ଯାଜପୁର: ଯାଜପୁର ରୋଡ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ । ଗୋଟିଏ ଦିନରେ ୬୦ ହଜାର ଟଙ୍କା ଜୋରିମାନା କଲେ ଆଦାୟ । ଏନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି । ସୂଚନା ମୁତାବକ ଦୁଇଦିନ ସପ୍ତାହନ୍ତ ବନ୍ଦ ପରେ ବ୍ୟାସନଗର ସହରରେ ଆଜି(ମଙ୍ଗଳବାର) ବଜାର ଖୋଲା ହୋଇଥିବାବେଳେ ବଜାରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ତେଣୁ ପୋଲିସ ବିଭିନ୍ନ ଛକ ବଜାରରେ ହଠାତ ଯାଞ୍ଚ କରିବା ଆରମ୍ଭ କରିଥିଲା ।
ଏପଟେ ସରକାରୀ ଘୋଷଣାରେ ନ ଥିବା କିଛି ଦୋକାନ ଖୋଲିଥିବାରୁ ସେମାନଙ୍କଠାରୁ ୭ ହଜାର ଓ ବିନା ମାକ୍ସ, ବିନା ହେଲମେଟରେ ଯାଉଥିବା ଅମାନିଆଙ୍କଠାରୁ ୫୩ ହଜାର ଟଙ୍କା ଆଦାୟ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ