ETV Bharat / state

ଶୀତଳଷଷ୍ଠୀ ଧୁମଧାମରେ ପାଳନ କଲେ ଯାଜପୁର କିନ୍ନର ସଂଘ

author img

By

Published : Jun 7, 2022, 2:05 PM IST

ଶୀତଳଷଷ୍ଠୀ ପର୍ବକୁ ଧୁମଧାମରେ ପାଳନ କଲେ ଯାଜପୁର କିନ୍ନର ସଂଘ । କାଜଲ ନାୟକ ଓ ସମ୍ପାଦକ ଲଭଲୀ ସାହୁଙ୍କ ନେତୃତ୍ୱରେ ୨୦୦ରୁ ଉର୍ଦ୍ଧ୍ବ କିନ୍ନର ଏକତ୍ରିତ ହୋଇ ରୀତିନୀତି ଅନୁସାରେ ଶିବ ପାର୍ବତୀଙ୍କ ବିବାହ କରିଥିଲେ । ଅଧିକ ପଢନ୍ତୁ

ଶୀତଳଷଷ୍ଠୀ ପର୍ବକୁ ଧୁମଧାମରେ ପାଳନ କଲେ ଯାଜପୁର କିନ୍ନର ସଂଘ

ଯାଜପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ପର୍ବକୁ ଧୁମଧାମରେ ପାଳନ କଲେ ଯାଜପୁର କିନ୍ନର ସଂଘ । ଜିଲ୍ଲାର ବ୍ୟାସନଗର ଠାରେ କିନ୍ନର ସଂଘ ପକ୍ଷରୁ ଶୀତଳଷଷ୍ଠୀ ଅବସରରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । କିନ୍ନର ସଂଘର ସଭାପତି କାଜଲ ନାୟକ ଓ ସମ୍ପାଦକ ଲଭଲୀ ସାହୁଙ୍କ ନେତୃତ୍ୱରେ ୨୦୦ରୁ ଉର୍ଦ୍ଧ୍ବ କିନ୍ନର ଏକତ୍ରିତ ହୋଇ ରୀତିନୀତି ଅନୁସାରେ ଶିବ ପାର୍ବତୀଙ୍କ ବିବାହ କରିଥିଲେ ।

ଶିବ ପାର୍ବତୀଙ୍କ ବିବାହ କଲେ ସେମାନଙ୍କୁ ଆଶିଷ ମିଳେ ଓ ଆର ଜନ୍ମରେ କିନ୍ନର ଜନ୍ମରୁ ମୁକ୍ତି ମିଳେ ବୋଲି ବିଶ୍ଵାସ ରହିଛି । ତେଣୁ କିନ୍ନର ମାନେ ଶୀତଳଷଷ୍ଠୀ ପୂଜା ବା ଶିବ ପାର୍ବତୀ ବିବାହ କରିଥାନ୍ତି । ଏଠାରେ ଗତ ୧୨ ବର୍ଷ ହେବ କିନ୍ନର ମାନେ ଶୀତଳଷଷ୍ଠୀ ପୂଜା କରି ଆସୁଛନ୍ତି । ପ୍ରତ୍ୟେକ ବର୍ଷ ୩ ଦିନ ଧରି ବେଶ ଧୁମଧାମରେ ଶୀତଳଷଷ୍ଠୀ ପୂଜା ପାଳନ କରାଯାଇଥାଏ ।

ତେବେ ଗତ ୨ ବର୍ଷ ମହାମାରୀ କୋରୋନା ପାଇଁ ନିରାଡ଼ମ୍ବର ଭାବେ ଏହା ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ବେଶ୍ ଧୁମଧାମରେ ପାଳନ କରିଛନ୍ତି କିନ୍ନର ସମାଜ । ରାଜ୍ୟ କିନ୍ନର ସଂଘ ସଭାପତି ମୀରା ପରିଡ଼ାଙ୍କ ସମେତ ରାଜ୍ୟ ଓ ରାଜ୍ୟ ବାହାରର ବହୁ କିନ୍ନର ଏଥିରେ ସାମିଲ ହୋଇଥିଲେ । ଏଥିସହିତ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ଜନସାଧାରଣ ମଧ୍ୟ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.