ETV Bharat / state

କଳିଙ୍ଗନଗର ନିଳାଚଳ କାରଖାନା ମଜଦୂର ଠିକା ଶ୍ରମିକ ସଂଘର ଗଣଧାରଣା - କଳିଙ୍ଗନଗର ନିଳାଚଳ କାରଖାନାର ଠିକା ଶ୍ରମିକ ସଙ୍ଘର ବିକ୍ଷୋଭ

କଳିଙ୍ଗନଗର ମଜଦୂର ଠିକା ଶ୍ରମିକ ସଂଘ ପକ୍ଷରୁ ଦୁଇ ଦଫା ଦାବି ନେଇ ଗଣଧାରଣା । ଠିକା ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ସୁଧାଂଶୁଶେଖର ସାହୁଙ୍କ ନେତୃତ୍ୱରେ ଶତାଧିକ ନିଳାଚଳ ଇସ୍ପାତ କାରଖାନାର ଠିକା ଶ୍ରମିକ ମାନେ ଧାରଣା ଦେଇଛନ୍ତି । ଅଧିକ ପଢ଼ନ୍ତୁ

କଳିଙ୍ଗନଗର ନିଳାଚଳ କାରଖାନା ମଜଦୂର ଠିକା ଶ୍ରମିକ ସଂଘର ଗଣଧାରଣା

author img

By

Published : Jul 14, 2022, 7:11 AM IST

ଯାଜପୁର: କଳିଙ୍ଗନଗର ସ୍ଥିତ ନିଳାଚଳ ଇସ୍ପାତ କାରଖାନା ସମ୍ମୁଖରେ କଳିଙ୍ଗନଗର ମଜଦୂର ଠିକା ଶ୍ରମିକ ସଂଘ ପକ୍ଷରୁ ଦୁଇ ଦଫା ଦାବି ନେଇ ଗଣଧାରଣା ଦିଆଯାଇଛି । ଏନେଇ ବୁଧବାର କଳିଙ୍ଗନଗର ମଜଦୂର ଠିକା ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ସୁଧାଂଶୁଶେଖର ସାହୁଙ୍କ ନେତୃତ୍ୱରେ ଶତାଧିକ ନିଳାଚଳ ଇସ୍ପାତ କାରଖାନାର ଠିକା ଶ୍ରମିକ ମାନେ ଧାରଣା ଦେଇଛନ୍ତି ।

କଳିଙ୍ଗନଗର ନିଳାଚଳ କାରଖାନା ମଜଦୂର ଠିକା ଶ୍ରମିକ ସଂଘର ଗଣଧାରଣା

ସୂଚନା ମୁତାବକ ନିଳାଚଳ ଇସ୍ପାତ କାରଖାନାକୁ ଏହା ଭିତରେ ଟାଟା କମ୍ପାନୀ ଅଧିଗ୍ରହଣ କରିଛି l ତେବେ ଏହା ପୂର୍ବରୁ ନୀଳାଚଳ ଇସ୍ପାତ କାରଖାନାରେ କାର୍ଯ୍ୟରତ ଠିକା ଶ୍ରମିକମାନେ ୧୫ ବର୍ଷରୁ ଊର୍ଦ୍ଧ୍ବ ଦିନ କାର୍ଯ୍ୟ କରିଛନ୍ତି l ମାତ୍ର ଟାଟା କମ୍ପାନୀ ଏହି ଠିକା ଶ୍ରମିକଙ୍କୁ ଅଣଦେଖା କରିଛି l ତେଣୁ ଶ୍ରମିକ ମାନଙ୍କୁ ପୁନଃନିଯୁକ୍ତି ଓ ବକେୟା ପାଉଣା ଦେବା ଦାବିରେ ଶତାଧିକ ଶ୍ରମିକ କାରଖାନାର ମୁଖ୍ୟ ଫଟକ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ସେପଟେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କଳିଙ୍ଗନଗର ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.