ETV Bharat / state

ବନ୍ୟା ବିପନ୍ନଙ୍କ ବନ୍ଧୁ ଓଡ୍ରାଫ ବାହିନୀ - ଓଡ୍ରାଫ

ଭୟଙ୍କର ବନ୍ୟା ବିତ୍ପାତର ବିଭୀଷିକା ଭିତରେ ପୀଡିତଙ୍କ ବନ୍ଧୁ ପାଲଟଛନ୍ତି ରାଜ୍ୟ ଓଡ୍ରାଫ ବାହିନୀ । ନିଜର ସେବା ଓ ମୂଲ୍ୟବୋଧର ନିଷ୍ଠାପର ଦାୟିତ୍ବକୁ ତୁଲାଇବାରେ ପଛଘୁଞ୍ଚା ଦେଇ ନାହାଁନ୍ତି ଏମାନେ । ଅଧିକ ପଢନ୍ତୁ...

ବନ୍ୟା ବିପନ୍ନଙ୍କ ବନ୍ଧୁ ଓଡ୍ରାଫ
ବନ୍ୟା ବିପନ୍ନଙ୍କ ବନ୍ଧୁ ଓଡ୍ରାଫ
author img

By

Published : Sep 3, 2020, 11:43 PM IST

ହାଇଦ୍ରାବାଦ: ଭୟଙ୍କର ବନ୍ୟା ବିତ୍ପାତର ବିଭୀଷିକା ଭିତରେ ପିଡିତଙ୍କ ବନ୍ଧୁ ପାଲଟଛନ୍ତି ରାଜ୍ୟ ଓଡ୍ରାଫ ବାହିନୀ । ନିଜର ସେବା ଓ ମୂଲ୍ୟବୋଧର ନିଷ୍ଠାପର ଦାୟିତ୍ବକୁ ତୁଲାଇବାରେ ପଛଘୁଞ୍ଚା ଦେଇ ନାହାଁନ୍ତି ଏମାନେ । ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନରକ୍ଷାର ବାହାକ ସାଜିଛନ୍ତି ‘ଓଡ଼ିଶା ତ୍ୱରିତ ବିପର୍ଯ୍ୟୟ କାର୍ଯ୍ୟାନୁଷ୍ଠାନ ବଳ’ ବା ଓଡ୍ରାଫ ବାହିନୀ ।

ବନ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା ଉପକୂଳ ଓଡିଶାର ଯାଜପୁର ଜିଲ୍ଲାରେ ନିଜ ତ୍ବରିତ ଉଦ୍ଧାରକାର୍ଯ୍ୟର ସ୍ବଦକ୍ଷତା ପ୍ରତିପାଦିତ କରିଛନ୍ତି ଏହି ଓଡ୍ରାଫ ଟିମ । ହାବିଲଦାର ଦେବାଶିଷ ନରେନ୍ଦ୍ରଙ୍କ ନେତୃତ୍ବରେ ଗଠିତ 27 ଜଣିଆ ଟିମ ଏହି ଅଞ୍ଚଳରେ ଜାରି ରଖିଛି ନିଜର ଉଦ୍ଧାର କାର୍ଯ୍ୟ । ଏହି ଟିମର ଆନ୍ତରିକ ସେବା ଭାବ ଦେଖିଲେ ପ୍ରଶଂସା ନକରି ଯେକେହି ମଧ୍ୟ ରହିପାରିବ ନାହିଁ ।

ବରୀ ବ୍ଲକର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ପଞ୍ଚାୟତରେ ପହଞ୍ଚି ପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ଠାରୁ ଆରମ୍ଭ କରି ପାନୀୟ ଜଳ ଏବଂ ସର୍ବୋପରି ଜଣେ ଡାକ୍ତରଙ୍କୁ ସାଥିରେ ନେଇ ମେଡିସିନ ମଧ୍ୟ ପ୍ରଦାନ କରିଛନ୍ତି । ଏହା ସହ ଚାଉଳ, ଡ଼ାଲି, ଚୁଡ଼ା ଏବଂ ଅନ୍ୟାନ ରାସନ ସାମଗ୍ରୀ ମଧ୍ୟ କ୍ଷତିଗ୍ରସ୍ତଙ୍କ ନିକଟରେ ପହଁଚାଇଛନ୍ତି ।

ସେହିପରି ଜଳ ଘେରରେ ଫଶି ରହିଥିବା ଲୋକଙ୍କୁ ଦୀର୍ଘ 4ରୁ 5 ଦିନ ଧରି ଉଦ୍ଧାର ମଧ୍ୟ ଜାରି ରଖିଛନ୍ତି । ପାଖାପାଖି ବରୀ ବ୍ଲକର ବିଭିନ୍ନ ପଞ୍ଚାୟତରୁ 3 ଶହ ଲୋକଙ୍କୁ ଉଦ୍ଧାର କରି ବନ୍ୟା ଆଶ୍ରୟସ୍ଥଳୀ, କଲ୍ୟାଣ ମଣ୍ଡମ ଏବଂ ଅନେକ ଢିପ ସ୍ଥାନକୁ ସ୍ଥାନାନ୍ତରିତ କାର୍ଯ୍ଯ ମଧ୍ୟ ଜାରି ରଖିଛନ୍ତି ଏହି ଉଦ୍ଧାରକାରୀ ଦଳ ।

କଳିଙ୍ଗନଗର ତୃତୀୟ ଆଇରବି ଓଡ୍ରାଫ ଟିମର ମୁଖ୍ୟ ଦେବାଶିଷ କହିଛନ୍ତି, ଏହା ଆମର ଦାୟିତ୍ବ । ଲୋକଙ୍କୁ ଉଦ୍ଧାର କରିବା ଏବଂ ସେମାନଙ୍କୁ ଖାଦ୍ୟ ପହଁଚାଇବା ମଧ୍ୟ ଆମର କର୍ତ୍ତବ୍ୟ । ତେଣୁ ଯେପରି ବାଧା ଆସିଲେ ମଧ୍ୟ ଆମେ ଦାୟିତ୍ବକୁ ସର୍ବାଗ୍ରେ ରଖିଛୁ ଆଉ ରଖିବୁ । ସି.କେ ବଳ ଓ ସୁମନ ଦଳେଇଙ୍କ ସମେତ ସମସ୍ତ ସଦସ୍ୟଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ଟିମ ମୁଖ୍ୟ ଦେବାଶିଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.