ ଠାରେ ତୃତୀୟ ବିବାହ କରୁଥିବା ବେଳେ ସେଠାରେ ପହଞ୍ଚିଥିଲେ ଦ୍ଵିତୀୟ ସ୍ତ୍ରୀ ସବିନା ଏବଂ ସେଠାରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କୋରେଇ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ସବିନାଙ୍କ ଶ୍ବଶୁର, ଦେଢଶୁରଙ୍କୁ ପ୍ରଥମେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ବୁଧବାର ସବିନାଙ୍କ ନଣନ୍ଦ ଓ ବଡ ଯାଆ ଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ ସନ୍ଧ୍ୟାରେ ଇମ୍ରାନକୁ ଗିରଫ କରାଯାଇଛି । ତେବେ ଇମ୍ରାନଙ୍କ ଗିରଫ ପରେ ପୋଲିସ ଗୁରୁବାର ପ୍ରେସମିଟ କରି ଏ ସମ୍ପର୍କରେ ସମସ୍ତ ସୂଚନା ଦେବ ବୋଲି ଏସପି କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:News update : ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା କୋରାଇ ତୃତୀୟ ବିବାହ ଘଟଣା । ଅଭିଯୁକ୍ତ ବର ଇମ୍ରାନ ଖାନ୍ କୋରାଇ ପୋଲିସ୍ ଦ୍ବାରା ଗିରଫ। ଗତ କିଛିଦିନ ତଳେ ତୃତୀୟ ବିବାହ କରୁଥିବା ବେଳେ ବିବାହ ଉତ୍ସବରେ ପହଞ୍ଚି ହଙ୍ଗାମା କରିଥିଲେ ଦ୍ବିତୀୟ ସ୍ତ୍ରୀ ସବିନା ବିବି।Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.