ETV Bharat / state

ଡକାୟତି ଉଦ୍ୟମ ପଣ୍ଡ, ଯାଜପୁର ରୋଡ ପୋଲିସ ହାତରେ ଧରାପଡିଲେ 7 ଡକାୟତ

author img

By

Published : May 18, 2022, 11:48 AM IST

ଯାଜପୁର ରୋଡ ପୋଲିସକୁ ସଫଳତା । ଡକାୟତି ପାଇଁ ଯୋଜନା ବେଳେ 7 ଜଣ ଡକାୟତଙ୍କୁ ଗିରଫ କଲା ଯାଜପୁର ରୋଡ ପୋଲିସ । ଅଧିକ ପଢନ୍ତୁ

ଯାଜପୁର ରୋଡ ପୋଲିସକୁ ବଡ଼ ସଫଳତା, ଡକାୟତି ବେଳେ ଗିରଫ ହେଲେ 7 ଡକାୟତ

ଯାଜପୁର: ଯାଜପୁର ରୋଡ ପୋଲିସକୁ ସଫଳତା । ଦାନଗଦି ତହସିଲ ପଛପଟେ ଡକାୟତି ପାଇଁ ଯୋଜନା ବେଳେ 7 ଜଣ ଡକାୟତଙ୍କୁ ଗିରଫ କଲା ଯାଜପୁର ରୋଡ ପୋଲିସ । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ଥାନାଅଧିକାରୀ ।

ସୂଚନାଅନୁସାରେ,ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ କୌଣସି ଏକ ସୁନା ଦୋକାନରୁ ଚୋରି କରିବା ପାଇଁ 7 ଜଣ ଡକାୟତ ଯାଜପୁର ରୋଡ ଥାନା ଦାନଗଦି ତହସିଲ କାର୍ଯ୍ୟାଳୟ ପଛପଟେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ l ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ କୌଣସି ସୂତ୍ରରୁ ଖବର ପାଇ ସଦଳବଳ ଧରି ଚଢ଼ାଉ କରିଥିଲେ । ଏହି ଚଢ଼ାଉ କରି 7 ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହେଇଥିଲେ l

ଗିରଫ ଅଭିଯୁକ୍ତ ହେଲେ ଯୋଡବର ଅଞ୍ଚଳର ରାଜୁ ପାଲ, ଖୋର୍ଦ୍ଧା ଜିଲ୍ଲାର ନର୍ସିଙ୍ଗ ସୋରେନ, ସାପଗଡ଼ିଆ ଅଂଚଳର ସୁରେଶ ପାତ୍ର, ଗଣେଶ ବଜାର ଅଞ୍ଚଳର କେ କ୍ରିଷ୍ନା ରାଓ, ଧୂଳିଗଡ଼ ଅଂଚଳର ସତ୍ୟବ୍ରତ ଦେହୁରୀ, ଘସିପୁରା ଅଂଚଳର ସୁରେଶ ଜେନା ଓ ଧାଵଳଗିରି ଅଂଚଳର ମହେଶ୍ୱର ମୁଖି ବୋଲି ଜଣାପଡିଛି ।

ତେବେ ଏହି ଡକାୟତଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ପୋଲିସ । ଅନ୍ୟପଟେ ଆଜି କୋଭିଡ ଟେଷ୍ଟ ପରେ 7ଜଣ ଅଭିଯୁକ୍ତଙ୍କୁ କେସ ନମ୍ବର 258/22 ଦଫା 399,402ରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.