ETV Bharat / state

ନବନିର୍ମାଣ କୃଷକ ସଂଗଠନର ପଦଯାତ୍ରା ଉଦଯାପିତ - Nabanirman Krishak Sangathan's padayatra

ଯାଜପୁରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆରମ୍ଭ କରାଯାଇଥିବା ପଦଯାତ୍ରା ଉଦଯାପିତ ହୋଇଛି । ଅଧିକ ପଢନ୍ତୁ...

ନବନିର୍ମାଣ କୃଷକ ସଂଗଠନର ପଦଯାତ୍ରା ଉଦଯାପିତ
ନବନିର୍ମାଣ କୃଷକ ସଂଗଠନର ପଦଯାତ୍ରା ଉଦଯାପିତ
author img

By

Published : Nov 26, 2020, 8:03 PM IST

ଯାଜପୁର: ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆରମ୍ଭ କରାଯାଇଥିବା ପଦଯାତ୍ରା ଗୁରୁବାର ଉଦଯାପିତ ହୋଇଛି । ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଯାଜପୁର ଜିଲ୍ଲା ଜେନାପୁରରୁ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପଦଯାତ୍ରା ଆରମ୍ଭ କରାଯାଇଥିଲା । ଚାଷୀମାନଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ହୋଇଥିବା ଆନ୍ଦୋଳନ ଓ ଯୁବଚେତନା ପଦଯାତ୍ରା ଜିଲ୍ଲାର 10ଟି ବ୍ଲକ ପରିକ୍ରମା କରିଥିଲା ।

ନବନିର୍ମାଣ କୃଷକ ସଂଗଠନର ପଦଯାତ୍ରା ଉଦଯାପିତ

ଗୁରୁବାର ଯାଜପୁରର ଗାନ୍ଧି ଛକରେ ସଙ୍ଗଠନ ପହଞ୍ଚି ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲା । ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗ ଦେଇ କହିଛନ୍ତି, ଜିଲ୍ଲାର ଚାଷୀକୂଳ ଗତ ବନ୍ୟାରେ ବ୍ୟାପକ କ୍ଷତି ସହିଥିଲେ ହେଁ ଏ ଯାଏଁ ସେମାନଙ୍କ କୌଣସି ସହାୟତା ମିଳି ପାରିନାହିଁ । ପ୍ରତ୍ୟେକ ଚାଷୀଙ୍କୁ ମାସିକ 5 ହଜାର ଟଙ୍କା ସହାୟତା ରାଶି ପ୍ରଦାନ ସହିତ ସେମାନଙ୍କୁ ବ୍ୟାଙ୍କ ଓ ସମବାୟ ସମିତିରୁ ଋଣ ପାଇଁ ସେ ଦାବି କରିଛନ୍ତି । ଏହି ପଦଯାତ୍ରା ମାଧ୍ୟମରେ ଚାଷୀଙ୍କ ସମସ୍ୟା ସଂପର୍କରେ ଯୁବ ସମାଜକୁ ଅବଗତ କରାଯାଇଛି । ସେମାନେ ଆଗାମୀ ଦିନରେ ଚାଷୀ ଓ ଚାଷ ସହିତ ସଂପୃକ୍ତ ରହି ସମସ୍ୟାର ସମାଧାନ ପାଇଁ ଲଢ଼େଇ କରିବେ ବୋଲି ଅକ୍ଷୟ ପ୍ରକାଶ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.