ETV Bharat / state

World Robotics Championship, ଟାଇଟଲ ହାତେଇଲା ଯାଜପୁର କିଡି କିଟ୍ସ ସ୍କୁଲ - କିଡି କିଟ୍ସ ସ୍କୁଲ

ୱାର୍ଲ୍ଡ ରୋବୋଟିକ୍ସ ଚାମ୍ପିଅନସିପ ୨୦୨୨ରେ ପ୍ରଥମ ଥର ପାଇଁ ଓଡିଶାକୁ ସଫଳତା ମିଳଛି । ଅନ୍ତର୍ଜାତୀୟ ରୋବଟିକ୍ ପ୍ରତିଯୋଗିତାରେ ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ କିଡି କିଟ୍ସ ସ୍କୁଲର କୁନିକୁନି ଛୀତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ଅଧିକ ପଢନ୍ତୁ

ରୋବୋଟିକ୍ ଚମ୍ପିୟନସିପରେ ଓଡିଶାକୁ ସଫଳତା
ରୋବୋଟିକ୍ ଚମ୍ପିୟନସିପରେ ଓଡିଶାକୁ ସଫଳତା
author img

By

Published : Sep 1, 2022, 2:39 PM IST

ଯାଜପୁର: କମ୍ପ୍ୟୁଟର ଯୁଗ ପରେ ଏବେ ଆସୁଛି ରୋବର୍ଟ ଯୁଗ । ରୋବଟ୍ ଭବିଷ୍ୟତରେ ମଣିଷର ସବୁଠାରୁ ନିକଟତର ହେବାକୁ ଯାଉଛି । ଆଜିର ଛାତ୍ରଛାତ୍ରୀ ରୋବଟର ଉଦ୍ଭାବନ, ନିର୍ମାଣ ଓ ବ୍ୟବହାର ସମ୍ପର୍କରେ ଅନେକ ତଥ୍ୟ ଆବିଷ୍କାର କରିପାରୁଛନ୍ତି । ବିଭିନ୍ନ ସମୟରେ ରୋବଟ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବା ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ରୋବୋଟିକ୍‌ କର୍ମଶାଳା, ପ୍ରଦର୍ଶନୀ ଓ ପ୍ରତିଯୋଗୀତାମାନ ଆୟୋଜନ କରାଯାଉଛି । ନିକଟରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା ଏକ ଅନ୍ତର୍ଜାତୀୟ ରୋବର୍ଟିକ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଓଡିଶାକୁ ସଫଳତା ମିଳିଛି । ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ କିଡି କିଟ୍ସ ସ୍କୁଲର କୁନିକୁନି ଛୀତ୍ରଛାତ୍ରୀ ୱାର୍ଲ୍ଡ ରୋବଟିକ୍ସ ଚାମ୍ପିଅନସିପରେ ଭାଗେ ନେଇ ବିଜୟୀ ହୋଇଛନ୍ତି ।

ରୋବୋଟିକ୍ ଚମ୍ପିୟନସିପରେ ଓଡିଶାକୁ ସଫଳତା

ଏହି ରୋବୋଟିକ ଚମ୍ପିୟନସିପରେ ଓଡିଶାକୁ ଦୁଇଟି ପୁରସ୍କାର ମିଳିଛି । ତନ୍ମଧ୍ୟରେ ଯାଜପୁର ବ୍ୟାସନଗର ସ୍ଥିତ କିଡି କିଟ୍ସ ସ୍କୁଲର କୁନିକୁନି ଛୀତ୍ରଛାତ୍ରୀ ମାନେ ଏଥିରେ ସ୍ଥାନ ପାଇ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ଏହି ପ୍ରତିଯୋଗୀତାରେ ୧୧ଟି ଦେଶରୁ ଏକ ହଜାରରୁ ଉର୍ଦ୍ଧ୍ବ ଦଳ ଅଂଶଗ୍ରହଣ କରିଥିଲେ । ରୋବଟ ଆଗାମୀ ପିଢ଼ିର ସବୁଠାରୁ ଭଲ ବନ୍ଧୁ ହେବାକୁ ଯାଉଛି । ଏବେଠୁ ରୋବର୍ଟ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଅଧିକ ଜ୍ଞାନକୌଶଳ ହାସଲ କରିବା ଜରୁରୀ ହୋଇପଡିଛି ।

ମାନସ ମହାନ୍ତି ନାମକ ସ୍ଥାନୀୟ ଅଞ୍ଚଳର ଜଣେ ତରୁଣ ଅଭିଜ୍ଞ ରୋବୋଟ୍ ବୈଜ୍ଞାନିକଙ୍କ ଠାରୁ ପ୍ରେରଣା ପାଇ ଯାଜପୁର ବ୍ୟାସନଗରର କିଡି କିଟ୍ସ ସ୍କୁଲର କୁନିକୁନି ଛାତ୍ରଛାତ୍ରୀ ସଫଳତାର ସୋପାନ ଅତିକ୍ରମ କରି ଚାଲିଛନ୍ତି । ଦିଲ୍ଲୀରେ ଆୟୋଜିତ ଏକ ଅନ୍ତର୍ଜାତୀୟ ରୋବଟିକ୍ ପ୍ରତିଯୋଗୀତାରେ ଭାଗନେଇ ଏହି କୁନିକୁନି ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିପାରିଛନ୍ତି । ବିଭିନ୍ନ ସମୟରେ କର୍ମଶାଳା ଓ ପ୍ରଦର୍ଶନୀ ଜରିଆରେ ରୋବର୍ଟ ଉଦ୍ଭାବନ, ନିର୍ମାଣ, କୌଶଳ ଓ ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ତାଲିମ୍ ଦିଆଯାଇଛି । ଯେଉଁଥିପାଇଁ ସେମାନେ ଆଜି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ।

ଏହା ବି ପଢନ୍ତୁ...ପାକିସ୍ତାନରେ ବନ୍ୟାର ତାଣ୍ଡବ, ମତ୍ୟୁ ସଂଖ୍ୟା ୧୧୯୧କୁ ବୃଦ୍ଧି

ଟିଭି ଓ ଇଣ୍ଟରନେଟରେ ରୋବଟ୍ ଦେଖୁଥିବା ଏହି ଛାତ୍ରଛାତ୍ରୀ ଏବେ ନିଜ ହାତରେ ଏହା ତିଆରି ଓ ବ୍ୟବହାର ସମ୍ପର୍କରେ ଜ୍ଞାନକୌଶଳ ହାସଲ କରିପାରିଛନ୍ତି । ଅବଜେକ୍ଟ ଫଲୋଇଙ୍ଗ୍ ରୋବର୍ଟ, ଅବଷ୍ଟାକଲ ଆଭଏଡିଂ ରୋବର୍ଟ, ମୋବାଇଲ କଂଟ୍ରୋଲ ରୋବର୍ଟ ଏବଂ ଲାଇନ ଫଲୋଇଙ୍ଗ୍ ରୋବଟ ଆଦି ବିଭିନ୍ନ ପ୍ରକାରର ରୋବଟ୍ ନିର୍ମାଣ କରିବାକୁ ସକ୍ଷମ ହୋଇ ପାରିଛନ୍ତି ବ୍ୟାସନଗର ଅଞ୍ଚଳର ଏହି କୁନି ବୈଜ୍ଞାନିକମାନେ । ତେବେ ପ୍ରଥମ ଥର ପାଇଁ ଏଭଳି ଏକ ଆନ୍ତର୍ଜାତୀୟ ରୋବର୍ଟ ପ୍ରତିଯୋଗୀତାରେ ଓଡିଶା ତଥା ଯାଜପୁର ମାଟିର କୁନିକୁନି ଛାତ୍ରଛାତ୍ରୀଙ୍କୁ ଏଭଳି ସଫଳତା ମିଳିଛି ।

ରୋବୋ ୱାର ଓ ରୋବୋ ରେସରେ ଓଡିଶାର ଦୁଇଟି ଟିମ୍ଙ୍କୁ ଏହି ସଫଳତା ମିଳିଛି । ଯାହାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ବିଶ୍ବ ରୋବଟିକ୍ ଚମ୍ପିଆନସିପରେ ମେଡାଲ ହାସଲ କରିଥିବା ଏହି କୃତି ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ତରଫରୁ ମଧ୍ୟ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଛି । ରୋବର୍ଟକୁ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ସାମିଲ କରାଗଲେ ଏହା ଅଧିକ ଲୋକପ୍ରିୟ ହୋଇପାରିବ ବୋଲି ମତପ୍ରକାଶ ପାଇଛି । କାରଣ ଏହା ଦ୍ବାରା ଛାତ୍ରଛାତ୍ରୀମାନେ ରୋବର୍ଟ ସମ୍ପର୍କରେ ଅଧିକରୁ ଅଧିକ ଜ୍ଞାନ ଆହରଣ କରିପାରିବେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.