ETV Bharat / state

ଜିବୀକା ମିଶନ ସମୀକ୍ଷା ବୈଠକ, ପ୍ରବାସୀଙ୍କୁ କାମ ଯୋଗାଇବା ଲକ୍ଷ୍ୟ - ଜିଲ୍ଲାପାଳ ରଞ୍ଜନ କୁମାର ଦାସ

ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିବୀକା ମିଶନର ସମୀକ୍ଷା ବୈଠକରେ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ.....

ଜିବୀକା ମିଶନ ସମୀକ୍ଷା ବୈଠକ, ପ୍ରବାସୀଙ୍କୁ କାମ ଯୋଗାଇବା ଲକ୍ଷ୍ୟ

author img

By

Published : Jun 11, 2020, 4:29 PM IST

Updated : Jun 11, 2020, 5:39 PM IST

ଯାଜପୁର: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିବୀକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଜିବୀକା ମିଶନ ସମୀକ୍ଷା ବୈଠକ, ପ୍ରବାସୀଙ୍କୁ କାମ ଯୋଗାଇବା ଲକ୍ଷ୍ୟ

ଏହି ବୈଠକରେ ଜୀବନ ସହିତ ଜିବୀକା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଥିଲା । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମେତ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅଧିବାସୀଙ୍କୁ କିପରି କାମ ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିସହ ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଥିବା ପ୍ରବାସୀଙ୍କ ଦକ୍ଷତା ଅନୁଶୀଳନ କରି ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଘରକୁ ଫେରୁଥିବା ପ୍ରବାସୀ ମହିଳାଙ୍କୁ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ସହିତ ସାମିଲ କରି ସେମାନଙ୍କୁ ମଧ୍ୟ ସ୍ବାବଲମ୍ବୀ ହେବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jun 11, 2020, 5:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.