ETV Bharat / state

ଗଣମାଧ୍ୟମକୁ ସ୍କୁଲ ମନା ପ୍ରସଙ୍ଗକୁ ସାମ୍ବାଦିକ ସଂଘର ବିରୋଧ - ଗଣମାଧ୍ୟମକୁ ସ୍କୁଲ ମନା ପ୍ରଙ୍ଗକୁ ସାମ୍ବାଦିକ ସଂଘର ବିରୋଧ

ସ୍କୁଲ ଓ ଗଣଶିକ୍ଷା ବିଭାଗର ଗଣମାଧ୍ୟମକୁ ସ୍କୁଲ ମନା ପ୍ରଙ୍ଗକୁ ବିରୋଧ କରିଛି ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ । ଅଧିକ ପଢନ୍ତୁ

ଗଣମାଧ୍ୟମକୁ ସ୍କୁଲ ମନା ପ୍ରଙ୍ଗକୁ ସାମ୍ବାଦିକ ସଂଘର ବିରୋଧ

author img

By

Published : Jul 11, 2022, 5:27 PM IST

ଯାଜପୁର: ସ୍କୁଲକୁ ଗଣମାଧ୍ୟମ ମନା, ସ୍କୁଲ ଓ ଗଣଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିବା ସହ ପ୍ରତିବାଦ କରିଛି ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ । ଏସୟୁଜେ ସହ ସହବନ୍ଧିତ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସୁବାସ ଧଳଙ୍କ ନେତୃତ୍ବରେ ଆଜି (ସୋମବାର) ଗଣମାଧ୍ୟମର ପ୍ରତିନିଧିମାନେ ଦାନଗଦୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ । ସରକାର ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଥିବା ସଂଘ ଅଭିଯୋଗ କରିଛି ।

ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି କହିବା ସହ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବ୍ଲକ କାର୍ଯ୍ୟାଳୟ ଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଭାରପ୍ରାପ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.