ETV Bharat / state

OPTCL ଯାଜପୁର ରୋଡ ଡିଭିଜନର SDOଙ୍କ ଦୁର୍ବ୍ୟବହାର, ଧାରଣାରେ ବସିଲେ ସାମ୍ବାଦିକ

author img

By

Published : Jan 6, 2022, 11:05 PM IST

ଓଡ଼ିଶା ପାୱାର ର୍ଟାନ୍ସମିସନ୍ କର୍ପୋରେସନ ଲିମିଟେଡ ବା OPTCL ଯାଜପୁର ରୋଡ ଡିଭିଜନର SDO ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାମ୍ବାଦିକ । ଅଧିକ ପଢ଼ନ୍ତୁ

Jajpur journalists protests demanding action against OPTCL SDO for misbehave
OPTCL ଯାଜପୁର ରୋଡ ଡିଭିଜନର SDOଙ୍କ ଦୁର୍ବ୍ୟବହାର, ଧାରଣାରେ ବସିଲେ ସାମ୍ବାଦିକ

ଯାଜପୁର: ଓଡ଼ିଶା ପାୱାର ର୍ଟାନ୍ସମିସନ୍ କର୍ପୋରେସନ ଲିମିଟେଡ ବା OPTCL ଯାଜପୁର ରୋଡ଼ ଡିଭିଜନର SDO ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାମ୍ବାଦିକ । SDOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଯାଜପୁର ରୋଡ OPTCL ଗ୍ରୀଡ୍‌ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ମାନେ ଧାରଣାରେ ବସିଛନ୍ତି ।

ବୁଧବାର ମଧ୍ୟାହ୍ନରେ ୩ଜଣ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଉପଭୋକ୍ତାଙ୍କ ଅଭିଯୋଗ କ୍ରମେ ବିଦ୍ୟୁତ୍ କାଟ ସମସ୍ୟା ସମ୍ପର୍କରେ SDOଙ୍କ ପ୍ରତିକ୍ରିୟା ନେବାକୁ ଯାଇଥିଲେ । ଏହି ସମୟରେ SDO ରାଜୀବ ଲୋଚନ ସାହୁ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିଥିୂବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଯାଜପୁର ରୋଡ଼ ଅଞ୍ଚଳର ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ଧାରଣାରେ ବସିଥିଲେ ।

ତୁରନ୍ତ ସମ୍ପୃକ୍ତ SDOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସାମ୍ବାଦିକଗଣ । ଖବର ପାଇ OPTCLର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ବୁଝାସୁଝା କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.