ETV Bharat / state

ଯାଜପୁରରେ ବନ୍ୟା ସ୍ଥିତି ସଙ୍ଗୀନ, ଗେଙ୍ଗୁଟି ଜଳସ୍ତର ବୃଦ୍ଧି ପାଉଥିବାରୁ ଆତଙ୍କିତ ଲେକେ - ଯାଜପୁର ବନ୍ୟା ଖବର

ଯାଜପୁର ଜିଲ୍ଲାରେ ମଧ୍ୟ ବନ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ଧର୍ମଶାଳା ବ୍ଲକର ପଟୁଣିଆ ପଞ୍ଚାୟତରେ ମହାନଦୀର ଶାଖା ଗେଙ୍ଗୁଟି ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଏବେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଅଧିକ ଫଢନ୍ତୁ

ଗେଙ୍ଗୁଟି ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଆତଙ୍କିତ ଲେକେ

author img

By

Published : Aug 18, 2022, 9:26 PM IST

ଯାଜପୁର: ପୂର୍ବରୁ ହୀରାକୁଦରୁ ୪୦ଟି ଗେଟରେ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାର ପ୍ରଭାବ ଯାଜପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ଧର୍ମଶାଳା ଏବଂ ବଡଚଣା ବ୍ଲକ ମହାନଦୀର ଶାଖା ବଡଗେଙ୍ଗୁଟି ନଦୀ ଦ୍ବାରା ପ୍ରଭାବିତ ହୋଇଛି । ଧର୍ମଶାଳା ବ୍ଲକର ପଟୁଣିଆ ପଞ୍ଚାୟତରେ ମହାନଦୀର ଶାଖା ଗେଙ୍ଗୁଟି ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଏବେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ୍ୟାଜଳ ଚାଷ ଜମିରେ ପ୍ରବେଶ କରିଥିବାରୁ ଫସଲ ବେଶ ପ୍ରଭାବିତ ହୋଇଛି ।

ଗେଙ୍ଗୁଟି ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଆତଙ୍କିତ ଲେକେ

ଯାଜପୁରର ଦଶରଥପୁର ଅଞ୍ଚଳରେ ବୈତରଣୀ ଶାଖା କାଣୀ ନଦୀରେ ବନ୍ୟା ଯୋଗୁଁ ଏବେ ବି ୧୦ରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀ ରହିଛି । ସେପଟେ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ମହାନଦୀର ଶାଖା ଗେଙ୍ଗୁଟି ନଦୀରେ ବନ୍ୟାଜଳ ପ୍ରବେଶ କରି ଜିଲ୍ଲାର ବଡଚଣା ଧର୍ମଶାଳା ବ୍ଲକର ତଳିଆ ଅଞ୍ଚଳ ଗୁଡ଼ିକୁ ପ୍ରଭାବିତ କରିଛି । ବୁଧବାର ରାତିରେ ଗ୍ରାମରେ ପାଣି ପଶିବା ଯୋଗୁଁ ଲୋକେ ଘରଛାଡି ରାତିସାରା ବାହାରେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା । ଏହାସହ ଧର୍ମଶାଳା ବ୍ଲକ୍ ପଟୁଣିଆ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଚାଷୀମାନେ ଏକର ଏକର ଚାଷ ଜମିରେ ଧାନ, ନଳିତା ଓ ଆଖୁ ଚାଷ କରିଥିବା ବେଳେ ବନ୍ୟାଜଳ ଚାଷ ଜମିରେ ମାଡିଯିବାରୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ଚାଷୀକୂଳ ।

ସେପଟେ ଯାଜପୁରରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଯାଜପୁର ଜିଲ୍ଲପାଳଙ୍କ କନଫରେନସ ହଲରେ ଆୟୋଜିତ ସମୀକ୍ଷା ବୈଠକରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଉପସ୍ଥିତ ଥିବା ବେଳେ କୋରେଇ, ବରୀ ଓ ବଡଚଣାର ବିଧାୟକ ମଧ୍ୟ ଉପସ୍ଥିତ ରହିଥିଲେ । ବୈଠକରେ ବନ୍ୟାର ସ୍ଥିତି ଓ ତାହାର ମୁକାବିଲା ନେଇ ଆଲୋଚନା ହୋଇଥିଲା । ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ବୈତରଣୀ ନଦୀ ଦ୍ୱାରା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଥିଲେ । ଦଶରଥପୁର ବ୍ଲକର ବ୍ରହ୍ମଚାରିପାଟଣାରେ ସୃଷ୍ଟି ହୋଇଥିବା ଘାଇ ଓ ଏହା ଦ୍ୱାରା ପ୍ରଭାବିତ ପରିବାରଙ୍କୁ ଥଇଥାନ ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଯୋଗାଇ ଦେବା ସହିତ ଅବିଳମ୍ବେ ବନ୍ଧ ମରାମତି ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଓ ସମସ୍ତ ପଦାଧିକାରୀଙ୍କ ସହ ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାର ଉପସ୍ଥିତ ଥିଲେ । ସେପଟେ ଆଜି ସ୍ଥାନୀୟ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବନ୍ୟା ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝୁଥିବା ଦେଖିବାକୁ ମିଳିଛି । ମହାନଦୀର ଆଉ ଗେଟ ଖୋଲା ଗଲେ ବନ୍ୟା ସ୍ଥିତ ନିୟନ୍ତ୍ରଣ ଲାଗି ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.