ETV Bharat / state

ଦରବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପରେ ବିକ୍ଷୋଭ - ଯାଜପୁର ଯୁବ କଂଗ୍ରେସ

ଦରବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପରେ ବିକ୍ଷୋଭ

author img

By

Published : Feb 24, 2021, 9:51 PM IST

Updated : Feb 24, 2021, 10:24 PM IST

21:38 February 24

ଦରବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପରେ ବିକ୍ଷୋଭ

ଦରବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପରେ ବିକ୍ଷୋଭ

ଯାଜପୁର: ଯାଜପୁର ଜିଲ୍ଲାରେ ଯୁବ କଂଗ୍ରେସ ପକ୍ଷରୁ ବ୍ୟାସନଗର ଏବଂ କୋରାଇ ଅଞ୍ଚଳରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପେଟ୍ରୋଲ, ଡିଜେଲ୍ ଓ ଇନ୍ଧନ ଗ୍ୟାସ ଆଦିର ଦରବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଏହି ପ୍ରତିବାଦ କରାଯାଇଛି। ଏହାକୁ ନେଇ ଯୁବ କଂଗ୍ରେସର କର୍ମୀମାନେ ଏକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ।  

ବିଭିନ୍ନ ପେଟ୍ରୋଲ ପମ୍ପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଯୁବକର୍ମୀ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲାଗିଥିବା ବ୍ୟାନର ଗୁଡିକୁ ଚିରି ଦେଇଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଆଗାମୀ ଦିନରେ ପେଟ୍ରୋଲ, ଡିଜେଲ୍ ଓ ଇନ୍ଧନ ଗ୍ୟାସ ଆଦିର ଦର ହ୍ରାସ କରାନଗଲେ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ ବୋଲି ଯୁବକଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।  

ଗତ କିଛି ଦିନ ହେଲା ହୁହୁ ହୋଇ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯିବ ବୋଲି କୁହାଯାଇଥିଲା। ଏହାସହ ବିଭିନ୍ନ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଚିରି ଦିଆଯିବାକୁ ଧମକ ମଧ୍ୟ ଦିଆଯାଇଥିଲା।  

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 24, 2021, 10:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.