ETV Bharat / state

ଗଣମାଧ୍ୟମକୁ ଆକ୍ଷେପ ଏବଂ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ଗିରଫ ଦାବି

ଯାଜପୁରରେ ସାମ୍ବାଦିକଙ୍କୁ ଆକ୍ଷେପ ଏବଂ ଅଶାଳୀନ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ଦାବି କରିଛନ୍ତି ଗଣମାଧ୍ୟମ ପ୍ରତିନିଧି । ଅଧିକ ପଢ଼ନ୍ତୁ

allegation of misbehave to journalists in jajpur
ଗଣମାଧ୍ୟମକୁ ଆକ୍ଷେପ ଏବଂ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ଗିରଫ ଦାବି
author img

By

Published : Sep 19, 2022, 5:24 PM IST

ଯାଜପୁର: ଗଣମାଧ୍ୟମକୁ ଆକ୍ଷେପ ଏବଂ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ଗିରଫ ଦାବି । ଯାଜପୁର ରୋଡ ଥାନାରେ ଦାବି କଲେ ଗଣମାଧ୍ୟମ ପ୍ରତିନିଧି । ଜଣେ ମହିଳାଙ୍କୁ ଅସଦାଚରଣ ଏବଂ ଠକେଇ ମାମଲାରେ ଯାଜପୁର ରୋଡ଼ ଥାନାରେ ଏକ ମାମଲା ରୁଜୁ କରାଯିବା ପରେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏଥିରେ ପ୍ରତିହିଂସା ପରାୟଣ ହୋଇ ଜନୈକ ସମାଜସେବୀ ସାମାଜିକ ଗଣମାଧ୍ୟମରେ ସାମ୍ବାଦିକମାନଙ୍କୁ ଆକ୍ଷେପ ଓ ଅଶାଳୀନ ଶବ୍ଦ ବ୍ୟବହାର କରି ଏକ ପୋଷ୍ଟିଂ କରିଥିଲେ ।

ଗଣମାଧ୍ୟମକୁ ଆକ୍ଷେପ ଏବଂ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ଗିରଫ ଦାବି

ଏହା ମଧ୍ୟ ପଢ଼ନ୍ତୁ: ବ୍ୟାସନଗର ତହସିଲ ପକ୍ଷରୁ ବେଆଇନ ଦୋକାନ ଘର ଉଚ୍ଛେଦ

ଯେଉଁଥିରେ ସାମ୍ବାଦିକ ମାନଙ୍କର ସମ୍ମାନ ଓ ମର୍ଯ୍ୟାଦା ହାନି ହୋଇଥିଲା । ଏନେଇ ବ୍ୟାସନଗର ସାମ୍ବାଦିକ ସମୂହ ଯାଜପୁର ରୋଡ଼ ଥାନାରେ ଏତଲା ଦେଇଛନ୍ତି । ସେମାନଙ୍କ ସମ୍ମାନ ହାନି ମନ୍ତବ୍ୟ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫ ଦାବି କରିଛନ୍ତି । ସାମ୍ବାଦିକମାନଙ୍କ ଏତାଲା ଗ୍ରହଣ କରି ଯାଜପୁର ରୋଡ଼ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ ଏକ ମାମଲା ରୁଜୁ କରିବା ସହିତ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ପ୍ରତିଶୃତି ଦେଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଫେରାର ଥିବାବେଳେ ତାଙ୍କୁ ଗିରଫ ପାଇଁ ପୋଲିସ ୨ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଥାନା ଅଧିକାରୀ ସୂଚନା ଦେଇଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.