ETV Bharat / state

ରୋଗ ଅଟକାଇପାରିଲାନି ପ୍ରତିଭା, 2 ବର୍ଷର କୁନି ପୁଅ ହାତେଇଲା India Book of Records

author img

By

Published : Oct 27, 2022, 10:52 AM IST

୨ ବର୍ଷ ବୟସରେ ବିଚକ୍ଷଣ ବୁଦ୍ଧି ଆଗରେ ହାର ମାନେ ସାଂଘାତିକ ରୋଗ । ଏହାକୁ ପ୍ରମାଣିତ କରିଛନ୍ତି ଯାଜପୁର ବରୀ ବୋଦୁଅ ପଞ୍ଚାୟତ କନ୍ତିଆ ଗାଁର ସୌମ୍ୟରଞ୍ଜନ ପ୍ରଧାନଙ୍କ ପୁଅ ସ୍ବସ୍ତିକ । ପିଲାବେଳୁ ଥାଲାସେମିଆ ରୋଗରେ ପୀଡିତ ହୋଇ ମଧ୍ୟ ଜାତୀୟ ସ୍ତରରେ ନିଜର ପ୍ରତିଭା ଦେଖାଇ ଇଣ୍ଡିଆ ବୁକ ଅଫ ରେକର୍ଡ (India Book of Record) ହାସଲ କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

ସଫଳତା ଆଗରେ ହାର ମାନିଛି ରୋଗ
ସଫଳତା ଆଗରେ ହାର ମାନିଛି ରୋଗ

ଯାଜପୁର: ବୟସ ମାତ୍ର ୨ବର୍ଷ କିନ୍ତୁ ସଫଳତା ବହୁତ ବଡ । କଅଁଳ ବୟସରେ ବିଚକ୍ଷଣ ବୁଦ୍ଧି ଆଗରେ ହାର ମାନିଛି ସାଂଘାତିକ ରୋଗ । ପ୍ରଶ୍ନ ସରିବା ମାତ୍ରକେ ପାଟିରୁ ବାହାରୁଛି ଉତ୍ତର । ଦେଶ, ବିଦେଶ ଠାରୁ ଆରମ୍ଭ କରି ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ସବୁକିଛି ଫଟା ଫଟ କହୁଛି କୁନି ଛୁଆଟି । କଅଁଳ ବୟସରେ ବିଚକ୍ଷଣ ବୁଦ୍ଧି ଆଗରେ ହାର ମାନେ ସାଂଘାତିକ ରୋଗ । ଏହାକୁ ପ୍ରମାଣିତ କରିଛନ୍ତି ଯାଜପୁର ବରୀ ବୋଦୁଅ ପଞ୍ଚାୟତ କନ୍ତିଆ ଗାଁର ସୌମ୍ୟରଞ୍ଜନ ପ୍ରଧାନଙ୍କ ପୁଅ ସ୍ବସ୍ତିକ । ପିଲାବେଳୁ ଥାଲାସେମିଆ ରୋଗରେ ପୀଡିତ ହୋଇ ମଧ୍ୟ ଜାତୀୟ ସ୍ତରରେ ନିଜର ପ୍ରତିଭା ଦେଖାଇ ଇଣ୍ଡିଆ ବୁକ ଅଫ ରେକର୍ଡ (India Book of Record) ହାସଲ କରିଛନ୍ତି । ନିଜର ବିଚକ୍ଷଣ ସ୍ମୃତିଶକ୍ତି ପାଇଁ ସେ ଏହି ବିରଳ ରେକର୍ଡ ହାସଲ କରିପାରିଛନ୍ତି ।

ସଫଳତା ଆଗରେ ହାର ମାନିଛି ରୋଗ

ସ୍ୱସ୍ତିକଙ୍କ ବୟସ ମାତ୍ର ୨ ବର୍ଷ ୪ ମାସ । ମାତ୍ର ଏତେ କମ ବୟସରେ ନିଜ ନାଁକୁ ଇଣ୍ଡିଆ ବୁକ ଅଫ୍‌ ରେକର୍ଡରେ ସାମିଲ କରିବାରେ ସକ୍ଷମ ହୋଇଛନ୍ତି । ନିଜର ବିଚକ୍ଷଣ ସ୍ମରଣ ଶକ୍ତି ବଳରେ ଅନେକ କିଛି ତଥ୍ୟ ମନେ ରଖିପାରିଛନ୍ତି । ବିଭିନ୍ନ ଫଳ, ପୁଲର ନାମ, ବିଭିନ୍ନ ଦର୍ଶନୀୟ ସ୍ଥାନ, ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ନାମ, ବିଭିନ୍ନ ପ୍ରକାରର ଗାଡିର ନାମ, ଦେଶ ବିଦେଶ ଆଦି ୨୦ରୁ ଊର୍ଦ୍ଧ୍ବ ବିଷୟରେ ସେ କହିପାରୁଛନ୍ତି । ସୀମିତ ସମୟ ମଧ୍ୟରେ ୨୦ରୁ ଊର୍ଦ୍ଧ୍ବ ବିଷୟରେ ସେ ଉତ୍ତର ଦେଇ ଏହି ବିରଳ ରେକର୍ଡ ହାସଲ କରିପାରିଛନ୍ତି । ସ୍ୱସ୍ତିକ ପିଲାବେଳୁ ଥାଲାସେମିଆ ରୋଗରେ ପୀଡିତ ଥାଇ ମଧ୍ୟ ଅନେକ କିଛି ଜିନିଷ ନିଜ ବାପା ମାଆ ଓ ପରିବାର ବର୍ଗଙ୍କ ଠାରୁ ମନେ ରଖିଛି । ସ୍ୱସ୍ତିକଙ୍କ ଏହି ସଫଳତା ପାଇଁ ପରିବାର ବର୍ଗ ବେଶ ଖୁସି ଅନୁଭବ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: BJP delegation Meet ECI : ଟଙ୍କା ଦେଇ ଭୋଟରଙ୍କୁ ପ୍ରଭାବିତ କରୁଛି ବିଜେଡି: ଧର୍ମେନ୍ଦ୍ର ପ୍ରଧାନ

ଏନେଇ ସ୍ୱସ୍ତିକଙ୍କ ମାଆ କହିଛନ୍ତି,"ସେ ସକାଳୁ ଉଠିଲେ ପ୍ରଥମେ ବହି ଧରିଥାଏ । ମୁଁ ମଧ୍ୟ ବହୁତ ପରିଶ୍ରମ କରିଛି । ଯେତେବେଳେ ୯-୧୦ ମାସ ହୋଇଥିଲା ସେବେଠାରୁ ସେ ପାଠ ପଢିବା ଆରମ୍ଭ କରିଛି । ମୁଁ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ କରି ସେଥିରେ ସବୁ ଭିଡିଓ ଅପଲୋଡ କରିଥାଏ । ତେବେ ଏହା ଦେଖିକରି ଜଣେ ମୋତେ କହିଥିଲେ ଇଣ୍ଡିଆ ବୁକ ଅଫ ରେକର୍ଡରେ ଆବେଦନ କରିବା ପାଇଁ । ଏହାପରେ ଆମେ ୨୦ଟି ବିଷୟକୁ ନେଇ ଭିଡିଓ କରି ପଠାଇଥିଲୁ । ଏହା ପରେ ପ୍ରାଇଜ ଘରକୁ ଆସିଲା । ବହୁତ ଖୁସି ଲାଗୁଛି ଏତେ କମ ବୟସରେ ଏତେ ସମ୍ମାନ ପାଇଛି । ମୁଁ ପୁଅକୁ ନେଇ ଭାରି ଗର୍ବ ।"

ସ୍ୱସ୍ତିକ ପିଲାବେଳୁ ଥାଲାସେମିଆ ରୋଗରେ ପୀଡିତ । ତେଣୁ ପ୍ରତି ମାସରେ ଯାଜପୁର ମେଡିକାଲରେ ଚିକିତ୍ସିତ ହୋଇ ରକ୍ତ ପରିବର୍ତ୍ତନ କରୁଛନ୍ତି । ଏଥିପାଇଁ ପରିବାର ବର୍ଗରେ ଅନେକ ଦୁଃଖ ଥିଲେ ମଧ୍ୟ ସ୍ୱସ୍ତିକ ଭିତରେ ଥିବା ସ୍ମରଣଶକ୍ତି ଦ୍ୱାରା ଅନେକ କିଛି ଶିକ୍ଷା ଲାଭ କରିପାରିଥିବାରୁ ପରିବାର ବର୍ଗ ଲୋକେ ବେଶ ଖୁସି ଅନୁଭବ କରିପାରିଛନ୍ତି । ନିକଟରେ ସ୍ୱସ୍ତିକଙ୍କ ନାଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବାରୁ ସଂସ୍ଥା ପକ୍ଷରୁ ଏକ ମେଡାଲ ଏବଂ ପେନ ମିଳିଛି । ସ୍ୱସ୍ତିକଙ୍କ ଏଭଳି ସଫଳତା ପାଇଁ ଗ୍ରାମବାସୀ ଓ ପଡୋଶୀ ବେଶ ଗର୍ବ ଅନୁଭବ କରୁଛନ୍ତି । ଆଗାମୀ ଦିନରେ ସ୍ୱସ୍ତିକ ନିଶ୍ଚୟ ଜଣେ ସଫଳ ବ୍ୟକ୍ତି ହୋଇପାରିବେ ବୋଲି ଆଶା ରଖିଛନ୍ତି ପରିବାର ବର୍ଗ ଏବଂ ପଡୋଶୀ ।

ସ୍ୱସ୍ତିକଙ୍କୁ ଏହି ସପଂଳତାକୁ ନେଇ ବିଭିନ୍ନ ଆଡୁ ସୁଅ ଛୁଟିବାରେ ଲାଗିଛି । ତାଙ୍କ ଚମତ୍କାରିକା ସମସ୍ତଙ୍କୁ ଆକୃଷ୍ଟ କରୁଛି । ସ୍ୱସ୍ତିକଙ୍କ ଏହି ସାଂଘାତିକ ରୋଗ ଭଲ ହେବା ସହ ଆହୁରି ଆଗକୁ ଯାଇ ପରିବାର ରାଜ୍ୟ ତଥା ଦେଶର ନାମ ରଖନ୍ତୁ ବୋଲି ପରିବାରଲୋକେ କାମନା କରିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.