ETV Bharat / state

ସାମ୍ବାଦିକଙ୍କ କୋରୋନା ଚିନ୍ତା: କଟକଣା ଠାରୁ ଅଧିକ ଫଳପ୍ରଦ ସଚେତନ

author img

By

Published : Mar 20, 2020, 4:06 PM IST

କୋରୋନା ଭରାଇସ ପ୍ରଭାବରେ ବିଶ୍ବରେ ମୃତ୍ୟୁ ସଂଖ୍ୟା 9 ହଜାର ଟପିଥିବା ବେଳେ ଭାରତରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା 2ଶହ ଛୁଇଁଲାଣି । ଯାଜପୁର ରୋଡ଼ ପ୍ରେସ କ୍ଲବ ପକ୍ଷରୁ ବ୍ୟାସନଗର ପୌରାଞ୍ଚଳରେ କୋରୋନା ଭାଇରସ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

corona virus awareness
କୋରୋନା ଭରାଇସ ସଚେତନ

ଯାଜପୁର: ସାରା ବିଶ୍ବରେ ନିଜ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭରାଇସ । ଏହାର ପ୍ରଭାବରେ ବିଶ୍ବରେ ମୃତ୍ୟୁ ସଂଖ୍ୟା 9 ହଜାର ଟପିଥିବା ବେଳେ ଭାରତରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା2ଶହ ଛୁଇଁଲାଣି । ତେବେ ଏଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ କଟକଣା ମାନ ମଧ୍ୟ ଜାରି କରିଛନ୍ତି । ତେବେ ଏହି ସମୟରେ କଟକଣା ଠାରୁ ଅଧିକ ଫଳପ୍ରଦ ହେବ ଲୋକଙ୍କୁ ସଚେତନ କରାଇବା ।

କୋରୋନା ଭରାଇସ ସଚେତନ

ତେଣୁ ସାଧାରଣ ଲୋକଙ୍କୁ ସଚେତନ କରାଇବା ଲାଗି ଯାଜପୁରରେ ସାମ୍ବାଦିକ ମାନେ ଅଣ୍ଟା ଭିଡିଛନ୍ତି । ଯାଜପୁର ରୋଡ଼ ପ୍ରେସ କ୍ଲବ ପକ୍ଷରୁ ବ୍ୟାସନଗର ପୌରାଞ୍ଚଳରେ କୋରୋନା ଭାଇରସ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରେସ କ୍ଲବର ସଦସ୍ୟମାନେ ମୁହଁରେ ମାସ୍କ ପିନ୍ଧି ଏକ ସଚେତନତା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଛନ୍ତି ।

ବସ୍ ଷ୍ଟାଣ୍ଡ ଓ ରେଳଷ୍ଟେସନରେ ସାଧାରଣ ଲୋକଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ଘରେ ସହଜ ଉପାୟରେ କିଭଳି ମାସ୍କ ଓ ସାନିଟାଇଜର୍ ପ୍ରସ୍ତୁତ କରିହେବ ଏବଂ ଭାଇରସ୍ କବଳରୁ କିପରି ନିଜକୁ ସୁରକ୍ଷିତ ରଖାଯାଇ ପାରିବ, ଏହା ଉପରେ କ୍ଲବର ସଦସ୍ୟମାନେ ଲୋକଙ୍କୁ ସଚେତନ କରାଇଛନ୍ତି ।

ତେବେ ଲୋକେ ଯେତେ ସଚେତନ ଓ ସତର୍କ ରହିବେ ଏହି ମାରାତ୍ମକ ଭୂତାଣୁ ଠାରୁ ସେତେ ଶିଘ୍ର ରକ୍ଷା ମିଳିପାରିବ ବୋଲି କ୍ଲବର ସଭାପତି ମତ ପୋଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ରୋଡ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି ସମେତ ସ୍ଥାନୀୟ ଅଞ୍ଚଳର କେତେକ ସ୍ବେଚ୍ଛାସେବୀ ସଙ୍ଗଠନ ସାମିଲ ହୋଇ ସହଯୋଗ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.