ETV Bharat / state

କୁଆଖିଆ ପୋଲିସକୁ ସଫଳତା: ବାଇକ ଲୁଟେରା ଗ୍ୟାଙ୍ଗ ଠାବ, ୪ ଗିରଫ - ବାଇକ ଲୁଟେରା ଗ୍ୟାଙ୍ଗ

ଏକ କୁଖ୍ୟାତ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି କୁଆଖିଆ ପୋଲିସ । ୪ ଗିରଫ, ବିଭିନ୍ନ ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜବତ । ଅଧିକ ପଢନ୍ତୁ...

କୁଆଖିଆ ପୋଲିସକୁ ସଫଳତା: ବାଇକ ଲୁଟେରା ଗ୍ୟାଙ୍ଗ ଠାବ, ୪ ଗିରଫ

author img

By

Published : Aug 7, 2021, 2:59 PM IST

ଯାଜପୁର: କୁଆଖିଆ ପୋଲିସକୁ ସଫଳତା । ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ କୁଆଖିଆ ପୋଲିସ ସଫଳ ହୋଇଛି । ଏଥିସହ ମାମଲାରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

କୁଆଖିଆ ପୋଲିସକୁ ସଫଳତା: ବାଇକ ଲୁଟେରା ଗ୍ୟାଙ୍ଗ ଠାବ, ୪ ଗିରଫ

ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୧୦ଟି ବାଇକ, ଗୋଟିଏ ସ୍କୁଟି ଓ ୧୫ଟି ମୋବାଇଲ ଜବତ କରିଛି । ଏହି ବାଇକ ଲୁଟେରା ଗ୍ୟାଙ୍ଗ ବିଶେଷତଃ ମାର୍କେଟରୁ ସୁଯୋଗ ନେଇ ବାଇକ ଲୁଟ କରିଥାନ୍ତି । ଯାଜପୁର ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରୁ ବାଇକ ଲୁଟ ହେବା ନେଇ ଥାନାରେ ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ଆଧାରରେ ପୋଲିସ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲା ।

ଶେଷରେ ଏହି ଗ୍ୟାଙ୍ଗର ୨ ଜଣ ଲୁଟେରା ସମେତ ୨ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି । ତେବେ ଘଟଣାରେ ଅଧିକ ଲୁଟେରା ସମ୍ପୃକ୍ତ ଥିବା ସନ୍ଦେହ କରି ଅଭିଯୁକ୍ତଙ୍କ ନାମକୁ ପୋଲିସ ଗୋପନ ରଖିବା ସହ ଅଧିକ ତଦନ୍ତ ଜାରି ରହିଥିବା ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.