ETV Bharat / state

କଟକଣାରେ ପାଳନ ହେଲା ଜନ୍ମାଷ୍ଟମୀ - ସନ୍ତରା ଇସ୍କନ ମନ୍ଦିର ଜନ୍ମାଷ୍ଟମୀ

କୋଭିଡ କଟକଣାରେ ବ୍ୟାସନଗର ସନ୍ତରା ସ୍ଥିତ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଅଧିକ ପଢନ୍ତୁ...

ସନ୍ତରା ସ୍ଥିତ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

author img

By

Published : Aug 30, 2021, 9:14 PM IST

ଯାଜପୁର: କୋଭିଡ କଟକଣା ଭିତରେ ବ୍ୟାସନଗର ସନ୍ତରା ସ୍ଥିତ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ସାରା ବିଶ୍ୱରେ ହିନ୍ଦୁ ଭକ୍ତ ମାନେ ଜନ୍ମାଷ୍ଟମୀ ଭାବରେ ପାଳିତ କରିଥାନ୍ତି। ମାତ୍ର ଏଥର ମଧ୍ୟ ଏହି ଉତ୍ସବ ଉପରେ କରୋନା କଟକଣା ଲାଗିଥିବା ଦେଖିବାକୁ ମିଳିଛି।

ସନ୍ତରା ସ୍ଥିତ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ଅଧିକାଂଶ ରାଧାକୃଷ୍ଣ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିନାହିଁ । ମନରେ ଦୁଃଖ ଥିଲେ ବି ଅଧିକାଂଶ ଭକ୍ତ ମନ୍ଦିରକୁ ନଆସି ଘରେ ରହି ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ବିଶେଷ ଭାବରେ ସନ୍ତରା ସ୍ଥିତ ଇସ୍କନ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ ଆଜିର ଦିନରେ ଜମିଥାଏ । ମାତ୍ର, ଏଥର କୋଭିଡ କଟକଣା ପାଇଁ ସେଭଳି ଭିଡ଼ ଦେଖିବାକୁ ମିଳିନାହିଁ ।

ତେବେ ଆଜି ରାତିରେ ମହାପ୍ରଭୁଙ୍କ ରାଜ୍ୟାଭିଷେକ ହେବାର କାର୍ଯ୍ୟକ୍ରମ ଥିବା ଇସ୍କନ ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.