ETV Bharat / state

ସ୍ବାମୀଙ୍କ 2ୟ ବିବାହ ବିରୋଧରେ SPଙ୍କ ଦ୍ବାରସ୍ଥ ହେଲେ ପତ୍ନୀ - ଯାଜପୁର ସ୍ବାମୀଙ୍କ 2ୟ ବିବାହ ଖବର

ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ମହିଳା । ସ୍ବାମୀଙ୍କ 2ୟ ବିବାହ ବିରୋଧରେ ଏସପିଙ୍କ ଦ୍ବାରସ୍ତ ହେଲେ ସ୍ତ୍ରୀ । ଅଧିକ ପଢନ୍ତୁ

ସ୍ବାମୀଙ୍କ 2ୟ ବିବାହ ବିରୋଧରେ ଏସପିଙ୍କ ଦ୍ବାରସ୍ଥ ହେଲେ ସ୍ତ୍ରୀ

author img

By

Published : Dec 29, 2021, 8:53 PM IST

ଯାଜପୁର: 2ୟ ବିବାହ ପରେ ସ୍ବାମୀଙ୍କ ବିରୋଧରେ ଫେରାଦ ହେଲେ ସ୍ତ୍ରୀ । ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ମହିଳା । ଗୋପନରେ ସ୍ବାମୀ ଅନ୍ୟଜଣେ ମହିଳାଙ୍କୁ 2ୟ ବିବାହ କରିବା ପରେ ପାରିବାରିକ ସମ୍ପର୍କରେ ଜୁଆର ଭଟ୍ଟା । ପ୍ରଥମ ବିବାହିତା ମହିଳା ନିରୁପାୟ ହୋଇ ନ୍ୟାୟ ପାଇଁ ଏବେ ଯାଜପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ମହିଳା ଜଣକ ସ୍ବାମୀଙ୍କ ଦ୍ବାରା ନିର୍ଯ୍ୟାତିତ ହେବା ସହ ଠକାମୀର ଶୀକାର ହୋଇଥିବା ଦର୍ଶାଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ପାଣିକୋଇଲି ଥାନା କୁରୁପଦା ଗାଁରେ ।

ସ୍ବାମୀଙ୍କ 2ୟ ବିବାହ ବିରୋଧରେ ଏସପିଙ୍କ ଦ୍ବାରସ୍ଥ ହେଲେ ସ୍ତ୍ରୀ

ସୂଚନାଅନୁଯାୟୀ ଗତ ପ୍ରାୟ 6ବର୍ଷ ତଳେ ଅଭିଯୁକ୍ତ ସ୍ବାମୀ କୁରୁପଦା ଗ୍ରାମର ଦୀପକ ମଲିକ ମହମ୍ମଦ ଜମାଲପୁର ଗାଁର ନିରୂପମା ମଲିକଙ୍କୁ ବୈଦିକ ରୀତିନୀତିରେ ଉଭୟ ପରିବାରଙ୍କ ସହଯୋଗ ଓ ସମର୍ଥନରେ ବିବାହ କରିଥିଲେ। ଦୀପକ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ଗତ କିଛିମାସ ତଳେ ସେଠାରେ ଅନ୍ୟ ଜଣଙ୍କୁ 2ୟ ବିବାହ କରିଥିବା ଜଣାପଡିଛି। ତେବେ 2ୟ ବିବାହ ପରେ ସ୍ବାମୀ ଦୀପକ ପ୍ରଥମ ପତ୍ନୀ ନିରୁପମାଙ୍କୁ ନିର୍ଯାତନା ଦେଇ ଘରୁ ତଡ଼ିଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି।

ମହିଳା ଏବେ ଏସପି ଅଫିସର ଦ୍ବାରସ୍ଥ ହୋଇ ସେ ଏବଂ ତାଙ୍କ ଶିଶୁପୁତ୍ରଙ୍କୁ ସାମାଜିକ ସୁରକ୍ଷା ଓ ନିରାପତ୍ତା ପ୍ରଦାନ ପାଇଁ ଆପତ୍ତି ଜଣାଇଛନ୍ତି । ସେପଟେ ଏସପି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.