ETV Bharat / state

ଅଚାନକ ହସ୍ପିଟାଲ ପରିଦର୍ଶନରେ ଯାଜପୁର ସାଂସଦ ଓ ବିଧାୟକ

ରବିବାର ହଠାତ୍ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ ଓ କୋରେଇ ବିଧାୟକ ଅଶୋକ ବଳ ଯାଜପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ମେଡିକାଲର ପରିମଳ ଓ ବ୍ୟବସ୍ଥାଗତ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ପ୍ରତି ୱାର୍ଡ ବୁଲି ରୋଗୀମାନଙ୍କ ଠାରୁ ସ୍ବାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଥିଲେ।

author img

By

Published : Aug 25, 2019, 5:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଅଚନାକ ହସ୍ପିଟାଲ ପରିଦର୍ଶନରେ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ ଓ କୋରେଇ ବିଧାୟକ ଅଶୋକ ବଳ । ରବିବାର ହଠାତ୍ ସେମାନେ ଯାଜପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ମେଡିକାଲର ପରିମଳ ଓ ବ୍ୟବସ୍ଥାଗତ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ପ୍ରତି ୱାର୍ଡ ବୁଲି ରୋଗୀମାନଙ୍କ ଠାରୁ ସ୍ବାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏଥିସହ ଦୀର୍ଘ ଦିନ ଧରି ଖାଲି ପଡିଥିବା ଡାକ୍ତର ପଦବୀ ସମ୍ପର୍କରେ ଜାଣିବାକୁ ପାଇ ଏ ଦିଗରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଡାକ୍ତରି ପଦବୀ ପୁରଣ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ। ଏହାଛଡା ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାର, ମହିଳା ୱାର୍ଡ, ଜେନେରାଲ ୱାର୍ଡ, ଡ୍ରେସିଂ ରୁମ୍ ଓ ପୁଷ୍ଟିସାଧନ କେନ୍ଦ୍ର ବୁଲି ଦେଖିବା ସହ କାର୍ଯ୍ୟରତ କର୍ମଚାରୀଙ୍କଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ପରେ କଳିଙ୍ଗନଗର ଉନ୍ନୟନ ପରିଷଦରୁ ଜମି କ୍ରୟ କରି ବସବାସ କରୁଥିବା କେଏନଡିଏ କଲୋନୀର ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇ ସାଂସଦ ଶ୍ରୀମତୀ ସେଠୀ ଓ ବିଧାୟକ ଶ୍ରୀବଳ ଘଟଣାସ୍ଥଳ ବୁଲି ଦେଖିଥିଲେ । ଏହି ସମୟରେ ସାଂସଦ ଶ୍ରୀମତୀ ସେଠୀ କେଏନଡିଏ ଯନ୍ତ୍ରୀଙ୍କୁ ଜଙ୍ଗଲ ଭ୍ରମ ସୃଷ୍ଟି କରୁଥିବା ବିଭିନ୍ନ ପ୍ଲଟକୁ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ କଲୋନୀ ପରିସରରେ ନୂଆ କରି ରାସ୍ତା ନିର୍ମାଣ ପାଇଁ ପ୍ରୋଜେକ୍ଟ ପ୍ରସ୍ତୁତ କରିବାକୁ ଯନ୍ତ୍ରୀଙ୍କୁ କହିବା ସହ ତାଙ୍କୁ ଏ ସମ୍ପର୍କରେ ଅବଗତ କରାଇବାକୁ କହିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-mp_surprise_visit
format-avb
reporter-Gyanaranjan ojha
place-jajpur
date-24.08.19
anchor---ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ ଓ କୋରେଇ ବିଧାୟକ ଅଶୋକ ବଳ । ଅଚାନକ୍ ମେଡିକାଲରେ ପହଞ୍ଚି ମେଡିକାଲର ପରିମଳ ଓ ବ୍ୟବସ୍ଥାଗତ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ପ୍ରତି ୱାର୍ଡ ବୁଲି ରୋଗୀ ମାନଙ୍କ ଠାରୁ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ପଚାରି ବୁଝିଥିଲେ । ଦୀର୍ଘ ଦିନ ଧରି ଖାଲି ପଡିଥିବା ଡାକ୍ତର ପଦବୀ ସମ୍ପର୍କରେ ଜାଣିବାକୁ ପାଇ ଏ ଦିଗରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଡାକ୍ତରି ପଦବୀ ପୁରଣ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାର, ମହିଳା ୱାର୍ଡ, ଜେନେରାଲ ୱାର୍ଡ, ଡ୍ରେସିଂ ରୁମ୍ ଓ ପୁଷ୍ଟିସାଧନ କେନ୍ଦ୍ର ବୁଲି ଦେଖିବା ସହ କାର୍ଯ୍ୟରତ କର୍ମଚାରୀଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହିତ କଳିଙ୍ଗନଗର ଉନ୍ନୟନ ପରିଷଦରୁ ଜମି କ୍ରୟକରି ବସବାସ କରୁଥିବା କେଏନଡିଏ କଲୋନୀର ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇ ସାଂସଦ ଶ୍ରୀମତୀ ସେଠୀ ଓ ବିଧାୟକ ଶ୍ରୀବଳ ଘଟଣାସ୍ଥଳ ବୁଲି ଦେଖିଥିଲେ । କେଏନଡିଏ କଲୋନୀ ରାସ୍ତାର ଦୁରବସ୍ଥା ଦେଖି ସାଂସଦ ଚକିତ ହେବା ସହ ବିଭାଗୀୟ ଯନ୍ତ୍ରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ସାଂସଦ ଶ୍ରୀମତୀ ସେଠୀ କଲୋନୀ ପରିସର ବୁଲି ଦେଖିବା ସମୟରେ କେଏନଡିଏ ଯନ୍ତ୍ରୀଙ୍କୁ ଜଙ୍ଗଲ ଭ୍ରମ ସୃଷ୍ଟି କରୁଥିବା ବିଭିନ୍ନ ପ୍ଲଟକୁ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କଲୋନୀ ପରିସରରେ ନୁଆକରି ରାସ୍ତା ନିର୍ମାଣ ପାଇଁ ପ୍ରୋଜେକ୍ଟ ପ୍ରସ୍ତୁତ କରିବାକୁ ଯନ୍ତ୍ରୀଙ୍କୁ କହିବା ସହ ତାଙ୍କୁ ଏ ସମ୍ପର୍କରେ ଅବଗତ କରାଇବାକୁ କହିଥିଲେ ।
bite-ଶର୍ମିଷ୍ଠା ସେଠୀ, ଲୋକସଭା ସାଂସଦ, ଯାଜପୁର
Body:NewsConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.