ETV Bharat / state

ବସ୍ତି ବାସିନ୍ଦାଙ୍କ ପାଇଁ ଦେବଦୂତ ସାଜିଲେ ଶାନ୍ତି ସେନାର କିନ୍ନର ସଂଘ

author img

By

Published : Apr 14, 2020, 5:44 PM IST

ଲକଡାଉନ କାରଣରୁ ଲୋକେ ନା ଘରେ ରହୁଛନ୍ତି ନା ନିଜ ଛୁଆଙ୍କୁ ଓଳିଏ ଖାଇବାକୁ ଦେଇପାରୁଛନ୍ତି । ଏଭଳି ସ୍ଥିତିରେ ଯାଜପୁର ବ୍ୟାସନଗର ଅଞ୍ଚଳ ଜଗନ୍ନାଥ ସାହି ବସ୍ତିରେ ରହୁଥିବା ପାଖାପାଖି ୧୦୦ରୁ ଉର୍ଦ୍ଧ ଲୋକଙ୍କ ମୁହଁରେ ଦାନା ଦେଇଛନ୍ତି ଯାଜପୁର ଶାନ୍ତି ସେନାର କିନ୍ନର ସଂଘ । ଅଧିକ ପଢନ୍ତୁ...

Kinnar Association feeds to slum area people
ବସ୍ତି ବାସିନ୍ଦାଙ୍କ ପାଇଁ ଦେବଦୂତ ସାଜିଲେ ଶାନ୍ତି ସେନାର କିନ୍ନର ସଂଘ

ଯାଜପୁର: ବର୍ତ୍ତମାନ ସାରାବିଶ୍ବରେ କୋରୋନା ଆତଙ୍କ । ଆଉ କୋରୋନାର ହା ହା କାର ପାଇଁ ବିଶ୍ୱ ତଥା ଭାରତ ଏବେ ଲକଡାଉନ ସ୍ଥିତିରେ । ଏଭଳି ପରିସ୍ଥିତିରେ ଖାଇବାକୁ ପାଉ ନଥିବା ଗରିବ ଅସହାୟମାନଙ୍କୁ କିଛି ସ୍ବେଚ୍ଛାସେବୀ ଆହାର ଯୋଗାଇ ସେମାନଙ୍କ ମୁହଁରେ ହସ ଫୁଟାଉଛନ୍ତି । କିନ୍ତୁ ଯେଉଁ ଜାତିକୁ ଲୋକେ ଛୋଟ ନଜରରେ ଦେଖି ଟାହି ଟାପରା କରନ୍ତି, ଆଜି ସେମାନେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବସ୍ତିବାସିନ୍ଦାଙ୍କ ପାଇଁ ଦେବଦୂତ ସାଜିଛନ୍ତି । ସେ ଆଉ କେହି ନୁହେଁ, ଯାଜପୁର ରୋଡ ଶାନ୍ତି ସେନାର କିନ୍ନର ସଂଘ ।

ଲକଡାଉନ କାରଣରୁ ଲୋକେ ନା ଘରେ ରହୁଛନ୍ତି ନା ନିଜ ଛୁଆଙ୍କୁ ଓଳିଏ ଖାଇବାକୁ ଦେଇପାରୁଛନ୍ତି । ଏଭଳି ସ୍ଥିତିରେ ଯାଜପୁର ବ୍ୟାସନଗର ଅଞ୍ଚଳ ଜଗନ୍ନାଥ ସାହି ବସ୍ତିରେ ରହୁଥିବା ପାଖାପାଖି ୧୦୦ରୁ ଉର୍ଦ୍ଧ ଲୋକଙ୍କ ମୁହଁରେ ଦାନା ଦେଇଛନ୍ତି ଏହି କିନ୍ନର ସମାଜ । କୋରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଉ ରାଜ୍ୟ ସରକାର ସମଗ୍ର ଦେଶରେ ଲକଡାଉନ ଘୋଷଣା କରିବା ପରଠାରୁ ନା ଏମାନେ କିଛି କାମ କରି ପାରୁଛନ୍ତି ନା କିଛି ରୋଜଗାର କରି ପାରୁଛନ୍ତି । ଯାହା ଫଳରେ ଏହି ବସ୍ତିବାସିନ୍ଦାଙ୍କୁ ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଢୁଛି ।

ସେଥିପାଇଁ ଏହି କିନ୍ନର ସମାଜ ପ୍ରତେକ ଦିନ ଭାତ,ଡାଲମା ଆଉ ଅଣ୍ଡା ତରକାରୀ କରି ବସ୍ତିବାସିନ୍ଦାଙ୍କ ମୁହଁରେ ଆହାର ଯୋଗାଉଛନ୍ତି । ତେବେ ଭାରତ ଏବେ ଯେଉଁ ବପତ୍ତି ଦେଇ ଗତି କରୁଛି, ଆମେ ଗୁଣ୍ଡୁଚି ମୂଷା ହୋଇ ଦେଶ ପାଇଁ କିଛି କରିବା ଇଛା ନେଇ ପ୍ରତେକ ଦିନ ବିଭିନ୍ନ ବସ୍ତି ଅଞ୍ଚଳରେ ଖାଦ୍ୟ ବାଣ୍ଟୁଛୁ । ଆଉ ଯେ ପ୍ରାର୍ଯ୍ୟନ୍ତ ଏହି ଲକଡାଉନ ଚାଲିବ ଵିଶେଷ କରି ବସ୍ତି ଅଞ୍ଚଳର ଏହି କୁନିକୁନି ପିଲାଙ୍କ ମୁହଁରେ ଖାଦ୍ୟ ଯୋଗାଉଥିବୁ ବୋଲି କହିଲେ ଏହି ଶାନ୍ତି ସେନାର କିନ୍ନର ସଂଘ । ସେପଟେ କିନ୍ନର ମାନଙ୍କର ଏଭଳି ମହତ୍ତ କାର୍ଯ୍ୟକୁ ଧନ୍ୟବାଦ ଦେଇଛନ୍ତି ବସ୍ତିବାସିନ୍ଦା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.