ETV Bharat / state

Police raid on Duplicate note: କିଙ୍ଗପିନ ଗିରଫ, 13 ଲକ୍ଷରୁ ଊର୍ଦ୍ଧ୍ବ ନକଲି ନୋଟ ଜବତ

author img

By

Published : Jan 2, 2022, 9:52 PM IST

ଯାଜପୁର ସନ୍ଥମାଧବ ଅଞ୍ଚଳର ଏକ ଭଡା ଘରେ ଜାଲ ନୋଟ ରାକେଟ ଉପରେ ପୋଲିସର ଚଢ଼ାଉ । ତାଙ୍କ ନିକଟରୁ ୧୩ ଲକ୍ଷ ୧୫ ହଜାର ୫୦୦ ଟଙ୍କା ନକଲି ନୋଟ ଜବତ କରାଯାଇଛି । ଅଧିକ ପଢନ୍ତୁ

police raid on duplicate note: କିଙ୍ଗପିନ ଗିରଫ, ପ୍ରଚୁର ଟଙ୍କା ଜବତ

ଯାଜପୁର: ଯାଜପୁରରେ ଜାଲ ନୋଟ ର‌ାକେଟ ଉପରେ ପୋଲିସର ଚଢ଼ାଉ । ପୋଲିସ ରାତି ଅଧିଆ ଚଢ଼ାଉ କରି କିଙ୍ଗପିନକୁ ଗିରଫ କରଛି । ତାଙ୍କ ନିକଟରୁ ୧୩ ଲକ୍ଷ ୧୫ ହଜାର ୫୦୦ ଟଙ୍କା ନକଲି ନୋଟ ଜବତ କରାଯାଇଛି । ସନ୍ଥମାଧବ ଅଞ୍ଚଳରେ ଏକ ଭଡା ଘରେ ରହି ଅଭିଯୁକ୍ତ ଜଣକ ନିଜର ର‌ାକେଟ ଚଳାଇଆସୁଥିଲେ । ପୋଲିସ ନକଲି ନୋଟ ସହିତ ପ୍ରିଣ୍ଟିଂ ମେସିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଏଠାରୁ ଟଙ୍କା ପ୍ରିଣ୍ଟିଂ କରି ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଥିଲା ଅଭିଯୁକ୍ତ । ଅଧିକ ତଦନ୍ତ ପାଇଁ ପୋଲିସ ତା’କୁ ରିମାଣ୍ଡରେ ଆଣିପାରେ ବୋଲି ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ।

ଏହାର କିଙ୍ଗପିନ ଚନ୍ଦ୍ରମଣୀ ବଳକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଭଡା ଘରୁ ପୋଲିସ ୧୦୦,୨୦୦ ଓ ୫୦୦ ଟଙ୍କିଆ ନୋଟ ଜବତ କରିଛି । ଏଥିସହିତ ପ୍ରିଣ୍ଟିଂ ପାଇଁ ବ୍ୟବହୃତ ମେସିନ, ଷ୍ଟାମ୍ପ, କାଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଚନ୍ଦ୍ରମଣୀଙ୍କ ଘର ମଙ୍ଗଳପୁର ଥାନା କାଟିଆ ନିକଟସ୍ଥ ଛଞ୍ଚିଣା ଅଞ୍ଚଳରେ ହୋଇଥିବା ବେଳେ ଏଠାରେ ଭଡାରେ ରହି ନିଜ କଳାକାରବାର ଚଳାଇଆସୁଥିଲେ । ପୂର୍ବରୁ ଚନ୍ଦ୍ରମଣୀ ମଧ୍ୟ ଏହି ଜାଲ ନୋଟ କାରବାର କରି ଯାଜପୁର ରୋଡ ଓ କାଳିଆପାଣି ପୋଲିସ ଦ୍ୱାରା ଗିରଫ ହୋଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ।

ଚନ୍ଦ୍ରମଣୀ ରହୁଥିବା ଭଡା ଘର ମାଲିକ ଜଣକ ବାହାରେ ରହୁଥିଲେ । ଘର ଚାରିପଟେ ପାଚେରି ରହିଥିବା ବେଳେ ଘର ଭିତରେ ଜାଲ ନୋଟ ପ୍ରସ୍ତୁତ କରୁଥିଲେ । ଏହି ନୋଟ ତିଆରିରେ ତାଙ୍କ ପତ୍ନୀ ସହଯୋଗ କରୁଥିବା ପୋଲିସ ଜାଣିବାକୁ ପାଇଛି । କିନ୍ତୁ, ସେ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ପୋଲିସର ତଦନ୍ତରୁ ଏହି ଜାଲ ନୋଟ ଗୁଡିକ ରାଜ୍ୟ ବାହାରକୁ ପଠାଯାଉଥିଲା ବୋଲି ଜଣାପଡିଛି । ତେବେ ଏହି ର‌ାକେଟର ଅନ୍ୟ ସଦସ୍ୟ ମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ଏଥିସହିତ ତଦନ୍ତ ପାଇଁ ଆବଶ୍ୟକ ପଡିଲେ ଚନ୍ଦ୍ରମଣୀଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଗାଁର ମଧ୍ୟ ସ୍ଥଳରେ ଏପରି ଜାଲ ନୋଟ କାରବାର ହେଉଥିଲେ ମଧ୍ୟ କେହି ପତ୍ତା ପାଇପାରିନଥିଲେ ।

ନୂତନ ବର୍ଷରେ ଯାଜପୁର ପୋଲିସ ଚଢ଼ାଉ କରି ଏତେ ପରିମାଣର ଜାଲ ନୋଟ ଜବତ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୮୯ କ,ଖ,ଗ,ଘ ଦଫାରେ ମାମଲା ରୁଜୁ କରି କୋର୍ଟର୍ ଚାଲାଣ କରିଛି । ଅଧିକ ତଦନ୍ତ କରି ର‌ାକେଟରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.