ETV Bharat / state

ରାମଚନ୍ଦ୍ରପୁର ଥାନା ନାବାଳିକା ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ - ରାମଚନ୍ଦ୍ରପୁର ନାବାଳିକା ଦୁଷ୍କର୍ମ ହତ୍ୟାକାଣ୍ଡର ଅଭିଯୁ୍କ୍ତ ଗିରଫ

ବହୁ ଚର୍ଚ୍ଚିତ ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଓ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ନାବାଳିକା ଜଣକୁ ପ୍ରଥମେ ଦୁଷ୍କର୍ମ ଓ ପରେ ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରିଥିଲା ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

ରାମଚନ୍ଦ୍ରପୁର ଥାନା ନାବାଳିକା ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ

author img

By

Published : Apr 22, 2022, 4:11 PM IST

ଯାଜପୁର: ବହୁ ଚର୍ଚ୍ଚିତ ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ନାବାଳିକା ଜଣକୁ ପ୍ରଥମେ ଦୁଷ୍କର୍ମ ଓ ପରେ ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ସୁବ୍ରତ ବେହେରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ରାମଚନ୍ଦ୍ରପୁର ଥାନା ନାବାଳିକା ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ

ଗତ ଫେବ୍ରୁଆରୀ 17 ତାରିଖ ଦିନ ନାବାଳିକା ଜଣକ ବାସନ ମାଜିବାକୁ ନଦୀକୁ ଯାଇଥିବା ବେଳେ ଅଭିଯୁକ୍ତ ସୁବ୍ରତ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏହାପରେ ଧରାପଡ଼ିଯିବା ଭୟରେ ତାର ତଣ୍ଟି କାଟି ହତ୍ୟା କରିଥିଲା । ପ୍ରଥମେ ଏହି ଘଟଣାକୁ ଅତି ହାଲୁକା ଭାବେ ନେଇଥିଲେ ତଦନ୍ତ ଅଧିକାରୀ । କିନ୍ତୁ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମନାକୁ ଆସିଥିଲା ।

ଅଧିକ ତଦନ୍ତ କରି ପୋଲିସ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏହି ହତ୍ୟାକାଣ୍ଡରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି ତାହାର ଅଧିକ ତଦନ୍ତ ଜାରି ରହିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଯାଜପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ବାରିକ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.