ଯାଜପୁର: ଆଗକୁ ଆସୁଛି ଖୁଦୁରୁକୁଣୀ ଓଷା । ଝିଅମାନେ ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପାଳନ କରିଥାନ୍ତି । ଯାଜପୁର ଜିଲ୍ଲାରେ କୋରୋନା କଟକଣା ଟିକେ କୋହଳ ହେଲା ପରେ ବର୍ତ୍ତମାନ ମୂର୍ତ୍ତୀ କାରିଗର ମୂର୍ତ୍ତୀ କାମ ଆରମ୍ଭ କରିଛନ୍ତି ।
ଅନ୍ୟପକ୍ଷେ ବ୍ୟାସନଗରରେ ପ୍ରତିବର୍ଷ ଯେତିକି ପରିମାଣରେ ମୂର୍ତ୍ତୀ ଗଢା ହୁଏ, ଏଥର କିନ୍ତୁ ସେତେ ପରିମାଣର ମୂର୍ତ୍ତୀ ନିର୍ମାଣ ହେଇନି । ଫଳରେ ମୂର୍ତ୍ତୀ ଗୁଡିକ ଚଢା ଦରରେ ବିକ୍ରି ହେଉଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟାସନଗରବାସୀ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ